ଲକ୍ଷ୍ମୀ ଅଗ୍ରୱାଲ

ଉଇକିପିଡ଼ିଆ ରୁ
Jump to navigation Jump to search
ଲକ୍ଷ୍ମୀ ଅଗ୍ରୱାଲ
Laxmi of India (12935659283).jpg
ୱାଶିଂଟନରେ ପୁରସ୍କାର ଗ୍ରହଣ କରିବା ଅବସରରେ.
ଜନ୍ମ ଓ ଜନ୍ମସ୍ଥାନ୧ ଜୁନ ୧୯୯୦
ପ୍ରସିଦ୍ଧିଏସିଡ ଆକ୍ରମଣ ପୀଡିତାଙ୍କ ପାଇଁ ସମାଜ ସେବା
ସଙ୍ଗୀଆଲୋକ ଦିକ୍ଷିତ
ସନ୍ତାନପିହୁ(କନ୍ୟା)

ଲକ୍ଷ୍ମୀ ଅଗ୍ରୱାଲ (ଜନ୍ମ ୧ ଜୁନ ୧୯୯୦) ଜଣେ ଭାରତୀୟ ଏସିଡ-ଆକ୍ରମଣ ପୀଡିତା ଯିଏ କି ପରବର୍ତ୍ତୀ ସମୟରେ "Stop Acid Attack" ଅଭିଯାନର ପ୍ରଚାରକ ଭାବେ ଏଭଳି ପୀଡିତା ମାନଙ୍କର ଚିକିତ୍ସା ତଥା ଥଇଥାନ ପାଇଁ କାର୍ଯ୍ୟ କରିଆସୁଛନ୍ତି । ଏସିଡ ବିକ୍ରି ଉପରେ କଟକଣା ଲାଗୁ କରିବା ନିମନ୍ତେ ସେ ୨୭,୦୦୦ ସମର୍ଥକଙ୍କ ହସ୍ତାକ୍ଷର ଏକତ୍ର କରି ଭାରତର୍ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ମାଧ୍ୟମରେ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ଉକ୍ତ ମାମଲାରେ ( ଲକ୍ଷ୍ମୀ ବନାମ ଭାରତ ସରକାର ) ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଏସିଡ ବିକ୍ରି ଉପରେ କଟକଣା ଜାରି କରିବା ସହ ଏଭଳି ମାମଲାର ତ୍ୱରିତ ଫଇସଲା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଥିଲେ । ସଂପ୍ରତି ସେ "Chhanv Foundation"[୧] ନାମକ ଏକ ବେସରକାରୀ ସଂଗଠନର ନିର୍ଦ୍ଦେଶିକା ଅଛନ୍ତି ଯାହାକି ଏସିଡ-ଆକ୍ରମଣ ପୀଡିତାଙ୍କ ଥଇଥାନ ଦିଗରେ କାମ କରିଥାଏ । [୨] ତାଙ୍କ ସାହସିକତା ପାଇଁ ଆମେରିକା ପକ୍ଷରୁ ତାଙ୍କୁ "International Woman of the Year" ସମ୍ମାନରେ ସମ୍ମାନିତ କରାଯାଇଛି ।[୩]

ପରିଚୟ[ସମ୍ପାଦନା]

ନୂଆ ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ଲକ୍ଷ୍ମୀଙ୍କର ଜନ୍ମ । ୨୦୦୫ ମସିହାରେ ମାତ୍ର ୧୫ ବର୍ଷ ବୟଷରେ ଏ ଏସିଡ୍-ଆକ୍ରମଣର ଶିକାର ହୋଇଥିଲେ ।[୪] ଦୁର୍ଘଟଣାର ଶିକାର ହେବାପରେ ଲକ୍ଷ୍ମୀ ନିଜର ସାହସ ହରାଇ ନ ଥିଲେ । ସେ "Stop Acid Attack" ନାମକ ଏକ ଅଭିଯାନର ନେତୃତ୍ୱ ନେଲେ ଏବଂ ଏହାର ପ୍ରଚାର ତଥା ଜନ ସଚେତନତା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ତାଙ୍କରି ପ୍ରଚେଷ୍ଟା ଫଳରେ ଏସିଡର ଅବାଧ ବିକ୍ରି ଉପରେ କଟକଣା ଲାଗୁ ହେବା ସହ ଏସିଡ-ଆକ୍ରମଣ ଦୁର୍ଘଟଣାର ପୀଡିତା ମାନଙ୍କ ପାଇଁ କ୍ଷତିପୁରଣ ତଥା ପୁନର୍ବାସ ନିମିତ୍ତ ଅନେକ ବ୍ୟବସ୍ଥା ହୋଇପାରିଛି ।

ଦୁର୍ଘଟଣାର ପୃଷ୍ଠଭୂମି[ସମ୍ପାଦନା]

୨୦୦୫ ମସିହାରେ ଗୁଡ୍ଡା ନାମକ ୩୨ ବର୍ଷୀୟ ଏକ ବ୍ୟକ୍ତିର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଦେବା ପରେ ଉକ୍ତ ବ୍ୟକ୍ତି ତାଙ୍କ ଉପରକୁ ଏସିଡରେ ଆକ୍ରମଣ କରିଥିଲେ । ହିନ୍ଦୁସ୍ତାନ ଟାଇମସଦ୍ୱାରା ଏସିଡ-ପୀଡୀତା ମାନଙ୍କ ଉପରେ ସତ୍ୟ କାହାଣୀ ଉପରେ ଆଧାରିତ ଏକ କାହାଣୀ-ଶୃଙ୍ଖଳାରେ ଲକ୍ଷ୍ମୀଙ୍କ କଥା ମଧ୍ୟ ସ୍ଥାନ ପାଇଛି ।[୫]

ଆଇନଗତ ଲଢେଇ[ସମ୍ପାଦନା]

ଏସିଡ ଆକ୍ରମଣରୁ ଜୀବନ ଫେରି ପାଇବା ପରେ ସେ ୨୦୦୬ ମସିହାରେ ଭାରତର ଉଚ୍ଚତମ ନ୍ୟାୟାଳୟରେ ଏକ ଜନହିତ ମାମଲା ଦାୟର ପୂର୍ବକ ଏଭଳି ପୀଡିତା ମାନଙ୍କ ନିମନ୍ତେ ଯୁକ୍ତିଯୁକ୍ତ କ୍ଷତିପୂରଣ ବ୍ୟବସ୍ଥା କରିବା ସହ ଏଭଳି ମାମଲାର ନିରାକରଣ ତଥା ତ୍ୱରିତ ବିଚାର ପାଇଁ ଭାରତୀୟ ଦଣ୍ଡ ସଂହିତା, ଫୌଜଦାରୀ କାର୍ଯ୍ୟବିଧି ସଂହିତା ତଥା ଅନ୍ୟାନ୍ୟ ସମ୍ବନ୍ଧିତ ଆଇନରେ ଆବଶ୍ୟକ ସଂଶୋଧନ ତଥା ନୂତନ ଆଇନ ଲାଗୁ କରିବା ଦିଗରେ ସରକାରଙ୍କୁ ନିର୍ଦେଶ ଦେବାକୁ ପ୍ରାର୍ଥନା କରିଥିଲେ । ଏହା ସହିତ ଏସିଡ ବିକ୍ରି ଉପରେ କଡା କଟକଣା ଲାଗୁ କରିବା ନିମିତ୍ତ ମଧ୍ୟ ଦାବୀ କରିଥିଲେ ।[୬]

ଆଧାର[ସମ୍ପାଦନା]

  1. "Chhanv - a support centre for acid attack survivors". www.chhanv.org. Retrieved 27 October 2018.
  2. "Sheroes, the stars with acid scars". www.tribuneindia.com. Retrieved 18 October 2018.
  3. "लक्ष्मी को मिला 'इंटरनेशनल विमिन ऑफ करेज' अवॉर्ड-Navbharat Times". Navbharat Times (in ହିନ୍ଦୀ). Retrieved 3 November 2018.
  4. "Acid attack survivor Laxmi's spirit wins her a partner for life - Hindustan Times". www.hindustantimes.com. 9 March 2014. Retrieved 18 October 2018.
  5. "Acid attack survivor now TV anchor - Times of India". The Times of India. Retrieved 18 October 2018.
  6. "SC bans over-the-counter sale of acid, orders compensation for victims". Zee News (in ଇଂରାଜୀ). 18 July 2013. Retrieved 18 October 2018.