ଲାଇକା
ଏହି ପ୍ରସଙ୍ଗ/ବିଭାଗଟି ଗୋଟିଏ ବଡ଼ଧରଣର ପରିବର୍ତ୍ତନ ଦେଇ ଗତି କରୁଛି । ଆପଣ ବି ଏହାକୁ ବଦଳାଇ ପାରିବେ । ଯଦି ଏହି ଲେଖାଟି ଗୁଡ଼ାଏ ଦିନ ହେବ ବଦଳାଯାଇନାହିଁ, ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ । ଏହି articleଟି ଶେଷଥର ପାଇଁ PsubhashishBot (talk | contribs)ଙ୍କ ଦେଇ 7176910 ସେକେଣ୍ଡ ଆଗରୁ ବଦଳାଯାଇଥିଲା । (ସୁଧାରିବା) |
ଲାଇକା (RussianRussian: Лайка ЛайкаRussian: Лайка ; c. ୧୯୫୪ – ୩ ନଭେମ୍ବର ୧୯୫୭) ମହାକାଶକୁ ଯାଇଥିବା ପ୍ରଥମ ପଶୁ ମାନଙ୍କୁ ମଧ୍ୟରୁ ଜଣେ। ଲାଇକା, ମସ୍କୋ ସହରର ଏକ ବୁଲା କୁକୁର ଥିଲା ଓ ସୋଭିଏତ ମହାକଶଯାନସ୍ପୁଟନିକ ୨ ପାଇଁ ଲାଇକାର ଚୟନ କରାଯାଇଥିଲା । ଏହି ମହାକାଶଯାନଟି ୩ ନଭେମ୍ବର ୧୯୫୭ରେ ଭୁପୃଷ୍ଠରୁ ମହାକାଶକୁ ଛଡ଼ାଯାଇଥିଲା ।[୧]
ଲାଇକାର ଏହି ଅଭିଯାନ ସମୟରେ, ପଶୁପକ୍ଷୀ ଏବଂ ଜୀବନ୍ତ ଜୀବମାନଙ୍କ ଉପରେ ମହାକାଶ ଯାତ୍ରାର ପ୍ରଭାବ କିପରି ପଡେ, ତାହା କାହାରିକୁ ଜଣା ନଥିଲା ଏବଂ ସେହି ସମୟରେ ପୃଥିବୀର ବାୟୁମଣ୍ଡଳରୁ ବାହାରକୁ ଯିବାର ପ୍ରଣାଳୀ ମଧ୍ୟ ସଠିକ ରୂପରେ କାହାରିକୁ ଉପଯୁକ୍ତ ଭାବରେ ଜଣା ନଥିଲା । ସେହି ସମୟରେ କେତେକ ବୈଜ୍ଞାନିକ ମାନଙ୍କ ମତ ଥିଲା ଯେ, ମହାକାଶର ବିଭିନ୍ନ ପରିସ୍ଥିତିର ମୁକାବିଲା କରିବା ପାଇଁ ମନୁଷ୍ୟ ଅସମର୍ଥ ଏବଂ ମନୁଷ୍ୟକୁ ମହାକାଶର ଅଭିଯାନରେ ପଠେଇବା ପୂର୍ବରୁ କୌଣସି ଏକ ଜୀବକୁ ନେଇ ପରୀକ୍ଷଣ କରିବା ନିହାତି ଆବଶ୍ୟକ ଥିଲା । ଜୀବନ୍ତ ଯାତ୍ରୀ ମହାକାଶକୁ ଯିବା ପାଇଁ ଉପଯୁକ୍ତ, ଏହାକୁ ସିଦ୍ଧ କରିବା ଏହି ପରୀକ୍ଷଣର ଲକ୍ଷ ଥିଲା ।
ସ୍ପୁଟାନିକ ୨ର କେନ୍ଦ୍ରୀୟ ଆର.ଏସ ସଷ୍ଟେନରରେ ଆକସ୍ମିକ ଦୁର୍ଘଟଣାରେ ହୋଇଥିବା ଉତ୍ତାପ ଯୋଗୁଁ ଲାଇକାର ମୃତ୍ୟୁ ହୋଇଥିଲା । ଲାଇକାର ମୃତ୍ୟୁର ପ୍ରକୃତ କାରଣ ୨୦୦୨ ମସିହା ପର୍ଯ୍ୟନ୍ତ ସମସ୍ତଙ୍କ ସମକ୍ଷକୁ ଆସି ନଥିଲା ଏବଂ ଅମ୍ଳଜାନ ଶେଷ ହୋଇଯିବା କାରଣରୁ ଷଷ୍ଠ ଦିନରେ ଲାଇକାର ମୃତ୍ୟୁ ହୋଇଥିଲା ବୋଲି ବିଶ୍ୱବାସୀଙ୍କୁ ଜଣାଇ ଦିଆ ଯାଇଥିଲା ।