ଲାକ୍ଷ୍ୟାଦ୍ୱୀପ ସମୁଦ୍ର

ଉଇକିପିଡ଼ିଆ ରୁ
Jump to navigation Jump to search

ଛାଞ୍ଚ:Infobox sea

ଲାକ୍ଷ୍ୟାଦ୍ୱୀପ ସମୁଦ୍ର , ଏକ ସମୁଦ୍ର ଜଳର ଅଞ୍ଚଳ ଯାହା ଭାରତ ( ଲକ୍ଷ୍ୟାଦ୍ୱୀପ ଦ୍ୱିପ ସମୂହ ସହ ), ଶ୍ରୀଲଙ୍କା ଓ ମାଲଦ୍ୱୀପ ତଟକୁ ଲାଗିଥିବା ଅଞ୍ଚଳକୁ ନେଇ ଅଛି । ଏହା ଭାରତୀୟ ରାଜ୍ୟ କେରାଲାର ପଶ୍ଚିମ ଦିଗରେ ଅବସ୍ଥିତ । ଏହି ସମୁଦ୍ର ଜଳ ବର୍ଷସାରା  ସ୍ତିର ଓ ଉଷ୍ମ ରହିଥାଏ ଏବଂ ଏହା ସାମୁଦ୍ରିକ ଜୈବ ସମ୍ପଦରେ ଭରପୁର ଥାଏ । ଗଲ୍ଫ ଅଫ ମାନ୍ନାର ଏହାର ଏକ ଅଂଶ ବିଶେଷ ଓ କେବଳ ଏହି ଗଲ୍ଫରେ 3,600 ପ୍ରକାର ସାମୁଦ୍ରିକ ଜୈବ ରହିଥିବାର ଜଣାଯାଏ। ଏହାର ଟଟବର୍ତୀ ଇଲାକାରେ  ଅଞ୍ଚଳରେ ତ୍ରୀଭାନ୍ଦ୍ରମ, କୋଚି , କଲମ୍ବୋ , କୁଇଲନ , ମାଲେ ପାରି ମୁଖ୍ୟ ସହର ରହିଛି । 

ପରିବ୍ୟାପ୍ତି [ସମ୍ପାଦନା]

ବିଙ୍ଗଳି ତଟ ଅଞ୍ଚଳ ରୁ ଲାକ୍ଷ୍ୟାଦ୍ୱୀପ ସମୁଦ୍ରର ଦୃଶ୍ୟ 

ଅନ୍ତର୍ଜାତିକ ହାଇଡ୍ରାଗ୍ରାଫିକ ସଂଗଠନ ଲାକ୍ଷ୍ୟାଦ୍ୱୀପ ସମୁଦ୍ରର ପରିସୀମାକୁ ଏହିପରି ବର୍ଣ୍ଣନା କରନ୍ତି , 

ପଶ୍ଚିମ ଦିଗରେ ଏହାର ଅବସ୍ଥିଟି (14°48′N 74°07′E / 14.800°N 74.117°E / 14.800; 74.117)  ଓ (13°42′N 72°10′E / 13.700°N 72.167°E / 13.700; 72.167



ଜଳତତ୍ୱ [ସମ୍ପାଦନା]

 ଏଠାରେ ସମୁଦ୍ର ଜଳ ବର୍ଷ ସାରା ୨୬ ରୁ୨୮  ଡିଗ୍ରୀ ଯାଏ ରହିଥାଏ । ଶୀତକାଳୀନ ସମୟରେ ଏହା ସାମାନ୍ୟ କମ ହେଇ ୨୫  ଡିଗ୍ରୀ ଯାଏ ଆସେ । ଲବଣାଂଶ ମଧ୍ୟ ଓ ଉତ୍ତରାଞ୍ଚଳରେ ସ୍ଥଳରେ ୩.୪ % ଥିବା ବେଳେ ଦକ୍ଷିଣାଞ୍ଚଳ ଏହା ୩.୫୫ % ରହିଥାଏ । ଏହାର ବେଳାଭୂମି ଅଞ୍ଚଳ ବାଲୁକାପୁର୍ଣ ଥିବାବେଳେ ଗଭୀର ଅଞ୍ଚଳ କର୍ଦମାକ୍ତ ରହେ । ଏହା ମଧ୍ୟରେ ବହୁ ସଂଖ୍ୟାରେ କୋରାଲ ରିଫ ଦେଖା ଯାଏ ।ଲାକ୍ଷ୍ୟାଦ୍ୱୀପ  ଦ୍ୱୀପପୁଞ୍ଜ ଅଞ୍ଚଳରେ ୧୦୫ ପ୍ରକାରର କୋରାଲ ପ୍ରଜାତି ଦେଖାଯାଏ । .[୧][୨][୩]

ଜଳବାୟୁ ଏବଂ ମନୁଷ୍ୟ ଗତିବିଧି[ସମ୍ପାଦନା]

ମାନ୍ନାରରେ ମୁକ୍ତ ଆହରଣ , ୧୯୨୬ର ଚିତ୍ର 

ଗଲ୍ଫ ଅଫ ମାନ୍ନାର ମୁକ୍ତା ଆହରଣ ପାଇଁ ବିଖ୍ୟାତ । ଏଠାରେ  Pinctada radiata ଏବଂ Pinctada fucata ପ୍ରଜାତିର ମୁକ୍ତା ବିଗତ ୨୦୦୦ ବର୍ଷ ଧରି ମିଳୁଥିବା ଉଲ୍ଲେଖ ରହିଛି ।  Pliny the Elder (23–79)  ଲେଖାରେ ଏଠାକାର ମୁକ୍ତକୁ ସବୁଠାରୁ ଉତ୍ତମ ଓ ପର୍ଯ୍ୟାପ୍ତ ବୋଲି କୁହାଯାଇଛି । [୪][୫] ବର୍ତମାନ ବିଶ୍ୱର ବିଭିନ୍ନ ଅଞ୍ଚଳରେ ପ୍ରକୃତିକ ମୁକ୍ତା ଆହରଣ ବ୍ୟୟବହୁଳତା ଯୋଗୁ ଏହା ବନ୍ଧ ହେଇ ଯାଇଥିବା ବେଳେ ମାନ୍ନାରରେ ଏହାର ଆହରଣ ତଥାପି ସମ୍ଭବ ହେଇଆସୁଛି । [୬][୭] ଏଠାରୁ ବହୁଳ ପରିମାଣରେ ଶଙ୍ଖ ମଧ୍ୟ ଆହରଣ ହେଇଥାଏ । [୬] [୮][୯]

ଏହି ଅଞ୍ଚଳରେ ବହୁଳ ପରିମାଣର ମାଛ ଧରା ଯାଇଥାଏ । ଏଠାରେ ବାର୍ଷିକ ୨,୦୦୦ରୁ ୫,୦୦୦ ଟନ ମାଛ ଧରାଯାଇଥାଏ । ଏହା ମଧ୍ୟରେ ଟୁନା , ଶାର୍କ , ଅଚେଲାଟା ,ଚିଙ୍ଗୁଡି ଆଦି ପ୍ରଧାନ । [୧][୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ V. M. Kotlyakov, ed. (2006).
  2. Coral Reefs of India: Review of Their Extent, Condition, Research and Management Status by Vineeta Hoon, Food and Agriculture Organisation of the United Nations
  3. Status of Coral Reefs of India.
  4. Arnold Wright (1999). Twentieth century impressions of Ceylon: its history, people, commerce, industries, and resources. p. 227. ISBN 81-206-1335-X.
  5. James Hornell (2009). The Indian Pearl Fisheries of the Gulf of Manar and Palk Bay. BiblioBazaar. p. 6. ISBN 1-110-87096-5.
  6. ୬.୦ ୬.୧ ICSF p. 27
  7. Michael O'Donoghue (2006). Gems: their sources, descriptions and identification. Butterworth-Heinemann. p. 566. ISBN 0-7506-5856-8.
  8. Taxa reported from regions in Indo-Arabia – see Maldives, Laccadive islands
  9. R. Raghu Prasad; P. V. Ramachandran Nair (1973). "India and the Indian Ocean Fisheries" (PDF). Journal of the Marine Biological Association of India. 15: 1–19.
  10. T. R. McClanahan; Charles R. C. Sheppard; David O. Obura (2000). Coral reefs of the Indian Ocean: their ecology and conservation. Oxford University Press. p. 305. ISBN 0-19-512596-7.