ରିତୁ ବଡ଼ାଇକ

ଉଇକିପିଡ଼ିଆ‌ରୁ
ରିତୁ ବଡ଼ାଇକ
ଜନ୍ମ
ରିତୁ ବଡ଼ାଇକ

ମଇ ୨୦୧୧
ବାନିଗୁନୀ,ସୁନ୍ଦରଗଡ଼
ଜାତୀୟତାଭାରତୀୟ
ପ୍ରସିଦ୍ଧିଫୁଟବଲ ଖେଳାଳି
ପିତାମାତାବିଜୟ ବଡ଼ାଇକ

ରିତୁ ବଡ଼ାଇକ ଜଣେ ମହିଳା ଫୁଟବଲ ଖେଳାଳି ।[୧] ସେ ୧୬ ବର୍ଷରୁ କମ ଭାରତୀୟ ମହିଳା ଫୁଟବଲ ଦଳର ଜଣେ ସଦସ୍ୟା ଓ ଜଣେ ମିଡ଼ଫିଲ୍ଡର ଭାବରେ ଏହି ଦଳରେ ଖେଳନ୍ତି ।[୨]

ଜୀବନୀ[ସମ୍ପାଦନା]

ରିତୁ ୨୦୧୧ ମସିହା ମେ ମାସରେ ସୁନ୍ଦରଗଡ଼ ଜିଲ୍ଲାର ବାନିଗୁନୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ବିଜୟ ବଡ଼ାଇକ ନିଜେ ଜଣେ ଫୁଟବଲ ଖେଳାଳି ଥିଲେ କିନ୍ତୁ ପରିସ୍ଥିତି ଚାପରେ ସେ ନିଜ ଖେଳକୁ ଆଗକୁ ବଢ଼ାଇ ପାରିନଥିଲେ । ପିତା ବିଜୟ ରିତୁଙ୍କୁ ଫୁଟବଲ ଖେଳିବା ପାଇଁ ପ୍ରବର୍ତ୍ତାଇ ଥିଲେ ଓ ସେ ହିଁ ଥିଲେ ରିତୁଙ୍କର ଆଦ୍ୟ ଗୁରୁ । ଫୁଟବଳ ଖେଳରେ ଉନ୍ନତି ଆସିବା ପରେ ସେ କୁଆରମୁଣ୍ଡାର ୟଙ୍ଗ ଆସୋସିଏସନ୍ ମହିଳା ଫୁଟବଲ କ୍ଲବରେ ସିଥୋ ମହାକୁଳଙ୍କଠାରୁ ପ୍ରଶିକ୍ଷଣ ଗ୍ରହଣ କରି ନିଜ କୌଶଳକୁ ଆହୁରି ଶାଣିତ କରିଥିଲେ । ପରେ ସେ ନୀତା ଫୁଟବଲ ଏକାଡେମିରେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।[୩] ଏଠାରେ ତାଙ୍କର ଖେଳରେ ଅଧିକ ଉନ୍ନତି ଆସିଥିଲା ଓ ସେ ରାଜ୍ୟ ଉପକନିଷ୍ଠ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ । ଏହି ପ୍ରତିଯୋଗିତାରେ ସେ ସମୁଦାୟ ୭ଟି ଗୋଲ ଦେଇଥିଲେ ଓ ଚଣ୍ଡିଗଡ଼ ବିପକ୍ଷରେ ଏକାକୀ ଚାରିଟି ଗୋଲ ସ୍କୋର କରିଥିଲେ । ଏହି ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଲାଗି ଡାକରା ଆସିଥିଲା । ଗୋଆରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ତାଙ୍କର ଉନ୍ନତ ପ୍ରଦର୍ଶନକରି ସେ ଭାରତୀୟ ୨୩ଜଣିଆ ଦଳରେ ସ୍ଥାନ ପାଇଥିଲେ ।

୨୦୨୪ ମାର୍ଚ୍ଚ ମାସରେ ନେପାଳର କାଠମାଣ୍ଡୁଠରେ ଅନୁଷ୍ଠିତ ୧୬ ବର୍ଷରୁ କମ ସାଫ ଚାମ୍ପିଅନସିପରେ ସେ ଭାରତୀୟ ଦଳରେ ଖେଳିଥିଲେ ।[୪][୫]

ଆଧାର[ସମ୍ପାଦନା]

  1. "Know Your Young Tigresses in SAFF U16 Women's Championship: Unity in Diversity". Official Website of All India Football Federation. 28 February 2024. Retrieved 7 March 2024.
  2. "Odisha's Rupashree, Ritu in Indian U16 women's team". Latest Odisha Breaking News-Prameya News. 29 February 2024. Retrieved 7 March 2024.
  3. Pani, Sanatan (1 March 2024). "News". orisports.com. Retrieved 7 March 2024.
  4. "India announces 23-member squad for SAFF U-16 Women's Championships". Deccan Herald. 26 February 2024. Retrieved 7 March 2024.
  5. Bureau, Sambad (7 March 2024). "କୁଆରମୁଣ୍ଡାରୁ କାଠମାଣ୍ଡୁ: ଫୁଟ୍‌ବଲ୍ ପଡ଼ିଆରେ ରିତୁଙ୍କ ଲମ୍ବା ଲମ୍ଫ". Sambad. Retrieved 7 March 2024.