Jump to content

ରେଶମା ସେଠୀ

ଉଇକିପିଡ଼ିଆ‌ରୁ
ରେଶମା ସେଠୀ
ଜନ୍ମ (1977-11-02) ୨ ନଭେମ୍ବର ୧୯୭୭ (ବୟସ ୪୮)
ଇଂଲଣ୍ଡର ମଞ୍ଚେଷ୍ଟର୍, ୟୁନାଇଟେଡ୍ କିଙ୍ଗ୍‌ଡମ୍
ଜାତୀୟତାବ୍ରିଟିଶ/ଆମେରିକୀୟ
ଶିକ୍ଷାନୁଷ୍ଠାନଜେମ୍‌ସ ମେଡିସନ୍ ବିଶ୍ୱବିଦ୍ୟାଳୟ
ବୃତ୍ତିଅଭିନେତ୍ରୀ ଓ ଗୀତିକାର
ସକ୍ରିୟ ବର୍ଷ୨୦୦୭-ବର୍ତ୍ତମାନ
ବୈବାହିକ-ସାଥୀ
(m. ୨୦୧୧)

ରେଶମା ସେଠୀ (ଜନ୍ମ ନଭେମ୍ବର ୨,୧୯୭୭) ଜଣେ ବ୍ରିଟିଶ-ଆମେରିକୀୟ ଦୂରଦର୍ଶନ ଓ ଚ୍ଚଳଚ୍ଚିତ୍ର ଅଭିନେତ୍ରୀ ଓ ଗୀତିକାର। ସେ ୟୁ.ଏସ୍.ଏ ନେଟ୍‌ୱର୍କର ରୋୟାଲ୍ ପେନ୍ ଦୂରଦର୍ଶନ ଧାରାବାହିକର ଦିବ୍ୟା କଟ୍‌ଡରେ ନାମରେ ସୁପରିଚିତ।

ପ୍ରାଥମିକ ଜୀବନ

[ସମ୍ପାଦନା]

ସେଠୀ ନଭେମ୍ବର ୨,୧୯୭୭ ମସିହାରେ ଇଂଲଣ୍ଡର ମଞ୍ଚେଷ୍ଟର୍ଠାରେ ହିନ୍ଦୁ ପିତାମାତାଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ।[] ସେ ୟୁ.ଏସ୍.ଏର ଉଭୟ ଇଂଲଣ୍ଡର ରିଚ୍‌ମଣ୍ଡ୍ଭିର୍ଗିନିଆରେ ବଢିଛନ୍ତି। ମୂଳତଃ ସେ ଜେମ୍‌ସ ମେଡିସନ୍ ବିଶ୍ୱବିଦ୍ୟାଳୟରେ ପ୍ରୀ-ମେଡ୍ ପଢ଼ିଥିଲେ, କିନ୍ତୁ ସେ କଣ୍ଠ ସ୍ୱର ପ୍ରତିଯୋଗିତାରେ ସଫଳ ହୋଇଥିଲେ ଏବଂ ଅପେରା ସଂପାଦନାରେ ବି ଏ ଗ୍ରାଜୁଏସନ୍ ପୂରା କରିଥିଲେ। ୨୦୦୫ ମସିହାରେ ସେ ଅପେରାରେ ଅର୍ଟିଷ୍ଟ ଡିପ୍ଲୋମା ଅର୍ଜନ କରିଥିବା ସିନ୍‌ସିନାଟି କନ୍‌ଜେର୍‌ଭେଟୋରୀ ଅଫ୍ ମ୍ୟୁଜିକ୍‌କୁ ଯିବା ପୂର୍ବରୁ କେଣ୍ଟୁକି ବିଶ୍ୱବିଦ୍ୟାଳୟରୁ ମ୍ୟୁଜିକ୍‌ରେ ମାଷ୍ଟର୍ ଡିଗ୍ରୀ ହାସଲ କରିଥିଲେ।

ବୃତ୍ତି

[ସମ୍ପାଦନା]

ରେଶମା ସେଠୀ ୨୦୦୬ ମସିହାରେ ବମ୍ବେ ଡ୍ରିମ୍ସ ସଂଗୀତ କମ୍ପାନୀର ନେତୃତ୍ୱ ନେଇଥିଲେ। ସେ ମଧ୍ୟ ଅଫ୍ ବ୍ରଡ୍‌ୱେର ରଫ୍‌ତା ରଫ୍‌ତାରେ ଅଭିନୟ କରିଥିଲେ। ସେଠୀ ଆମେରିକା ନେଟ୍‌ୱର୍କର ଧାରାବାହିକରେ, ଦିବ୍ୟା କଟ୍‌ଡରେ ନାମରେ ରୋୟାଲ୍ ପେନ୍ ଏକ ସହ ଚିକିତ୍ସକ ଭାବେ ଅଭିନ୍ୟ କରିଥିଲେ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେଠୀ ବର୍ତ୍ତମାନ ନ୍ୟୁୟର୍କରେ ବାସ କରୁଛନ୍ତି।ସେ ଦୀପ୍ କଟ୍‌ଡରେଙ୍କୁ ବିବାହ କରିଛନ୍ତି ଯିଏ ତାଙ୍କ ସହ ବ୍ରଡ୍‌ୱେରେ ବମ୍ବେ ଡ୍ରିମ୍ସ ପ୍ରଯୋଜନା ଆରମ୍ଭ କରିଥିଲେ। ସେ ତାଙ୍କୁ ମାର୍ଚ୍ଚ ୧୯,୨୦୧୧ ମସିହାରେ ବିବାହ କରିଥିଲେ। ୨୦୧୫ ଅକ୍ଟୋବର ମାସରେ ସେ ତାଙ୍କ ଝିଅ ଆରୀୟ ଇଲିଆନାଙ୍କୁ ଜନ୍ମ ଦେଇଥିଲେ।

ଫିଲ୍ମୋଗ୍ରାଫୀ

[ସମ୍ପାଦନା]
YearTitleRoleNotes
୨୦୦୭Steamନିଆଲା
୨୦୦୭30 RockParty AttendantEpisode: "Secrets and Lies"
୨୦୦୯–୨୦୧୬Royal Painsଦିବ୍ୟା କଟ୍‌ଡରେMain cast
୨୦୧୦Hatedଆରିଆନା
୨୦୧୧The Wendy Williams ShowHerself
୨୦୧୧Fashion in TelevisionHerself
୨୦୧୧Delivering the Goodsସାରାହ
୨୦୧୨Allegianceଲୀଲା
୨୦୧୨CSI MiamiJane CaldicottSeason 10, Episode 15
୨୦୧୫Odd Mom OutରୀମାEpisode: "Omakase"
  1. ଜନ୍ମଗ୍ରହଣ କରିଥିଲେ, ସେଠୀ ନଭେମ୍ବର. "Reshma Shetty". Retrieved 8 March 2017.