ରୁକ୍ମଣୀ ଦେବୀ ମନ୍ଦିର

ଉଇକିପିଡ଼ିଆ‌ରୁ
Rukmini Devi Temple

ରୁକ୍ମଣୀ ଦେବୀ ମନ୍ଦିର,  ଭାରତର ଦ୍ୱାରକାଠାରୁ 2 କିଲୋମିଟର ଦୂରରେ ରହିଥିବା ଏକ ହିନ୍ଦୁ ମନ୍ଦିର । ଭଗବାନ ଶ୍ରୀକୃଷ୍ଣଙ୍କ ରାଣୀ ରୁକ୍ମିଣୀଙ୍କ ଉପାସନା ପାଇଁ ଏହା ନିର୍ମିତ । ଏହି ମନ୍ଦିର 2500 ବର୍ଷ ପୁରାତନ ବୋଲି ଲୋକବାଦ ଥିଲେ ମଧ୍ୟ ଏହାର ନିର୍ମାଣ ଶୈଳୀରୁ ଏହା 12 ଶ ଶତାବ୍ଦୀର ବୋଲି ଜଣାଯାଇଥାଏ । 

ବର୍ଣ୍ଣନା [ସମ୍ପାଦନା]

ମନ୍ଦିରରେ ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତି ପ୍ରସ୍ତରରେ ଖୋଦନ କରାଯାଇ ମଦିର କାନ୍ଥ ବାହାରେ ଖଞ୍ଜା ଯାଇଛି । ମନ୍ଦିର ଭିତରେ ରୁକ୍ମିଣୀଙ୍କ ପ୍ରତିମା ରହିଛି । ଏଥିରେ ଥିବା ସ୍ତମ୍ଭର ମୂଳ ଅଂଶରେ କ୍ଷୋଦିତ ମନୀଷା ଓ ହାତୀ ମୂର୍ତି ସମୂହ ରହିଛି । 

କିମ୍ବଦନ୍ତୀ [ସମ୍ପାଦନା]

ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କର ପତ୍ନୀ ରୁକ୍ମିଣୀ ପରଶ୍ୱରଠାରୁ ଏତେ ଦୂରରେ ଅବସ୍ଥାନ କରୁଥିବା ବିଷୟରେ ଏକ କାହାଣୀ ରହିଛି । ଥରେ ଶ୍ରୀକୃଷ୍ଣ ଓ ରୁକ୍ମିଣୀ ମହାମୁନି ଦୁର୍ବାସାଙ୍କୁ ତାଙ୍କ ଘରେ ଭୋଜନ ପାଇଁ ରଥରେ ଆମନ୍ତ୍ରଣ କରୁଥିଲେ । ବାଟରେ ଶୋଷ ହେବାରୁ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ଜଳ ପାଇଁ କହିବାରୁ ଶ୍ରୀକୃଷ୍ଣ ଗଙ୍ଗା ଜଳ ତାଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ମହା କ୍ରୋଧୀ ମୁନି ଦୁର୍ବାସା ତାଙ୍କୁ ଆଗରୁ ଜଳ ନ ଦେବାରୁ ସେ ପତିପତ୍ନୀ ବିଚ୍ଛିନ୍ନ ହେଇ ରହିବେ ବୋଲି ଅଭିଶାପ ପ୍ରଦାନ କରିଥିଲେ । [୧]

ଆଧାର [ସମ୍ପାଦନା]

  1. "Jamnagar". Government of Gujarat Tourism. Archived from the original on 27 April 2015. Retrieved 14 April 2015.