ରୱଶନ ଜାମିଲ
ରୱଶନ ଜାମିଲ | |
---|---|
রওশন জামিল | |
ଜନ୍ମ | ରୋନକପୁର, ଢାକା, ବାଂଲା ପ୍ରେସିଡେନ୍ସି, ବ୍ରିଟିଶ୍ ଭାରତ | ୮ ମଇ ୧୯୩୧
ମୃତ୍ୟୁ | ୧୪ ମଇ ୨୦୦୨ | (ବୟସ ୭୧)
ଶିକ୍ଷାନୁଷ୍ଠାନ | ଇଡେନ୍ ମହିଳା କଲେଜ୍ |
ବୈବାହିକ-ସାଥୀ |
ଗୌହର ଜାମିଲ
(m. ୧୯୫୨; death ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।) |
ପୁରସ୍କାର | full list |
ରୱଶନ ଜାମିଲ (୮ ମଇ ୧୯୩୧ - ୧୪ ମଇ ୨୦୦୨) ଜଣେ ବାଂଲାଦେଶୀ ଅଭିନେତ୍ରୀ ଏବଂ ନୃତ୍ୟଶିଳ୍ପୀ ଥିଲେ ।[୧] ତାଙ୍କୁ ୧୯୯୫ ମସିହାରେ ନୃତ୍ୟ ବର୍ଗରେ ଏକ୍ୟୁଶି ପଦକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏବଂ ନୟନମଣି ଚଳଚ୍ଚିତ୍ରରେ ତାଙ୍କ ଭୂମିକା ପାଇଁ ତାଙ୍କୁ ୧୯୭୬ ମସିହାରେ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।[୨]
ପ୍ରାଥମିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ଜାମିଲ ୧୯୩୧ ମସିହାର ମଇ ମାସ ୮ ତାରିଖରେ ଢାକାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଅବଦୁଲ କରିମ । ସେ ମାଟ୍ରିକ୍ ପାସ୍ କରିବା ପରେ ୱରିସ୍ଥିତ ଶିଳ୍ପକଳା ଭବନରେ ପାଠପଢ଼ିଥିଲେ । ସେ ପରେ ନୃତ୍ୟ ଶିକ୍ଷକ ଗଣେଶ ନାଥଙ୍କୁ (ପରେ ଗୌହର ଜାମିଲ) ୧୯୫୨ ମସିହାରେ ବିବାହ କରିଥିଲେ ।[୧] ଏହି ଦମ୍ପତ୍ତି ସେତେବେଳେ ୧୯୫୯ ମସିହାରେ ଜାଗୋ ଆର୍ଟ ସେଣ୍ଟରର ସ୍ଥାପନା କରିଥିଲେ ।[୩]
ବୃତ୍ତି
[ସମ୍ପାଦନା]୧୯୬୫ ମସିହାରେ ସେ ଜଣେ ଅଭିନେତ୍ରୀ ଭାବରେ ବଙ୍ଗଳାଦେଶର ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ପାଖାପଖି ୩୦୦ରୁ ଅଧିକ ଦୂରଦର୍ଶନ ନାଟକରେ ଅଭିନୟ କରିଛନ୍ତି, ଯେଉଁଥିରୁ ରକ୍କୁଷି, ପାଲାବଦଲ ଏବଂ ଶକଲ ଆଦି ଅନ୍ୟତମ ।[୩]
ସେ ପ୍ରାୟ ୨୦୦ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୩] ସେ ୧୯୬୭ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଅଲିବାବା ଚାଲିଶ୍ ଚୋର୍ ।[୧]
ପୁରସ୍କାର
[ସମ୍ପାଦନା]- ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୧୯୭୬)
- ବାଂଲାଦେଶ ଚଳଚ୍ଚିତ୍ର ସାମ୍ବାଦିକ ସଂଘ ପୁରସ୍କାର
- ତାରକାଲୋକ ପୁରସ୍କର
- ଏକ୍ୟୁଶି ପଦକ (୧୯୯୫)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "একুশে পদকপ্রাপ্ত সুধীবৃন্দ" [Ekushey Padak winners list] (in Bengali). Government of Bangladesh. Retrieved 23 August 2017.
- ↑ "একুশে পদকপ্রাপ্ত সুধীবৃন্দ" [Ekushey Padak winners list] (in Bengali). Government of Bangladesh. Retrieved 23 August 2017.
- ↑ ୩.୦ ୩.୧ ୩.୨ Deepita, Novera (2005-05-14). "Tribute : Rowshan Jamil's legacy - in the eyes of her daughter". The Daily Star. Archived from the original on 2017-12-01. Retrieved 2017-11-21.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରୱଶନ ଜାମିଲ