ରୋନାଲ୍‌ଡ ରସ୍

ଉଇକିପିଡ଼ିଆ‌ରୁ
Ronald Ross
Ronald Ross.jpg
ଜନ୍ମ(1857-05-13)୧୩ ମଇ ୧୮୫୭
ମୃତ୍ୟୁ୧୬ ସେପ୍ଟେମ୍ବର ୧୯୩୨(1932-09-16) (ବୟସ ୭୫)
ଜାତୀୟତାBritish
ପୁରାତନ ଛାତ୍ରSt Bartholomew's Hospital Medical College, London
ଜଣାଶୁଣାDiscovering that the malaria parasite is transmitted by mosquitoes
ଜୀବନସାଥୀRosa Bessie Bloxam
ସନ୍ତାନ2 sons and 2 daughters
ପୁରସ୍କାର(ଗୁଡ଼ିକ)Nobel Prize in Physiology or Medicine (1902)
See text
ବିଜ୍ଞାନୀ ଜୀବନ
କ୍ଷେତ୍ରMedicine
କର୍ମାନୁଷ୍ଠାନPresidency General Hospital, Calcutta
Liverpool School of Tropical Medicine
King's College Hospital
British War Office
Ministry of Pensions and National Insurance
Ross Institute and Hospital for Tropical Diseases

ରୋନାଲ୍‌ଡ ରସ୍, କେ.ସି.ବି., ଏଫ୍.ଆର୍.ଏସ୍.[୧][୨] (୧୩ ମଇ ୧୮୫୭ - ୧୬ ସେପ୍ଟେମ୍ବର ୧୯୩୨) ଭାରତରେ ଜନ୍ମ ଗ୍ରହଣ କରିଥିବା ଜଣେ ବ୍ରିଟିସ ମେଡିକାଲ ଡାକ୍ତର ଥିଲେ ଯିଏ ମ୍ୟାଲେରିଆ ସମ୍ବନ୍ଧରେ କାମ କରି ୧୯୦୨ ମସିହାରେ ଫିଜିଓଲୋଜି ବା ମେଡ଼ିସିନରେ ନୋବେଲ ପୁରସ୍କାର ପାଇଥିଲେ । ମଶାର ଖାଦ୍ୟ ନଳୀରେ ମ୍ୟାଲେରିଆ ପରଜୀବି ଆବିଷ୍କାର କରିବାଦ୍ୱାରା ସେ ପ୍ରମାଣିତ କଲେ ଯେ ଏହି ରୋଗ ମଶାମାନଙ୍କଦ୍ୱାରା ସଂକ୍ରମିତ ହୁଏ । ସେ ଏକାଧାରରେ ଅଙ୍କ ବିଶାରଦ, ଗୀତ ଲେଖକ, ନଭେଲ ଲେଖକ, କଳାକାର ଓ ସ୍ୱର ସଂଯୋଜକ ଥିଲେ । ଭାରତୀୟ ମେଡ଼ିକାଲ ସର୍ଭିସରେ ସେ ୨୫ ବର୍ଷ ଧରି କାମ କରିଥିଲେ । ଏହି ଚାକିରୀ ସମୟରେ ସେ ଯୁଗାନ୍ତକାରୀ ଆବିଷ୍କାର କରିଥିଲେ । ଏହା ପରେ ଚାକିରୀରୁ ତ୍ୟାଗ ପତ୍ର ଦେଇ ଭାରତ ଛାଡ଼ି ଲିଭରପୁଲ ସ୍କୁଲ ଅଫ ଟ୍ରପିକାଲ ମେଡ଼ିସିନରେ ଯୋଗ ଦେଲେ ଓ ପ୍ରଫେସର ତଥା ଚେୟାର ରୂପେ ୧୦ ବର୍ଷ କାମ କରିଥିଲେ । ୧୯୨୬ ମସିହାରେ ରସ ଇନ୍‌ସ୍ଟିଚ୍ୟୁଟ ଓ ହସପିଟାଲରେ ଡାଇରେକ୍ଟର ଇନ୍ ଚିଫ୍ ରୁପେ କାର୍ଯ୍ୟ କଲେ । ସେ ସେଠାରେ ମୃତ୍ୟୁ ପର୍ଯ୍ୟନ୍ତ କାମ କରିଥିଲେ[୩][୪]

ଆଧାର[ସମ୍ପାଦନା]

  1. N., G. H. F. (1933). "Sir Ronald Ross. 1857-1932". Obituary Notices of Fellows of the Royal Society. 1 (2): 108–115. doi:10.1098/rsbm.1933.0006.
  2. Rajakumar, K; Weisse, M (1999). "Centennial year of Ronald Ross' epic discovery of malaria transmission: an essay and tribute". Southern medical journal. 92 (6): 567–71. PMID 10372849.
  3. "Ross and the Discovery that Mosquitoes Transmit Malaria Parasites". Centers for Disease Control and Prevention. 8 February 2010. Retrieved 31 January 2014.
  4. "Sir Ronald Ross (1857-1932)". Dr. B.S. Kakkilaya's Malaria Web Site. Retrieved 31 January 2014.