Jump to content

ରାଷ୍ଟ୍ରୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଏନ.ଆଇ.ଟି)

ଉଇକିପିଡ଼ିଆ‌ରୁ
ରାଷ୍ଟ୍ରୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଏନ.ଆଇ.ଟି) is located in India
ପାଟନା
ପାଟନା
ରାୟପୁର
ରାୟପୁର
ୱାରାଙ୍ଗଲ
ୱାରାଙ୍ଗଲ
ଭୋପାଲ
ଭୋପାଲ
ଦୁର୍ଗାପୁର
ଦୁର୍ଗାପୁର
ଜାମଶେଦପୁର
ଜାମଶେଦପୁର
ନାଗପୁର
ନାଗପୁର
ଶ୍ରୀନଗର
ଶ୍ରୀନଗର
ସୁରତକାଲ
ସୁରତକାଲ
ଆଲ୍ଲାହାବାଦ
ଆଲ୍ଲାହାବାଦ
କାଲିକଟ
କାଲିକଟ
ରାଉରକେଲା
ରାଉରକେଲା
ସୁରଟ
ସୁରଟ
ଜୟପୁର
ଜୟପୁର
କୁରୁକ୍ଷେତ୍ର
କୁରୁକ୍ଷେତ୍ର
'ତିରୁଚିନ୍ନାପଲ୍ଲୀ
ତିରୁଚିନ୍ନାପଲ୍ଲୀ
ଅଗରତାଲା
ଅଗରତାଲା
ସିଲଚର
ସିଲଚର
ହମିରପୁର
ହମିରପୁର
ଜଳନ୍ଧର
ଜଳନ୍ଧର
ଫର୍ମାଗୁଡି
ଫର୍ମାଗୁଡି
କରାଇକଲ
କରାଇକଲ
ଦିଲ୍ଲୀ
ଦିଲ୍ଲୀ
ପୌଢ଼ୀ'
ପୌଢ଼ୀ
ରବଂଗଲା
ରବଂଗଲା
ଆଇଜୋଲ
ଆଇଜୋଲ
ଶିଲଂ
ଶିଲଂ
ଇମ୍ଫାଲ
ଇମ୍ଫାଲ
ଦିମାପୁର
ଦିମାପୁର
ୟୁପିଆ
ୟୁପିଆ
ତାଡ଼େପଲ୍ଲୀଗୁଡ଼ମ
ତାଡ଼େପଲ୍ଲୀଗୁଡ଼ମ
ଭାରତ ମାନଚିତ୍ରରେ ଏକ-ତିରିଶଟି ଏନ.ଆଇ.ଟି.ମାନଙ୍କର ଅବସ୍ଥିତି

ରାଷ୍ଟ୍ରୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଏନ.ଆଇ.ଟି) ପ୍ରଯ୍ୟୁକ୍ତିବିଦ୍ୟା ଏବଂ ଗବେଷଣା ପାଇଁ ଉଦ୍ଧିଷ୍ଟ ଏକ ସ୍ୱାୟତ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଅଟେ । ଏହି ସଂସ୍ଥାନସମୂହ ଜାତୀୟ ପ୍ରଦ୍ୟୋଗିକ ସଂସ୍ଥାନ ଅଧିନିୟମ ୨୦୦୭ ଦ୍ୱାରା ପରିଚାଳିତ, ଯାହା ସେମାନଙ୍କୁ ରାଷ୍ଟ୍ରୀୟ ମହତ୍ତ୍ୱର ସଂସ୍ଥାନଭାବେ ଘୋଷଣା କରେ ଏବଂ ସେମାନଙ୍କର କାର୍ଯ୍ୟକଳାପ ଓ ଶାସନବିଧିକୁ ନିୟନ୍ତ୍ରଣ କରିଥାଏ । ବର୍ତ୍ତମାନ ସୁଦ୍ଧା ଏକ-ତିରିଶଟି ସଂସ୍ଥାନକୁ ଜାତୀୟ ପ୍ରଦ୍ୟୋଗିକ ସଂସ୍ଥାନ ଅଧିନିୟମ ୨୦୦୭ରେ ସମ୍ମିଳିତ କରାଯାଇଛି । ପ୍ରତ୍ୟେକ ଏନ.ଆଇ.ଟି ସ୍ୱାଧୀନ ଏବଂ ଏକ ଏକକ ପରିଷଦ (ଏନ.ଆଇ.ଟି କାଉନସିଲ) ସହ ସଂଯୁକ୍ତ । ଏହି ସଂସ୍ଥାନଗୁଡ଼ିକ ଭାରତର ବିଶିଷ୍ଟ ପ୍ରଦ୍ୟୋଗିକ ବିଦ୍ୟା ସଂସ୍ଥାନମାନଙ୍କରୁ ଅନ୍ୟତମ । ଏଣୁ ଏମାନଙ୍କର ଛାତ୍ର-ଗ୍ରହଣ ହାର ନ୍ୟୁନତମ ତଥା ୧ରୁ ୨ ପ୍ରତିଶତ ମଧ୍ୟରେ । ଏହି ସଂସ୍ଥାନମାନଙ୍କରେ ଶିକ୍ଷାର ମାଧ୍ୟମ ହେଉଛି ଇଂରାଜୀ ଭାଷା ।

ଇତିହାସ

[ସମ୍ପାଦନା]

ଭାରତରେ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା (୧୯୫୬-୬୦) ଅନୁଯାୟୀ ଅନେକ ଔଦ୍ୟୋଗିକ ପ୍ରକଳ୍ପସବୁ ଅନୁମୋଦନ କରାଯାଇଥିଲା । ଏସବୁକୁ କାର୍ଯ୍ୟକାରୀ କରିବାପାଇଁ କୁଶଳୀ ଲୋକସମ୍ଭଳର ଆବଶ୍ୟକତାକୁ ପରିପୂର୍ଣ୍ଣ କରିବାକୁଯାଇ ଭାରତ ସରକାର ପ୍ରତିଟି ମୁଖ୍ୟ ରାଜ୍ୟମାନଙ୍କରେ ଗୋଟିଏ ଲେଖାଏଁ ଆଞ୍ଚଳିକ ପ୍ରଦ୍ୟୋଗିକ ମହାବିଦ୍ୟାଳୟ ସ୍ଥାପନ କଲେ । ୧୯୫୯ ମସିହା ପରଠାରୁ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଶି ପ୍ରତ୍ୟେକ ପ୍ରମୁଖ ରାଜ୍ୟମାନଙ୍କରେ ସତରଟି ଆଞ୍ଚଳିକ ପ୍ରଦ୍ୟୋଗିକ ମହାବିଦ୍ୟାଳୟ ପ୍ରତିଷ୍ଠା କଲେ । ୧୯୬୦ ମସିହା ସୁଦ୍ଧା ପ୍ରତି ମୁଖ୍ୟ ପ୍ରଦେଶରେ ଦୁଇଟି ଲେଖାଏଁ ଆଞ୍ଚଳିକ ପ୍ରଦ୍ୟୋଗିକ ମହାବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇସାରିଥିଲା:

ପ୍ରଦେଶ ଆଞ୍ଚଳିକ ପ୍ରଦ୍ୟୋଗିକ ମହାବିଦ୍ୟାଳୟ
ପୂର୍ବାଞ୍ଚଳ ଦୁର୍ଗାପୁର, ଜାମଶେଦପୁର
ପଶ୍ଚିମାଞ୍ଚଳ ନାଗପୁର, ସୁରଟ, ଭୋପାଳ
ଉତ୍ତରାଞ୍ଚଳ ୱାରାଙ୍ଗଲ, ସୁରଥକାଲ
ଦକ୍ଷିଣାଞ୍ଚଳ ଶ୍ରୀନଗର, ଆଲ୍ଲାହାବାଦ

ବିବରଣୀ

[ସମ୍ପାଦନା]