ରବି ଗୋସାଇଁ

ଉଇକିପିଡ଼ିଆ‌ରୁ
ରବି ଗୋସାଇଁ
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୯୫ – ଏବେଯାଏଁ

ରବି ଗୋସାଇଁ ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ଅମାନତ ଧାରାବାହିକରେ ନିଗୋଡ଼ା ଏବଂ ସରହଦେଁ ଧାରାବାହିକରେ ସୋହେଲ୍ ଭୂମିକା ପାଇଁ ଜଣାଶୁଣା । ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ଫିଅର୍ ଫାଇଲ୍ସ: ଡର୍ କି ସଚ୍ଚି ତସବିରେଁରେ କାମ କରିଛନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

ରବି ୧୯୯୫ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଓଃ ଡାର୍ଲିଂ ହୈ ହୈ ଇଣ୍ଡିଆ । ୧୯୯୬ ମସିହାରେ ସେ ମାଚିସ୍‌ରେ କାମ କରିଥିଲେ, ଯେଉଁଥିରେ ତାଙ୍କ ଚରିତ୍ର କୁଳଦୀପ ପାଇଁ ସେ ଲୋକଲୋଚନକୁ ଆସିଥିଲେ ।[୧] ଶୁଟ୍ଆଉଟ୍ ଏଟ୍ ଲୋଖଣ୍ଡୱାଲାରେ ସେ ଅସଲମ ଚିକ୍‌ନା ଭୂମିକାରେ ଅଭିନୟ କରିଥିଲେ । ସେ ଅଭିନେତ୍ରୀ ପ୍ରିୟା ଆର୍ଯ୍ୟଙ୍କ ସହ ସ୍ପାଇସି ସ୍ମାଇଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ପ୍ରଯୋଜନା ସଂସ୍ଥାର ନିର୍ମାଣ କରିଛନ୍ତି ।[୨]

କଥାଚିତ୍ର ଓ ଦୂରଦର୍ଶନରେ କାମ କରିବା ପୂର୍ବରୁ ରବି କଲେଜରେ ପାଠ ପଢ଼ିବା ସମୟରେ ନୃତ୍ୟ କରିବା ସହିତ ଜଣେ ନୃତ୍ୟ ନିର୍ଦ୍ଦେଶକ ଭାବରେ ମଧ୍ୟ କାମ କରିଥିଲେ । ସେ ସର୍ବଭାରତୀୟ ସ୍ତରରେ ଦୁଇଟି ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗ ନେଇ ବିଜେତା ମଧ୍ୟ ହୋଇଥିଲେ । ମାତ୍ର ଏକ ଦୁର୍ଘଟଣାରେ ଶିକାର ହେବା ପରେ ସେ ନୃତ୍ୟଠାରୁ ଦୂରେଇ ଯାଇଥିଲେ ।[୩] ୨୦୨୨ ମସିହାରେ ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଦିଲ୍ ଦିୟା ଗଲ୍ଲେଁରେ ଅଭିନୟ କରିଥିଲେ ।[୪]

ଆଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା
୧୯୯୫ ଓଃ ଡାର୍ଲିଂ ୟେ ହୈ ଇଣ୍ଡିଆ
୧୯୯୬ ଡାୟରା ମାଚୋ ମ୍ୟାନ୍
ମାଚିସ୍ କୁଲଦୀପ
୧୯୯୮ ହଜାର ଚୌରାସି କି ମାଆ ସୋମୁ
୧୯୯୯ ପ୍ୟାର୍ କୋଇ ଖେଲ୍ ନେହିଁ ଅଶୋକ ଖାନ୍ନା
୨୦୦୩ ରାଜା ଭୈୟା ଅନୱର୍
୨୦୦୪ ରଘୁ ରୋମିଓ ପାର୍ଟି ଅତିଥି
ବାଲି ହାଇଦର ଅଲି
୨୦୦୫ ଦି ଫିଲ୍ମ ରମଣ ରାୱଲ
୨୦୦୬ ଚିଙ୍ଗାରି ଚିଣ୍ଟୁ
କଟ୍‌ପୁତ୍‌ଲି
ଜିଙ୍ଗେଗି ରକ୍ସ୍ ସାମ୍
୨୦୦୭ ସୁଟ୍ଆଉଟ୍ ଏଟ୍ ଲୋଖଣ୍ଡୱାଲା ଅସଲମ୍ କସାଇ
୨୦୦୮ ସନ୍‌ଡେ ହିରେନ୍ ଶେଟ୍ଟୀ
ଶୌର୍ଯ୍ୟ କ୍ୟାପଟେନ ପାସ୍‌ବୋଲା
୨୦୦୯ ଆସମା: ଦି ସ୍କାଏ ଇଜ୍ ଦି ଲିମିଟ୍ ରଣଜିତ
ଫକ୍ସ କନଷ୍ଟେବଲ୍ ଗାଇତୋଣ୍ଡେ
୨୦୧୪ ଦେଢ଼୍ ଇଶ୍କିୟା ଲିଆକତ୍ ଅଲ୍ଲୀ
ଜାଲ୍ ରାକଲ୍
୨୦୧୭ ଶାଦୀ ଅଭି ବାକି ହୈ
ଜୁଲି ୨ ଚଳଚ୍ଚିତ୍ର ଲେଖକ
୨୦୧୯ ଦି ଗାନ୍ଧୀ ମର୍ଡ଼ର୍ ନାରାୟଣ ଆପ୍ଟେ
ମୂସୋ - ଦି ମାଉସ୍ ନନ୍ଦକିଶୋର

ଆଧାର[ସମ୍ପାଦନା]

  1. "Ravi Gossain Joins The Cast Of 'Dil Diyaan Gallaan'". Outlook. 29 November 2022. Retrieved 15 July 2023.
  2. "Priya Arya and Ravi Gosain team up". Archived from the original on 12 February 2009. Retrieved 15 December 2011.
  3. IANS (2018-06-27). "What made Ravi Gossain ditch dancing career". TheQuint (in ଇଂରାଜୀ). Retrieved 2023-07-15.
  4. "Does TV face a challenge from streamers? Cast of Dil Diyaan Gallaan weighs in". The Indian Express (in ଇଂରାଜୀ). 2023-01-13. Retrieved 2023-07-15.

ବାହାର ଲିଙ୍କ୍[ସମ୍ପାଦନା]