ରୋଟେଟର କଫ ବିଦାରଣ

ଉଇକିପିଡ଼ିଆ‌ରୁ
ରୋଟେଟର କଫ ବିଦାରଣ
Rotator cuff tear
Rotator cuff injury
ବିଦୀର୍ଣ୍ଣ ଥିବା ରୋଟେଟର କଫର (rotator cuff) କିଛି ମାଂସପେଶୀ
ବିଭାଗଅସ୍ଥିଶଲ୍ୟ ବିଜ୍ଞାନ (Orthopedics)
ଲକ୍ଷଣକାନ୍ଧ ଯନ୍ତ୍ରଣା, ଦୌର୍ବଲ୍ୟ [୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ, ଶାରୀରିକ ପରୀକ୍ଷା (examination), ମେଡିକାଲ ଇମେଜିଙ୍ଗ (medical imaging)[୨]
ସଠିକ ରୋଗ ନିର୍ଣ୍ଣୟସବଆକ୍ରୋମିଆଲ ବର୍ସାଇଟିସ (Subacromial bursitis), ରୋଟେଟର କଫ ଟେଣ୍ଡିନାଇଟିସ (rotator cuff tendinitis), ଇମ୍ପିଞ୍ଜମେଣ୍ଟ ସିଣ୍ଡ୍ରୋମ (impingement syndrome)[୧][୩]
ଚିକିତ୍ସାଯନ୍ତ୍ରଣା ନିବାରକ (Pain medication), ନିର୍ଦ୍ଦିଷ୍ଟ ବ୍ୟାୟାମ, ଅପରେଶନ [୧]
ପୁନଃପୌନିକସାଧାରଣ[୨]

ରୋଟେଟର କଫ ବିଦାରଣ ଏକ ପ୍ରକାର ଆଘାତର ନାମ ଯେଉଁଥିରେ କାନ୍ଧରେ (shoulder) ଥିବା ରୋଟେଟର କଫରେ rotator cuff ସଂଯୁକ୍ତ ହୋଇଥିବା ମାଂସପେଶୀମାନଙ୍କର (muscles) ପେଶିରଜ୍ଜୁ (tendon) ବିଦୀର୍ଣ୍ଣ ହୋଇଥାଏ । [୪] ଏଥିରେ କାନ୍ଧ ଯନ୍ତ୍ରଣା (shoulder pain) ସ‌ହିତ ଦୁର୍ବଳ ଲାଗେ । [୧] ଏହି ଅସୁବିଧା ଯୋଗୁ ମୁଣ୍ଡ କୁଣ୍ଡେଇବା ଓ ପୋଷାକ ପିନ୍ଧିବାରେ ଅସୁବିଧା ହୁଏ ।[୪] କାନ୍ଧ ନ ଚଳେଇଲେ ମଧ୍ୟ କିଛି କ୍ଲିକ ଶବ୍ଦ ହୋଇପାରେ । [୪]

କାନ୍ଧରେ ହଠାତ ଆଘାତ ଲାଗିଲେ ବା ସମୟକ୍ରମେ ଅଳ୍ପ ଅଳ୍ପ ହୋଇ ଆଘାତ ଲାଗିଲେ ଏହି ରୋଗ ହୁଏ ।[୨] ଧୁମ୍ରପାନ, ଏହି ରୋଗର ପାରିବାରିକ ଇତିହାସ ଥଲେ ଓ ପୁନଃପୌନିକ ବ୍ୟବ‌ହାର ହେଲେ ରୋଗ ସଙ୍କଟ ସୃଷ୍ଟି ହୁଏ ।[୨][୧][୫] ଲକ୍ଷଣ, ଶାରୀରିକ ପରୀକ୍ଷା (examination) କରି ରୋଗ ନିର୍ଣ୍ଣୟ କରାଯିବା ପରେ ମେଡିକାଲ ଇମେଜିଙ୍ଗ (medical imaging) କରି ନିଶ୍ଚିତ କରାଯାଏ ।[୨] ରୋଟେଟର କଫ୍‌ରେ ମିଶିଥିବା ମାଂସପେଶୀମାନଙ୍କର ନାମ ଯଥାକ୍ରମେ ସୁପ୍ରାସ୍ପାଇନାଟସ (supraspinatus), ଇନଫ୍ରାସ୍ପାଇନାଟସ (infraspinatus), ଟିରିସ ମାଇନର (teres minor) ଓ ସବସ୍କାପୁଲାରିସ (subscapularis) ।[୧] ସୁପ୍ରାସ୍ପାଇନାଟସ ସବୁଠାରୁ ଅଧିକ ପ୍ରଭାବିତ ହୁଏ । [୨]

ଯନ୍ତ୍ରଣା ନିବାରଣ ନିମନ୍ତେ ଏନଏସଏଆଇଡି (NSAIDs) ଭଳି ଔଷଧ ଦିଆଯାଏ ଓ ବ୍ୟାୟାମ କରିବାକୁ ଉପଦେଶ ଦିଆଯାଏ ।[୧] ୨ ସପ୍ତାହ ଚିକିତ୍ସା ପରେ ବାହୁ ୯୦% ଉଠେଇନପାରିଲେ ରୋଗୀର ଅଧିକ ଅନୁଶୀଳନ ଆବଶ୍ୟକ ହୁଏ ।[୬] କେତେକ ସ୍ଥଳରେ ଅପରେଶନ ଆବଶ୍ୟକ ହୁଏ ।[୧] ଏହା ଏକ ସାଧାରଣ ରୋଗ । [୨] ଚାଳିଶ ବର୍ଷ ପରେ ଏହି ରୋଗ ହୁଏ ।[୨] ୧୮୦୦ ଶତାବ୍ଦୀରୁ ଏହି ରୋଗର ବର୍ଣ୍ଣନା ଅଛି ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Rotator Cuff Injury/Subacromial Bursitis". Merck Manuals Professional Edition. Retrieved 5 November 2018.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Rotator Cuff Tears". OrthoInfo - AAOS. Retrieved 5 November 2018.
  3. Ferri, Fred F. (2016). BOPOD - Ferri's Clinical Advisor 2017: 5 Books in 1 (in ଇଂରାଜୀ). Elsevier Health Sciences. p. 1118e2. ISBN 9780323448383.
  4. ୪.୦ ୪.୧ ୪.୨ John M. Eisenberg Center for Clinical Decisions and Communications, Science (2005). "Treatment Options for Rotator Cuff Tears: A Guide for Adults". PMID 21919268. {{cite journal}}: Cite journal requires |journal= (help)
  5. "Rotator Cuff Tears". Orthobullets (in ଇଂରାଜୀ). Retrieved 5 November 2018.
  6. Craig, Richard; Holt, Tim; Rees, Jonathan Lloyd (11 December 2017). "Acute rotator cuff tears". BMJ: j5366. doi:10.1136/bmj.j5366.
  7. Pandey, Vivek; Jaap Willems, W. (January 2015). "Rotator cuff tear: A detailed update". Asia-Pacific Journal of Sports Medicine, Arthroscopy, Rehabilitation and Technology. 2 (1): 1–14. doi:10.1016/j.asmart.2014.11.003.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ