Jump to content

ରାମବାଗ ପ୍ୟାଲେସ

ଉଇକିପିଡ଼ିଆ‌ରୁ
ରାମବାଗ ପ୍ୟାଲେସ
ରାମବାଗ ପ୍ୟାଲେସର ଆଭ୍ୟନ୍ତରୀଣ
General information
Architectural styleରାଜପୁତ ବାସ୍ତୁକଳା, ଭାରତୀୟ-ଆରବୀୟ ବାସ୍ତୁକଳା
ସହରଜୟପୁର
ଦେଶଭାରତ
Design and construction
Ownerଜୟପୁର ରାଜପରିବାର / ତାଜ ହୋଟେଲ
ଶିଳ୍ପୀସାର ସାମୁଏଲ ସ୍ୱିଣ୍ଟନ ଜାକବ
ରାମବାଗ ପ୍ୟାଲେସର ଅଭ୍ୟନ୍ତର ପ୍ରାନ୍ତର 

ରାମବାଗ ପ୍ୟାଲେସ , ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ଜୟପୁରରେ ଅବସ୍ଥିତ ଏକ ହୋଟେଲ । ଏହା ପୂର୍ବତନ ମହାରାଜାଙ୍କ ବାସଗୃହ ଥିଲା ଓ ବର୍ତ୍ତମାନ ଏହା ଏକ ହୋଟେଲରେ ରୂପାନ୍ତରିତ ହୋଇଛି । ଜୟପୁର ସହର ସୀମାବର୍ତ୍ତୀ ପ୍ରାଚୀରରୁ ଭବାନୀ ସିଂହ ରାସ୍ତାରେ ୮ କିଲୋମିଟର ଦୂରରେ ଏହା ଅବସ୍ଥିତ । 

ଇତିହାସ 

[ସମ୍ପାଦନା]

୧୮୩୫ ମସିହାରେ ଏହାକୁ ରାଜପୁତ୍ର ରାମ ସିଂହ ଦ୍ୱିତୀୟଙ୍କ ତତ୍ତ୍ୱାବଧାରକ ନର୍ସଙ୍କ ପାଇଁ ଗାର୍ଡେନ ହାଉସ ଭାବରେ ନିର୍ମାଣ କରାଯାଇଥିଲା । ୧୮୮୭ ମସିହାରେ ମହାରାଜା ଠାକୁର ସାବାଇ ମାନସିଂହଙ୍କ ରାଜତ୍ୱ ସମୟରେ [୧]ଏହାକୁ ଏକ ରାଜକୀୟ ଶିକାର ଆବାସ ସ୍ଥଳରେ ପରିଣତ କରାଯାଇଥିଲା । ବିଂଶ ଶତାବ୍ଦୀର ପ୍ରାରମ୍ଭ କାଳରେ ଏହା ନିକଟରେ ଘଞ୍ଚ ଅରଣ୍ୟ ରହିଥିଲା । ସେତେବେଳେ ସାର ସାମୁଏଲ ସ୍ୱିଣ୍ଟନ ଜାକବଙ୍କ[୨] ନକ୍ସା ଅନୁଯାୟୀ ଏହାକୁ ଏକ ରାଜମହଳ ଭାବରେ ବିସ୍ତାର କରାଯାଇଥିଲା । ମହାରାଜା ସାବାଇ ମାନସିଂହ ଦ୍ୱିତୀୟ ଏହାକୁ ତାଙ୍କର ମୁଖ୍ୟ ବାସଗୃହ କରିଥିଲେ ଓ ୧୯୩୧[୩] ରେ ଏହାର ପରିବର୍ଦ୍ଧନ କରିଥିଲେ । ଭାରତ ସ୍ୱାଧୀନ ହେଲା ପରେ ରାଜତନ୍ତ୍ରର ବିଲୋପ କରାଗଲା । ଏହାକୁ ଏକ ସରକାରୀ ଭବନ ରୂପେ ବ୍ୟବହାର କରାଗଲା । ୧୯୫୦ ମସିହା ବେଳକୁ ପୂର୍ବତନ ରାଜପରିବାର ଏହି ମହଲ ତଥା ଏଠାରେ ଥିବା ୪୭ ଏକର ସ୍ଥାନରେ ଥିବା ବଗିଚାର ରକ୍ଷଣା ବେକ୍ଷଣ ଅତ୍ୟନ୍ତ ବ୍ୟୟବହୁଳ ହେଇଯିବାରୁ ୧୯୫୭ରେ ସେମାନେ ଏହାକୁ ଏକ ବିଳାସପୂର୍ଣ ହୋଟେଲରେ ପରିଣତ କଲେ । 

ପୁରସ୍କାର 

[ସମ୍ପାଦନା]
  •  କୋଣ୍ଡେ ନାଷ୍ଟ ପର୍ଯ୍ୟଟନ ମେଗାଜିନଦ୍ୱାରା ଏହାକୁ ୨୦୦୯ ମସିହାରେ ବିଶ୍ୱର ଶ୍ରେଷ୍ଠ ହୋଟେଲ ଭାବରେ ପୁରସ୍କୃତ ହେଇଥିଲା । 
  • ଅନ୍‌ଲାଇନ୍‌ ଯାତ୍ରା ଯୋଗାଣ ସଂସ୍ଥା ‘ଟ୍ରିପ୍‌ ଆଡଭାଇଜର’ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଭିତ୍ତିରେ ରାମବାଗ ପ୍ୟାଲେସ ବିଶ୍ବର ସର୍ବଶ୍ରେଷ୍ଠ ହୋଟେଲ ଭାବରେ‘ଯାତ୍ରୀ ପସନ୍ଦ ସମ୍ମାନ-୨୦୨୩’ ଲାଭ କରିଥିଲା ।[୪]

ଆଧାର 

[ସମ୍ପାଦନା]
  1. ↑ Crump, Page 144.
  2. ↑ Michell, in 1925, page 42
  3. ↑ Crites, page 41
  4. ↑ "ଭାରତରେ ବିଶ୍ବର ଶ୍ରେଷ୍ଠ ହୋଟେଲ, ରହଣି ଖର୍ଚ୍ଚ ୧୦ ଲକ୍ଷ!". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 31 May 2023. Retrieved 31 May 2023.

ଆଧାର ସବୁ 

[ସମ୍ପାଦନା]
  • Crump, Vivien; Toh, Irene (1996). Rajasthan (hardback). London: Everyman Guides. pp. 400 pages. ISBN 1-85715-887-3.
  • Crites, Mitchell Shelby; Nanji, Ameeta (2007). India Sublime – Princely Palace Hotels of Rajasthan (hardback). New York: Rizzoli. pp. 272 pages. ISBN 978-0-8478-2979-8.
  • Badhwar, Inderjit; Leong, Susan (2006). India Chic. Singapore: Bolding Books. p. 240. ISBN 981-4155-57-8.
  • Michell, George, Martinelli, Antonio (2005). The Palaces of Rajasthan. London: Frances Lincoln. pp. 271 pages. ISBN 978-0-7112-2505-3.{{cite book}}: CS1 maint: multiple names: authors list (link) CS1 maint: Multiple names: authors list (link)
  • William Warren; Jill Gocher (2007). Asia's Legendary Hotels: The Romance of Travel (hardback). Singapore: Periplus Editions. ISBN 978-0-7946-0174-4.

ବାହାର ଲିଙ୍କ 

[ସମ୍ପାଦନା]