ରାମବାଗ ରାଜମହଲ
ରାମବାଗ ରାଜମହଳ , ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ଜଯପୁରରେ ଅବସ୍ଥିତ ପୂର୍ବତନ ମହାରାଜାଙ୍କ ବାସଗୃହ ଥିଲା ଓ ବର୍ତ୍ତମାନ ଏହା ଏକ ହୋଟେଲ । ଜଯପୁର ସହର ସୀମାବର୍ତୀ ପ୍ରାଚୀରରୁ ଭବାନୀ ସିଂହ ରାସ୍ତାରେ 8 କିଲୋମିଟର ଦୂରରେ ଏହା ଅବସ୍ଥିତ ।
ଇତିହାସ [ସମ୍ପାଦନା]
1835 ମସିହାରେ ଏହାକୁ ରାଜପୁତ୍ର ରାମ ସିଂହଙ୍କ ତତ୍ତ୍ୱାବଧାରକ ନର୍ସ ପାଇଁ ଗାର୍ଡେନ ହାଉସ ଭାବରେ ନିର୍ମିତ ହେଇଥିଲା । 1887ରେ ମହାରାଜା ସାବାଇ ମାନସିଂହ I[୧]Iଙ୍କ ରାଜୁତି ସମୟରେ ଏହାକୁ ଏକ ରାଜକୀୟ ଶିକାର ଆବାସ ସ୍ଥଳରେ ପରିଣତ କରାଯାଇଥିଲା ।୨୦ ତମ ଶତାବ୍ଦୀର ପ୍ରାରମ୍ଭ କାଳରେ ଏହା ନିକଟରେ ଘଞ୍ଚ ଅରଣ୍ୟ ରହିଥିଲା ।ସେତେବେଳେ ସାର ସାମୁଏଲ ସ୍ୱିନ୍ତାନ ଜାକବଙ୍କ[୨] ନକ୍ସା ଅନୁଯାୟୀ ଏହାକୁ ଏକ ରାଜମହଳ ଭାବରେ ବିସ୍ତାର କରା ଯାଇଥିଲା । ମହାରାଜା ସାବାଇ ମାନସିଂହ II ଏହାକୁ ତାଙ୍କର ମୁଖ୍ୟ ବାସଗୃହ କରିଥିଲେ ଓ ୧୯୩୧[୩] ରେ ଏହାର ପରିବର୍ଦ୍ଧନ କରିଥିଲେ । ଭାରତ ସ୍ୱାଧୀନ ହେଲା ପରେ ରାଜତନ୍ତ୍ରର ବିଲୋପ କରାଗଲା । ଏହାକୁ ଏକ ସରକାରୀ ଭବନ ରୂପେ ବ୍ୟବହାର କରାଗଲା । ୧୯୫୦ ମସିହା ବେଳକୁ ପୂର୍ବତନ ରାଜପରିବାର ଏହି ମହଲ ତଥା ଏଠାରେ ଥିବା ୪୭ ଏକର ସ୍ଥାନରେ ଥିବା ବଗିଚା ରକ୍ଷଣା ବେକ୍ଷଣ ଅତ୍ୟନ୍ତ୍ୟ ବ୍ୟୟବହୁଳ ହେଇଯିବାରୁ ୧୯୫୭ରେ ସେମାନେ ଏହାକୁ ଏକ ବିଳାସପୂର୍ଣ ହୋଟେଲରେ ପରିଣତ କଲେ ।
ପୁରସ୍କାର [ସମ୍ପାଦନା]
- କୋଣ୍ଡେ ନାଷ୍ଟ ପର୍ଯ୍ୟଟନ ମେଗାଜିନଦ୍ୱାରା ଏହା 2009 ମସିହାରେ ବିଶ୍ୱର ଶ୍ରେଷ୍ଠ ହୋଟେଲ ଭାବରେ ପୁରସ୍କୃତ ହେଇଥିଲା ।
ନୋତ୍ସ ସମୂହ [ସମ୍ପାଦନା]
ଆଧାର ସବୁ [ସମ୍ପାଦନା]
- Crump, Vivien; Toh, Irene (1996). Rajasthan (hardback). London: Everyman Guides. pp. 400 pages. ISBN 1-85715-887-3.
- Crites, Mitchell Shelby; Nanji, Ameeta (2007). India Sublime – Princely Palace Hotels of Rajasthan (hardback). New York: Rizzoli. pp. 272 pages. ISBN 978-0-8478-2979-8.
- Badhwar, Inderjit; Leong, Susan (2006). India Chic. Singapore: Bolding Books. p. 240. ISBN 981-4155-57-8.
- Michell, George, Martinelli, Antonio (2005). The Palaces of Rajasthan. London: Frances Lincoln. pp. 271 pages. ISBN 978-0-7112-2505-3.
{{cite book}}
: CS1 maint: multiple names: authors list (link) CS1 maint: Multiple names: authors list (link) - William Warren; Jill Gocher (2007). Asia's Legendary Hotels: The Romance of Travel (hardback). Singapore: Periplus Editions. ISBN 978-0-7946-0174-4.