ରୀନା ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
ରୀନା ଅଗ୍ରୱାଲ
୨୦୧୭ ମସିହାରେ ବେହେନ ହୋଗି ତେରିର ସ୍ୱତନ୍ତ୍ର ସ୍କ୍ରିନିଂରେ ରୀନା
ଜନ୍ମ
ପୁଣେ, ଭାରତ
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ
ସକ୍ରିୟ ବର୍ଷ୨୦୦୯–ଏବେଯାଏଁ

ରୀନା ଅଗ୍ରୱାଲ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ ଯିଏକି ମୁଖ୍ୟତଃ ଫିଚର ଫିଲ୍ମ, ଦୂରଦର୍ଶନ ଧାରାବାହିକ ଏବଂ ଥିଏଟର ନାଟକରେ ଅଭିନୟ କରିନ୍ତି । ସେ ରୀନା ମଧୁକର ଭାବରେ ମଧ୍ୟ ଜଣାଶୁଣା ।

ଅଭିନୟ ଓ ମଡେଲିଂ[ସମ୍ପାଦନା]

ରୀନା ୨୦୦୯ ମସିହାରେ ଡିଜନି ଚ୍ୟାନେଲ ଇଣ୍ଡିଆରେ ପ୍ରସାରିତ କାର୍ଯ୍ୟକ୍ରମ କ୍ୟା ମସ୍ତ ହୈ ଲାଇଫ୍ ଜରିଆରେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ନିତିନ ଦେଶାଇଙ୍କ ନିର୍ଦ୍ଦେଶିତ ମରାଠୀ କଥାଚିତ୍ର ଅଜିନ୍ତାରେ ଅଭିନୟ କରିଥିଲେ । ୨୦୧୨ ମସିହାରେ ଅମୀର ଖାନଙ୍କ ଅଭିନୀତ କଥାଚିତ୍ର ତାଲାଶ: ଦି ଆନ୍‌ସାର୍ ଲାଇଜ୍ ଉଇଦିନ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ସେ ଜଣେ ମହିଳା ପୋଲିସ କନଷ୍ଟେବଳ ସବିତା ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ତାଙ୍କୁ ଆଣ୍ଡ ଟିଭିରେ ପ୍ରସାରିତ ଧାରାବାହିକ ଏଜେଣ୍ଟ ରାଘବ - କ୍ରାଇମ ବ୍ରାଞ୍ଚରେ ଫରେନସିକ୍ ଡାକ୍ତର ଆରତୀ ମିସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ ।[୧] ତାଙ୍କର ମରାଠୀ କଥାଚିତ୍ର ଝାଲା ବାଭତା ଜାନୁଆରୀ ୨୦୧୭ରେ ମୁକ୍ତିଲାଭ କରିଥିଲା ।[୨] ସେ ହିନ୍ଦୀ କଥାଚିତ୍ର ବେହେନ୍ ହୋଗି ତେରୀ ଓ ମରାଠୀ କଥାଚିତ୍ର ଦେବ ଦେବହାରୀତ୍ ନହିରେ ଅଭିନୟ କରିଥିଲେ ।[୩] ସେ ମଞ୍ଚରେ ବିଭିନ୍ନ ନାଟକ ଓ ଡ୍ରାମାରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଜଣାଶୁଣା ମରାଠୀ ଥିଏଟର ନାଟକ ହେଉଛି ମାଜି ବାଇକୋ ମାଜି ମେହୁନି ଓ ହିନ୍ଦୀ ଥିଏଟର ନାଟକ ହେଉଛି କୃଷ୍ଣପ୍ରିୟା । ସେ କୋନ୍ ହୋଈଲ୍ ମରାଠୀ କରୋଡ଼ପତି ୩ର ବିଜ୍ଞାପନରେ[୪] ଓ ମ୍ୟୁଜିକ୍ ଭିଡିଓ ରଙ୍ଗ ପ୍ରୀତିରେ ଅଭିନୟ କରିଥିଲେ ।[୫] ୨୦୧୮ ମସିହାରେ, ସେ ୩୧ ଦିବସରେ ଅଭିନୟ କରିଥିଲେ ।[୬]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା ଆଧାର
୨୦୧୨ ଅଜିନ୍ତା କମଳା ମରାଠୀ
୨୦୧୨ ାଲାଶ:

ି ଆନ୍‌ସାର୍ ଲାଇଜ୍ ଉଇଦିନ୍ଦ

ସବିତା ହିନ୍ଦୀ [୭]
୨୦୧୭ ଝାଲା ବୋଭାତା ମରାଠୀ
୨୦୧୭ ବେହେନ୍ ହୋଗି ତେରୀ ରିତୁ ହିନ୍ଦୀ
୨୦୧୭ ଦେବ ଦେବହାରତ ନାହି ବିଦ୍ୟା ମରାଠୀ [୮]
୨୦୧୮ ୩୧ ଦିବସ ମୀରା [୯]
୨୦୨୩ ଚାପା କାଟା ମରାଠୀ [୧୦]

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଚ୍ୟାନେଲ୍ ଭୂମିକା
୨୦୦୯-୨୦୧୦ କ୍ୟା ମସ୍ତ ହୈ ଲାଇଫ୍ ଡିଜନି ଚ୍ୟାନେଲ ଇଣ୍ଡିଆ ଟିଆ
୨୦୧୨-୨୦୧୩ ବାଲିକା ବଧୁ କଲର୍ସ ଟିଭି ଅସୀମା
୨୦୧୫-୨୦୧୬ ଏଜେଣ୍ଟ ରାଘବ - କ୍ରାଇମ୍ ବ୍ରାଞ୍ଚ ଆଣ୍ଡ ଟିଭି ଡ. ଆରତୀ ମିସ୍ତ୍ରୀ
୨୦୨୧-୨୦୨୨ ମ୍ୟାନ୍ ଉଦୁ ଉଦୁ ଝାଲା ଜୀ ମରାଠୀ ସନିକା ଦେଶପାଣ୍ଡେ[୧୧]

ଆଧାର[ସମ୍ପାଦନା]

  1. "Reena Agarwal excited for 'Agent Raghav - Crime Branch'". www.mid-day.com. 2 September 2015. Retrieved 28 June 2018.
  2. "Zhalla Bobhata heroine shares screen with Shruti Haasan". Times of India. 18 January 2017. Retrieved 28 June 2018.
  3. "Marathi Actress 'Reena Aggarwal' to Act with Shruti Hasan and Rajkumar Rao in a Bollywood Film". marathicineyug.com. Archived from the original on 30 December 2019. Retrieved 28 June 2018.
  4. Kon Hoeel Marathi Crorepati, Season 3 | Colors Marathi | Swapnil Joshi | Reena Madhukar | Promo (in ଇଂରାଜୀ), retrieved 2023-10-23
  5. Rang Priticha - Marathi Song | Hrishikesh Ranade, Priyanka Barve | Reena Aggarwal, Ashish Dixit (in ଇଂରାଜୀ), retrieved 2023-10-23
  6. "Team 31 Divas come together for music launch of the film". timesofindia.indiatimes.com. 22 June 2018. Retrieved 28 June 2018.
  7. "'मन उडु उडु झालंय' मालिकेतील सानिका बद्दल हे माहित्येय का?". Maharashtra Times (in ମରାଠୀ). Retrieved 2023-10-23.
  8. Developer, Web. "Reena Aggarwal's Marathi film 'Dev Devharyat Nahi' based on true events". Mid-day. Retrieved 2023-10-23.
  9. "Reena Madhukar- I-dont-have-any-restrictions-when-it-comes-to-choosing-any-role".
  10. "मकरंद अनासपुरेचा नवीन चित्रपट ; 'छापा काटा' लवकरच प्रेक्षकांच्या भेटीला". Loksatta (in ମରାଠୀ). 2023-11-26. Retrieved 2023-12-02.
  11. "Reena Madhukar makes marathi TV debut in Man Udu Udu Zhala".[permanent dead link]

ବାହାର ଲିଙ୍କ୍[ସମ୍ପାଦନା]