ରେଣୁକା ହ୍ରଦ

Coordinates: 30°36′36″N 77°27′30″E / 30.61000°N 77.45833°E / 30.61000; 77.45833
ଉଇକିପିଡ଼ିଆ‌ରୁ
Renuka Lake
ଅବସ୍ଥାନSirmaur district, Himachal Pradesh
ଦିଗବାରେଣି30°36′36″N 77°27′30″E / 30.61000°N 77.45833°E / 30.61000; 77.45833
ହ୍ରଦର ପ୍ରକାରLow altitude lake
ନିଷ୍କାସନ କ୍ଷେତ୍ରସ୍ଥ  ଦେଶIndia
ମୁହାଣ ଲମ୍ବ13,214 m (10,545 ft)
ଭୂମି ଉଚ୍ଚତା672 m (2,205 ft)
ଆଧାରhptdc.gov.in
1 ମୁହାଣ ଲମ୍ବା not a well-defined measure.

ରେଣୁକା ହ୍ରଦ , ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ଶିରମଉର ଜିଲ୍ଲାରେ ଅବସ୍ଥିତ । ଏହା ସମୁଦ୍ରପତ୍ତନଠାରୁ 672 ମିଟର ଉଚ୍ଚରେ ଅବସ୍ଥିତ । ଏହା ହିମାଚଳ ପ୍ରଦେଶର ବୃହତ୍ତମ ହ୍ରଦ । ଏହାର ପରିଧି 3,214 ମିଟର । ଦେବୀ ରେଣୁକାଙ୍କ ନାମାନୁସାରେ ନାମିତ ଏହି ହ୍ରଦ ସ୍ଥଳ ପଥରେ ମୁଖ୍ୟ ଅଞ୍ଚଳ ସହ ସଂଯୁକ୍ତ । ଏହି ହ୍ରଦରେ ବୋଟିଙ୍ଗ ସୁବିଧା ରହିଛି । ନିକଟରେ ଏକ ସିଂହ ସଫାରୀ ସହ ଚିଡିଆଖାନା ମଧ୍ୟ ରହିଛି । ଏଠାରେ ପ୍ରତ୍ଯେକ ବର୍ଷ ନଭେମ୍ବରରେ ଏକ ମେଳା ହୁଏ । 

ଅବସ୍ଥିତି [ସମ୍ପାଦନା]

  • ପର୍ବନୂଠାରୁ 123 km
  • ପାୟନତା ସାହେବଠାରୁ 53 km
  • ନିହାଣଠାରୁ 38 km.[୧]

ରେଣୁକା ମେଳା [ସମ୍ପାଦନା]

ପ୍ରବୋଦିନୀ ଏକାଦଶୀ ସମୟରେ ଏଠାରେ 5 ଦିନ ବ୍ୟାପୀ ଅନ୍ତର୍ଜାତିକ ସ୍ତରର ମେଳା ଶ୍ରୀ ରେଣୁକା ଜୀ ହେଇଥାଏ । ପୁରାଣ ଅନୁସାରେ ଭଗବାନ ପରଶୁରାମ ତାଙ୍କ ମାତା ରେଣୁକା ଦେବୀଙ୍କ ଆସ୍ଥାନ ଏହି ହ୍ରଦକୁ ଆସିଥାନ୍ତି । ଏହି ମେଳା ପାଇଁ ଦେଶ ବିଦେଶରୁ ଭକ୍ତମାନେ ଏଠାକୁ ଆସିଥାନ୍ତି । 

ଅଭୟାରଣ୍ୟ [ସମ୍ପାଦନା]

1,028 ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ରେଣୁକା ରିଜର୍ଭ ଜଙ୍ଗଲ ମଧ୍ୟରେ ଅଭୟାରଣ୍ୟ ଅବସ୍ଥିତ । ଏହାର ପ୍ରାକୃତିକ ପରିବେଶ ବନ୍ୟଜନ୍ତୁଙ୍କ ପାଇଁ ନିରାପଦ ଆଶ୍ରୟ ସ୍ଥଳୀ ।


ସଙ୍କଟ [ସମ୍ପାଦନା]

ଏହି ହ୍ରଦ ଦିନକୁ ଦିନ ସଙ୍କୁଚିତ ହେଉଥିବାରୁ ଏହା ବଡ଼ ଚିନ୍ତାର କାରଣ ହୋଇଛି । ଜଳ ସହ ପଟୁମାଟି ଆସି ଏହାର ଜଳଧାରଣ କ୍ଷମତା କମ୍ କରୁଥିବାରୁ ଏବଂ ଏଥିରେ ବଳକା ନିର୍ମାଣ ସାମଗ୍ରୀ ପକେଇ ଦିଆ ଯାଉଥିବାରୁ ଏହା ପ୍ରଦୂଷିତ ହେଇ ଯାଉଛି । ପ୍ରଶାସନ ତରଫରୁ ଏଠି ପାଇଁ ପଦକ୍ଷେପ ନିଆ ଯାଉଛି ।  


ଗ୍ୟାଲେରି [ସମ୍ପାଦନା]

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]