ରୁଦ୍ରମା ଦେବୀ
ରୁଦ୍ରମା ଦେବୀ | |
---|---|
ରୁଦ୍ରମା ଦେବୀଙ୍କର ପ୍ରତିମୂର୍ତ୍ତି | |
ପୂର୍ବାଧିକାରୀ | ଗଣପତି ଦେବ |
ଉତ୍ତରାଧିକାରୀ | ପ୍ରତାପରୁଦ୍ର |
ଜୀବନସାଥୀ | ବୀରଭଦ୍ର |
ବାପା | ଗଣପତି ଦେବ |
ମୃତ୍ୟ | ୧୨୮୯ କିମ୍ବା ୧୨୯୫ ସମ୍ଭବତଃ ଚନ୍ଦୁପଟ୍ଟଲାରେ (ଏବେକାର ତେଲେଙ୍ଗାନାରେ) |
ରୁଦ୍ରମା ଦେବୀ (ମୃତ୍ୟୁ: ୧୨୮୯ କିମ୍ବା ୧୨୯୫) ଭାରତୀୟ ଇତିହାସ ଅନୁସାରେ କାକତୀୟ ସାମ୍ରାଜ୍ୟର ରାଣୀ ଥିଲେ । ସେ ଜଣେ ନାରୀ ହେଲେ ମଧ୍ୟ ରାଜ୍ୟରେ ତାଙ୍କୁ ଯୁବରାଜ ଘୋଷଣା କରାଯାଇଥିଲା । ସମ୍ଭବତଃ ୧୨୬୩ ମସିହାରେ ତାଙ୍କୁ କାକତୀୟ ସାମ୍ରାଜ୍ୟର ଉତ୍ତରାଧିକାରୀ ଘୋଷଣା କରାଯାଇଥିଲା । ରୁଦ୍ରାମା ଦେବୀ କାକତୀୟ ସାମ୍ରାଜ୍ୟର ରାଜା ଗଣପତି ଦେବଙ୍କର କନ୍ୟା ଥିଲେ । ଗଣପତି ଦେବଙ୍କର କେହି ପୁତ୍ର ସନ୍ତାନ ନ ଥିବାରୁ ଏବଂ ସାମନ୍ତ ରାଜାମାନଙ୍କୁ ଏକଜୁଟ କରି ବାନ୍ଧି ରଖିବା ପାଇଁ ତାଙ୍କର ମହାମନ୍ତ୍ରୀଙ୍କ ପ୍ରରୋଚନାରେ ସେ ରୁଦ୍ରମା ଦେବୀଙ୍କୁ ରୁଦ୍ରଦେବ ଭାବରେ ଘୋଷଣା କରିଥିଲେ ।[୧]
ଶାସନ
[ସମ୍ପାଦନା]ରୁଦ୍ରମା ଦେବୀ ସମ୍ଭବତଃ ୧୨୬୧-୬୨ ମସିହାରେ ତାଙ୍କ ପିତା ଗଣପତି ଦେବଙ୍କ ସହ ମିଳିତ ଭାବରେ କାକତୀୟ ସାମ୍ରାଜ୍ୟର ଶାସନ ଭାର ଗ୍ରହଣ କରିଥିଲେ ।[୨] ରୁଦ୍ରମା ଦେବୀ ୧୨୬୩ ମସିହାରେ ସମ୍ପୂର୍ଣ୍ଣ ଶାସନଭାର ନିଜ ହାତକୁ ନେଇଥିଲେ ବୋଲି ଅନୁମାନ କରାଯାଏ ।[୨]
ରୁଦ୍ରମା ଦେବୀଙ୍କର ପ୍ରକୃତ ପରିଚୟ ପାଇବା ପରେ ତାଙ୍କ ରାଜ୍ୟରେ ଏବଂ ସାମନ୍ତ ରାଜାମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଥିଲା, ଯାହା ଫଳରେ ତାଙ୍କୁ ରାଜ୍ୟ ତ୍ୟାଗ କରିବାକୁ ପଡ଼ିଥିଲା । ଏହାର ସୁଯୋଗ ନେଇ ତାଙ୍କର ଶତ୍ରୁ ଦେଶ ରୁଦ୍ରମାଦେବୀଙ୍କର କିଛି ସାମନ୍ତ ରାଜା ଏବଂ ତାଙ୍କ ମନ୍ତ୍ରୀମଣ୍ଡଳର କିଛି ସଦସ୍ୟଙ୍କ ସହ ମିଶି କାକତୀୟ ସାମ୍ରାଜ୍ୟ ଉପରେ ଆକ୍ରମଣ କରିଥିଲେ । ଯାହାକୁ ପ୍ରତିହତ କରିବାକୁ ପୁଣିଥରେ ରୁଦ୍ରମା ଦେବୀଙ୍କୁ ସେନାପତି ଭାବରେ ଫେରିବାକୁ ପଡ଼ିଥିଲା ତାଙ୍କ ରାଜ୍ୟକୁ । ସେହି ଯୁଦ୍ଧରେ ରେଡ୍ଡି ସାମ୍ରାଜ୍ୟର ଅଧିପତି ଗୋନା ଗନ୍ନା ରେଡ୍ଡି ମହାରାଣୀ ରୁଦ୍ରମାଦେବୀଙ୍କୁ ଯୁଦ୍ଧରେ ଶତୃଙ୍କୁ ପରାସ୍ତ କରିବାରେ ସାହାଯ୍ୟ କରିଥିଲେ ।[୩] ରୁଦ୍ରାମା ଦେବୀ ଅନେକ ସାମନ୍ତରାଜାଙ୍କର କରଛାଡ଼ କରିଦେଇଥିଲେ, ଯାହାଫଳରେ ସେମାନେ କାକତୀୟ ସାମ୍ରାଜ୍ୟପ୍ରତି ଅନୁଗ୍ରହ ରହିଥିଲେ ।[୪][୫]
ପରିବାର ଏବଂ ଉତ୍ତରାଧିକାରୀ
[ସମ୍ପାଦନା]ଚାଲୁକ୍ୟ ସାମ୍ରାଜ୍ୟର ଯୁବରାଜ ବୀରଭଦ୍ରଦେବଙ୍କୁ ରୁଦ୍ରମା ଦେବୀ ସମ୍ଭବତଃ ୧୨୪୦ରେ ବିବାହ କରିଥିଲେ । କାକତୀୟ ସାମ୍ରାଜ୍ୟ ସହ ଚାଲୁକ୍ୟ ସାମ୍ରାଜ୍ୟର ଉତ୍ତମ ସମ୍ପର୍କ ଥିଲା । ଯୁଦ୍ଧ ସମୟରେ ଯୁବରାଜ ବୀରଭଦ୍ର ମହାରାଣୀଙ୍କ ତରଫରୁ ଯୁଦ୍ଧ କରୁଥିଲେ । ତେଣୁ ଏହି ବିବାହ ଏକ ରାଜନୈତିକ ସମ୍ବନ୍ଧ ଦୃଷ୍ଟିରୁ କରାଯାଇଥିଲା ।[୬] ବୀରଭଦ୍ର ଦେବ ତାଙ୍କ ରାଜ୍ୟର ଶାସନରେ ପ୍ରାୟତଃ ସେତେଟା ସକ୍ରିୟ ନ ଥିଲେ । ବୀରଭଦ୍ର ଦେବ ଏବଂ ରୁଦ୍ରମା ଦେବୀଙ୍କର ଦୁଇଗୋଟି ଝିଅ ଥିଲେ ।[୫]
ରୁଦ୍ରମା ଦେବୀ ସମ୍ଭବତଃ ୧୨୮୯ରେ ଏକ ଯୁଦ୍ଧରେ ପ୍ରାଣ ହରାଇଥିଲେ । ମାତ୍ର କିଛି ତଥ୍ୟ ଅନୁସାରେ ସେ ୧୨୯୫ଯାଏଁ ଜୀବିତ ଥିଲେ ବୋଲି ଜଣାଯାଏ ।[a] ରୁଦ୍ରାମାଦେବୀ ତାଙ୍କର ଶାସନ ଭାର ତାଙ୍କର ଜଣେ କନ୍ୟାର ପୁଅ ପ୍ରତପରୁଦ୍ରଙ୍କୁ ସମର୍ପିଥିଲେ ।[୫]
ଲୋକପ୍ରିୟ ସଂସ୍କୃତି
[ସମ୍ପାଦନା]ଚଳଚ୍ଚିତ୍ର ନିର୍ମାତା ଗୁଣଶେଖର ରୁଦ୍ରମା ଦେବୀଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ରରେ ରୁଦ୍ରମା ଦେବୀଙ୍କ ଭୂମିକାରେ ଅଭିନୟ କରିଥିଲେ ଅନୁଷ୍କା ସେଟ୍ଟି । ତାଙ୍କ ସହ ଅଭିନୟ କରିଥିବା କଳାକାରମାନେ ହେଲେ: ଅଲ୍ଲୁ ଅର୍ଜୁନ, ରାଣା ଦଗୁପତି, କାଜଲ ଅଗ୍ରୱାଲ, ନିତ୍ୟା ମେନନ୍ ।[୮]
ଆଧାର
[ସମ୍ପାଦନା]- ↑ Ramusack, Barbara N.; Sievers, Sharon L. (1999). Women in Asia: Restoring Women to History. Indiana University Press. p. 37. ISBN 978-0-25321-267-2.
- ↑ ୨.୦ ୨.୧ ୨.୨ Talbot, Cynthia (2001). Precolonial India in Practice: Society, Region, and Identity in Medieval Andhra. Oxford University Press. p. 273. ISBN 978-0-19513-661-6.
- ↑ http://www.telanganastateinfo.com/kakatiya-ruler-gona-ganna-reddy
{{citation}}
: Missing or empty|title=
(help) - ↑ Talbot, Cynthia (2001). Precolonial India in Practice: Society, Region, and Identity in Medieval Andhra. Oxford University Press. p. 158. ISBN 978-0-19513-661-6.
- ↑ ୫.୦ ୫.୧ ୫.୨ Smith, Bonnie G. (2008). The Oxford Encyclopedia of Women in World History. Vol. 1. Oxford University Press, USA. p. 612. ISBN 978-0-19514-890-9.
- ↑ Talbot, Cynthia (2001). Precolonial India in Practice: Society, Region, and Identity in Medieval Andhra. Oxford University Press. pp. 155–156. ISBN 978-0-19513-661-6.
- ↑ Reddy, T. Karnakar (20 November 2014). "Govt urged to observe death anniversary of Rani Rudrama Devi". The Hindu. Retrieved 22 March 2017.
- ↑ "Anushka to do a Tamil-Telugu period film?". Times of India. 6 October 2012. Archived from the original on 9 July 2013. Retrieved 22 March 2017.