ରାଜଦେବୀ ମନ୍ଦିର
| ରାଜଦେବୀ ମନ୍ଦିର | |
|---|---|
राजदेवी मन्दिर | |
ରାଜଦେବୀ ମନ୍ଦିର | |
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| District | Saptari |
| ଦେବାଦେବୀ | Rajdevi The goddess Bhagawati |
| Festivals | Bada Dashain |
| Location | |
| ସ୍ଥାନ | Rajdevi Tole, Rajbiraj |
| State | Sagarmatha |
| Country | Nepal |
| ଭୌଗଳିକ ଅବସ୍ଥିତି | 26°32′26″N 86°44′55″E / 26.54056°N 86.74861°E |
| Architecture | |
| Type | Pagoda Style |
| Completed | Unknown; earliest reference in the 1097-98.[୧] |
| Specifications | |
| Temple(s) | 1 |
| Inscriptions | Written in Stone |
| Elevation | 76 m (249 ft) |
ରାଜଦେବୀ ମନ୍ଦିର (Devanagari:राजदेवी मन्दिर) ଏକ ହିନ୍ଦୁ ମନ୍ଦର ଓ ପୂର୍ବ ନେପାଳରେ ଅବସ୍ଥିତ ଏକ ଶକ୍ତି ପୀଠ । ଏଠାକାର ଦେବୀ ରାଜଦେବୀ ଅଟନ୍ତି । ରାଜବିରାଜର ସପ୍ତରୀରେ ଥିବା ରାଜଦେବୀ ତୋଳେରେ ଏହା ଅବସ୍ଥିତ ଓ ବଡ ଦଶଇନରେ ଭାରତ ଓ ନେପାଳରୁ ଅନେକ ଯାତ୍ରୀ ଏଠାକୁ ଆସନ୍ତି ।[୨] ଦଶଇନ ଦିନ ଏଠାରେ ହଜାର ହଜାର ଛେଳି ବଳି ପଡ଼ନ୍ତି ।[୩]
ଇତିହାସ
[ସମ୍ପାଦନା]ସ୍ଥାନୀୟ ଓ ପଡ଼ୋଶୀ ସ୍ଥାନମାନଙ୍କରେ ଏହି ମନ୍ଦିରର ଐତିହାସିକ, ସାଂସ୍କୃତିକ ଓ ଧାର୍ମିକ ମହତ୍ୱ ଅଛି । ରାଜଦେବୀଙ୍କ ମୂର୍ତ୍ତି ୧୦୦୦ ବର୍ଷ ପୂର୍ବେ ସ୍ଥାପିତ ହୋଇଥିଲା ଓ ସେହି ସ୍ଥାନରେ ଆଜି ପର୍ଯ୍ୟନ୍ତ ରହିଛି । ନବେ ଦଶକରେ ଏହି ମନ୍ଦିରର ପୁନର୍ନିର୍ମାଣ କରାଯାଇଥିଲା ।[୧][୩] ରାଜା ଜନକଙ୍କର ଭାଇ ରାଜା କୁଶଧ୍ୱଜଙ୍କର (Kushadhwaja) ଏହା ପାରିବାରିକ ମନ୍ଦିର ଥିଲା । ନୟନଦେବଙ୍କ ଦାୟାଦମାନେ ଚତୁର୍ଦ୍ଦଶ ଶତାବ୍ଦୀରେ ଏହି ମନ୍ଦିରର ପୁନର୍ନିର୍ମାଣ କରିଥିଲେ ।[୪]
ତୀର୍ଥଯାତ୍ରା
[ସମ୍ପାଦନା]ପ୍ରତି ବର୍ଷ ନେପାଳ ଓ ଅନ୍ୟାନ୍ୟ ଦେଶମାନଙ୍କରୁ ତୀର୍ଥଯାତ୍ରୀମାନେ ମା ଭଗବତୀଙ୍କର ପୂଜାର୍ଚ୍ଚନା ନିମନ୍ତେ ଭଗବତୀ ମନ୍ଦିରକୁ ଆସନ୍ତି । ତିହାର (Tihar) ଓ ଦଶଇନ (Dashain) ପର୍ବରେ ଅଧିକ ଜନ ସମାଗମ ହୁଏ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Dāsa, Harikāntalāla (2003). Saptarī Jillākā pramukha sāṃskr̥tika sthalaharu : eka adhyayana : laghuanusandhānakārya (1. saṃskaraṇa. ed.). Kāṭhamāḍauṃ: Nepāla Rājakīya Prajñā-Pratishṭhāna. p. 120. ISBN 9789993350569.
- ↑ "Maha Asthami observed today". ekantipur.com. Archived from the original on 2014-11-11. Retrieved 2022-08-31.
- ↑ ୩.୦ ୩.୧ "The Goddess with Severed Head". Boss Nepal. Archived from the original on 2016-01-13. Retrieved 2022-08-31.
- ↑ Shrestha, Shiv Raj. "Nanyadeva, his ancestors and their Abhijana (Original Homeland)" (PDF) (in English). Archived from the original (PDF) on 2019-08-07. Retrieved 2022-08-31.
{{cite journal}}: Cite journal requires|journal=(help)CS1 maint: unrecognized language (link)