ରାମାନି ଆମ୍ମାଲ

ଉଇକିପିଡ଼ିଆ‌ରୁ
ରାମାନି ଆମ୍ମାଲ
Also known asରକ୍‌ଷ୍ଟାର୍
ଜନ୍ମ୧୯୫୪
ମାଡ୍ରାସ, ଭାରତ
ମୃତ୍ୟୁ (ବୟସ  69)
ପଶ୍ଚିମ ମାମ୍ବଲାମ, ଚେନ୍ନାଇ, ତାମିଲନାଡ଼ୁ, ଭାରତ
ଶୈଳୀପ୍ରଚ୍ଛଦପଟ ଗାୟିକା, କଣ୍ଠଶିଳ୍ପୀ
କାର୍ଯ୍ୟକାଳ୨୦୦୪–୨୦୨୩

ରାମାନି ଆମ୍ମାଲ (Tamil: ரமணியம்மாள்; ୧୯୫୪ - ୪ ଅପ୍ରେଲ ୨୦୨୩) ଜଣେ ତାମିଲ ଲୋକଗୀତ ଗାୟିକା ଥିଲେ, ଯିଏକି ତାଙ୍କ ଷ୍ଟେଜ୍ ନାମ ରକ୍‌ଷ୍ଟାର୍ ରାମାନି ଆମ୍ମାଲ ଭାବରେ ମଧ୍ୟ ଜଣାଶୁଣା । ୨୦୧୭ ମସିହାର ସେ ଜୀ ତାମିଲରେ ପ୍ରସାରିତ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ ସାରେ ଗା ମା ପା ସିନିଅର୍‌ସ୍ରେ ଅଂଶଗ୍ରହଣ କରିବା ପରେ ଲୋକଲୋଚନକୁ ଆସିଥିଲେ ।[୧] ଏହି କାର୍ଯ୍ୟକ୍ରମରେ ତାଙ୍କୁ ବିଚାରପତିମାନେ 'ରକଷ୍ଟାର୍' ଭାବରେ ଭୂଷିତ କରାଇଥିଲେ । ୨୦୦୪ ମସିହାରେ ସେ କାଦଲ କଥାଚିତ୍ରରେ ପ୍ରଚ୍ଛଦପଟ ଗାୟିକା ଭାବରେ କାର୍ଯ୍ୟ କରିଥିଲେ ।

ଜୀବନୀ[ସମ୍ପାଦନା]

ରାମାନି ଆମ୍ମାଲ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ପାରିବାରିକ ପୃଷ୍ଠଭୂମି ଯୋଗୁଁ ସେ ଅଧିକ ପଢ଼ିପାରିନଥିଲେ । ଅଭିନେତା ତଥା ରାଜନେତା ଏମ. ଜି. ରାମଚନ୍ଦ୍ରନଙ୍କଠାରୁ ଅନୁପ୍ରାଣିତ ହୋଇ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ ।[୨] ଅଳ୍ପ ବୟସରୁ ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ, ମାତ୍ର ଆର୍ଥିକ ଅନଗ୍ରସରତା ପାଇଁ ଅନ୍ୟର ଘରେ କାମ କରି ଜୀବନଯାପନ କରୁଥିଲେ ।[୧] ସେ ବିବାହ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଗୀତ ଗାଉଥିଲେ । କଥାଚିତ୍ରରେ ଗୀତ ଗାଇବା ପୂର୍ବରୁ ସେ ମୁଖ୍ୟତଃ ଜଣେ ଚାକରାଣୀ ଭାବରେ କାର୍ଯ୍ୟ କରୁଥିଲେ ।[୩] ୨୦୦୪ ମସିହାରେ ତାମିଲ୍ ରୋମାଣ୍ଟିକ ଡ୍ରାମା ଫିଲ୍ମ କାଦଲରେ ସେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ ଗୀତ ଗାଇଥିଲେ । ଏହାପରେ ସେ କଥାବରାୟଣ (୨୦୦୮), ଥେନାଭାଟୁ (୨୦୦୮) ଏବଂ ହରିଦାସ (୨୦୧୩) ଭଳି କଥାଚିତ୍ରରେ ଗୀତ ଗାଇଥିଲେ ।[୪] ଅଧିକ କଥାଚିତ୍ରରେ ଗୀତ ଗାଇବାର ସୁଯୋଗ ନ ମିଳିବାରୁ ସେ ପୁଣିଥରେ ଅନ୍ୟର ଘରେ କାମ କରି ଜୀବନ ଯାପନ କରୁଥିଲେ ।

୨୦୧୭ ମସିହାରେ, ୬୩ ବର୍ଷ ବୟସରେ, ସେ ଦୂରଦର୍ଶନ ରିଆଲିଟି ଶୋ'ରେ କାମ କରିଥିଲେ । ଜୀ ତାମିଲରେ ପ୍ରସାରିତ ସଙ୍ଗୀତ ଭିତ୍ତିକ ଧାରାବାହିକ ସାରେ ଗା ମା ପା ସିନିଅର୍‌ସ୍ରେ ସେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରୁ ସେ ଜଣେ ଥିଲେ ଏବଂ ଅପ୍ରେଲ ୨୦୧୮ରେ ସେ ଏହି କାର୍ଯ୍ୟକ୍ରମର ପ୍ରଥମ ରନର୍‌ଅପ୍ ହୋଇଥିଲେ ।[୫][୬] ଏହି କାର୍ଯ୍ୟକ୍ରମ ପରେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ ଜୁଙ୍ଗା (୨୦୧୮), ସାଣ୍ଡାକୋଜି ୨ (୨୦୧୮), କପ୍ପାନ (୨୦୧୯), ଏବଂ ନେଞ୍ଜାମୁଣ୍ଡୁ ନର୍ମାୟୁଣ୍ଡୁ ଓଡୁ ରାଜା (୨୦୧୯) ଆଦିରେ ଗାଇଥିଲେ ।[୭][୮]

୨୦୧୮ ମସିହାରେ ସେ ଦୂରଦର୍ଶନ ଧାରାବାହିକ ୟାରାଦି ନୀ ମୋହିନୀରେ ଏକ ସ୍ୱତନ୍ତ୍ର ଭୂମିକାରେ କାମ କରିଥିଲେ ।[୯]

ମୃତ୍ୟୁ[ସମ୍ପାଦନା]

୨୦୨୩ ମସିହାର ଅପ୍ରେଲ ୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।[୧୦]

ଗୀତ[ସମ୍ପାଦନା]

ବର୍ଷ କଥାଚିତ୍ର ଗୀତ (ଗୁଡ଼ିକ) ମନ୍ତବ୍ୟ
୨୦୦୮ କଥାବରାୟଣ କଥାବାରାୟା ସାମି
୨୦୧୩ ହରିଦାସ ଭେଲାକୁଥାଇରାଇ
୨୦୧୮ ଜୁଙ୍ଗା ରାଇଜ୍ ଅଫ୍ ଜୁଙ୍ଗା
ସାଣ୍ଡାକୋଜି ୨ ସେନଗରତନ ପାରାଏଇଲା
୨୦୧୯ ନେଞ୍ଜାମୁଣ୍ଡୁ ନର୍ମାୟୁଣ୍ଡୁ ଓଡୁ ରାଜା ଇଣ୍ଟରନେଟ୍ ପାସଙ୍ଗା
କାପ୍ପାନ ସିରୁକ୍କି

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ବମ୍ମାଇ ନାୟାଗି (୨୦୨୩)

ଆଧାର[ସମ୍ପାଦନା]

  1. ୧.୦ ୧.୧ "I will donate some money to poor people, says Sa Re Ga Ma Pa's Rockstar Ramaniammal". The Times of India (in ଇଂରାଜୀ). Retrieved 2020-06-02.
  2. "'ராக் ஸ்டார்' ரமணியம்மாளைத் தெரியாதா உங்களுக்கு?!". Dinamani. Retrieved 2020-06-02.
  3. Rajkumar (2019-03-03). "சினிமாவில் கலக்குவார் என்று எதிர்பார்த்த ரமணியம்மாள்.! தற்போது என்ன செய்துகொண்டிருக்கிறார் பாருங்க.!". Tamil Behind Talkies (in ଆମେରିକୀୟ ଇଂରାଜୀ). Retrieved 2020-06-02.
  4. "Namma OOru rockstar". The New Indian Express. Retrieved 2020-06-02.
  5. "Top five to battle on 'Sa Re Ga Ma Pa' finale today". The Times of India (in ଇଂରାଜୀ). Retrieved 2020-06-02.
  6. "Tamil Sa Re Ga Ma Pa: Varsha emerges as the winner of the singing reality show". The Times of India (in ଇଂରାଜୀ). Retrieved 2020-06-02.
  7. "Rock Star Ramani Ammal records a song for Junga". The Times of India (in ଇଂରାଜୀ). Retrieved 2020-06-02.
  8. "'Sengaruttan Paaraiyula' song from 'Sandakozhi 2' unveiled". The Times of India (in ଇଂରାଜୀ). Retrieved 2020-06-02.
  9. "Sa Re Ga Ma Pa Tamil 2018 finalist Ramaniammal makes a cameo in 'Yaaradi Nee Mohini'". The Times of India (in ଇଂରାଜୀ). Retrieved 2020-06-02.
  10. Palanichamy, Saravanan (4 April 2023). "Ramani Ammal Passes Away At The Age Of 69: The Astonishing Voice Of 'Thandatti Karuppayi' Song Is No More!". Filmi Beat. Retrieved 4 April 2023.