ରଜନୀ ଭିସେ

ଉଇକିପିଡ଼ିଆ ରୁ
Jump to navigation Jump to search

ରଜନୀ ଭିସେଙ୍କଦ୍ଵାରା ଲିଖିତ ‘ଦି ଏନ୍ଥୁସିଏଜ୍ନ ଅଫ ଏ ନୋଭିସ’[୧] Rajani Bhisey.pdf – Adobe Reader , ବିଷୟଟି ତାଙ୍କର ଆତ୍ମଜୀବନୀର ଏକ କିୟଦଂଶ ଯାହା ଓଡ଼ିଆରେ ଅନୁଦିତ ହୋଇଛି ।
ମୁଁ ଏଇଥି ପାଇଁ ଭାଗ୍ୟବତୀ ଥିଲି, ମୋ ପିତାମାତା ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ ଓ ସେମାନଙ୍କର ଶିକ୍ଷା ପ୍ରତି ଆକର୍ଷଣ ଥିଲା । ଜେଲ ଦଣ୍ଡ ପରେ ମୋର ପିତା ଟେକ୍ସଟାଇଲ ରଙ୍ଗର ସିନ୍ଥେସିସ (synthesis of textile dyes) ପ୍ରତି ଆକର୍ଷିତ ହେଲେ ଯାହା ସେ ପର୍ଯ୍ୟନ୍ତ ବିଦେଶରୁ ଆମଦାନୀ ହେଉଥିଲା । ଆମ ଘରେ ଗୋଟିଏ ରସାୟନ ଟେବୁଲ ଥିଲା ଯେଉଁଥିରେ ବସି ବାପା କାମ କରୁଥିଲେ । ସେ ପିଲାମାନଙ୍କୁ ବିପଦ ବିହୀନ ଜୈବିକ ପଦାର୍ଥକୁ ଶୁଙ୍ଘିବାକୁ ଦେଉଥିଲେ ଓ ପିନୋଲଫଥାଳୀନରେ (phenolphthalein) ଆଲକାଲି ପକେଇ ରଙ୍ଗ ପରିବର୍ତ୍ତନ ଦେଖାଉଥିଲେ ଓ ସେମାନଙ୍କୁ ଆମୋଦିତ କରୁଥିଲେ । ଏହା ଥିଲା ମୋର ବିଜ୍ଞାନ ସହ ପ୍ରଥମ ଆମୋଦପୂର୍ଣ୍ଣ ପରିଚୟ । ହାଇ ସ୍କୁଲ ପରୀକ୍ଷାରେ ଭଲରେ ପାସ କରିବା ପରେ ଆପଟିଚ୍ୟୁଡ ଟେଷ୍ଟ ଫଳ ଦେଖି ମୋର ପିତା ମୋତେ ବିଜ୍ଞାନ ପଢେଇବାକୁ ଇଚ୍ଛା କରିଥିଲେ । ମୁଁ କିନ୍ତୁ ସ୍କୁଲରେ ସାହିତ୍ୟ ଓ ଆଲଜେବ୍ରା ପ୍ରତି ଆକର୍ଷିତ ହୋଇଥିଲି । ପିତାଙ୍କ ପାଖରେ ଥିବା ମାଇକ୍ରୋବ ହଣ୍ଟର (Microbe Hunters) ବହି ପଢି ମୁଁ ବି.ଏସ.ସି.ରେ ମାଇକ୍ରୋବାୟୋଲୋଜି ପଢିବାକୁ ସ୍ଥିର କଲି । ସେତେବେଳେ ବମ୍ବେ ୟୁନିଭରସିଟିରେ ମାଇକ୍ରୋବାୟୋଲୋଜୀରେ ସ୍ନାତକୋତ୍ତର ଶିକ୍ଷା ନ ଥିଲା । ଏଣୁ ମୁଁ ରିସର୍ଚ୍ଚ କରି ସେହି ଡିଗ୍ରୀ ହାସଲ କରିବାକୁ ସ୍ଥିର କଲି ।
କ୍ୟାନସର ରିସର୍ଚ୍ଚ ସେଣ୍ଟରରେ ଏମ.ଏସ.ସି. କରୁଥିବା ଜଣେ ବ୍ୟକ୍ତିଙ୍କଠାରୁ ମୁଁ ଇଲେକଟ୍ରନ ମାଇକ୍ରୋସ୍କୋପି ଶିଖିଥିବାରୁ ମୋତେ ସେଠାରେ ଗବେଷଣା କରିବାକୁ ଅନୁମତି ମିଳିଲା । ସେହି ଅନୁଷ୍ଠାନରେ ଅତି ଉଚ୍ଚକୋଟୀର ବାତାବରଣ ଥିଲା ଓ ମୋତେ କିଛି ନୂଆ ଶିଖିବା ଅନୁଭୂତି ଆଣିଦେଲା । ସେଠାରେ ଆଉ ଜଣେ ଯୁବ ରିସର୍ଚ୍ଚ ପି.ଏଚ.ଡି. ଫେଲୋ ରାଜୁ ଭିଷେ ମୋର ବ୍ୟାଡମିଣ୍ଟନ ପାର୍ଟନର ଥିଲେ । ସେ ବ୍ୟାଡମିଣ୍ଟନ ନ ଜିତିଳେବି ମୋର ହୃଦୟ ଜିତିଲେ ।
ଦୁଇ ବର୍ଷ ପର୍ଯ୍ୟନ୍ତ ଆମେ ଅଲ୍ଟ୍ରାଷ୍ଟ୍ରକଚର ଡିପାର୍ଟମେଣ୍ଟରେ (Ultrastructure department) କାମ କରି କିଛି ଆଗେଇ ପାରିଲୁ ନାହିଁ କାରଣ ୧୯୬୨ ମସିହା ଚାଇନା ଯୁଦ୍ଧରେ ଦେଶ ଗରିବ ହୋଇଯିବାରୁ ବିଭିନ୍ନ ଯନ୍ତ୍ରପାତି ଓ ରାସାୟନିକ ପଦାର୍ଥ କିଣିବାକୁ ବିଦେଶୀ ମୁଦ୍ରାମିଳିଲା ନାହିଁ । ମସିହା ୧୯୬୫ରେ ସ୍ନାତକୋତ୍ତର ପରୀକ୍ଷାରେ ପାସ କରିବା ପରେ କ୍ୟାନସର ଇନଷ୍ଟିଚ୍ୟୁଟରେ ସାଇଣ୍ଟିଫିକ ଆସିଷ୍ଟାଣ୍ଟ ଭାବେ ଯୋଗ ଦେଲି । ଏହା ପରେ କିଛି ଅଧିକ ଆମଦାନୀ ହେଲା ଓ ପି.ଏଚ.ଡି. ନିମନ୍ତେ ରେଜିଷ୍ଟ୍ରେଶନ କଲି । ଏତିକି ବେଳେ ମୋ ସ୍ଵାମୀ ଆମେରିକାର ଫକ୍ସ ଚେଜ ଫିଲାଡେଲଫିଆରେ ଥିବା ଇନଷ୍ଟିଚ୍ୟୁଟ ଫର କ୍ୟାନସର ରିସର୍ଚ୍ଚ ଅନୁଷ୍ଠାନରେ ପୋସ୍ଟଡକ୍ଟରାଲ ଆସୋସିଏଟ ଭାବେ ଯୋଗ ଦେଲେ । ସୁତରାଂ ମୁଁ ଓ ମୋର ପୁଅ ତାଙ୍କ ସହ ଆମେରିକା ଯାତ୍ରା କଲୁ । ମୋର ପୋସ୍ଟଡକ୍ଟରାଲ କାମ ବାଧା ପ୍ରାପ୍ତ ହେଲା । କିନ୍ତୁ ସେହି ଅନୁଷ୍ଠାନରେ ଇଲେକଟ୍ରନ ମାଇକ୍ରୋସ୍କୋପି ବିଷୟରେ ମୋର ଦକ୍ଷତା ବଢିଲା । ଦୁଇ ବର୍ଷର କଠିନ ପରିଶ୍ରମ କିଛି ଫଳ ଦେଲା ନାହିଁ ।
ଭାରତକୁ ଫେରି ଇଲେକଟ୍ରନ ମାଇକ୍ରୋସ୍କୋପ ବିଶାରଦ ଡଃ ମିସେସ ଏସ.ଏମ.ଶିରସତଙ୍କ ଅଧୀନରେ ପି.ଏଚ.ଡି. କଲି । ଏହା ପରେ ମୋର ନିଜସ୍ଵ ଗବେଷଣା କରିବା ସମୟ ଆସିଗଲା । କେତେକ ବିନାଇନ ଟ୍ୟୁମର (benign tumour) କିପରି କ୍ୟାନସରରେ ପରିଣତ ହେଉଛି ସେହି ବିଷୟରେ ଗବେଷଣା କରିବା ମୋର ଲକ୍ଷ ଥିଲା । ମୂଷାଙ୍କୁ ବ୍ୟବହାର କରି ଆମେ ଜାଣିବାକୁ ପାଇଲୁ ପାନ ମସଲାଗୁଟଖାରେ କର୍କଟ ସୃଷ୍ଟି କରିବା ଶକ୍ତି ଅଛି ।
ଆଉ ଗୋଟିଏ ସୁଯୋଗ ମିଳିଲା ଯେତେବେଳେ ସି.ଆର.ଆଇ.ର ନିର୍ଦ୍ଦେଶକ ଡାଃ. ଏମ.ଜି.ଦେଓ ମୋତେ ଜେନୋଟକ୍ସିସିଟି ଲାବୋରେଟରୀ (genotoxicitly laboratory)ପ୍ରସ୍ତୁତ କରିବାକୁ ମୋତେ ଦାୟିତ୍ତ୍ଵ ଦେଲେ । ବିପଦ ଜନକ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କର ଜିନ (gene) ପ୍ରତି ବିପଦ ଅଛି କି ନାହିଁ ସେ ବିଷୟ ନିରୀକ୍ଷଣ କରିବା ଇଚ୍ଛା ତାଙ୍କର ଥିଲା । ଏହି ଭଳି ଲୋକ ଖୋଜିବା ମଧ୍ୟ ମୋ ଦାୟିତ୍ତ୍ଵ ଥିଲା । ଜୀବକୋଷ ଓ ଜେନେଟିକ ଅନୁଶୀଳନ ନିମନ୍ତେ ବିଶାରଦ ହେବା ଆବଶ୍ୟକ ଥିଲା । ଅଧିକ ଟୋବାକୋ ଗୁଣ୍ଡ ଓ ଉଦବାୟୀ ସଂସ୍ପର୍ଶରେ ଆସୁଥିବା ଫ୍ୟାକ୍କ୍ଟରୀ ଲୋକମାନଙ୍କର ସ୍ୱାସ୍ଥ୍ୟ ଓ ଜେନେଟିକ ବିପଦ ଅନୁଶୀଳନ କରିବାକୁ ମୁଁ ସ୍ଥିର କଲି ।
ଗୋଟିଏ ଶିକ୍ଷାନବିଶର ଉତ୍ସାହ ନେଇ ମୁଁ ଭାରତୀୟ ଟୋବାକୋ କମ୍ପାନୀର ଶ୍ରମିକମାନଙ୍କ ପାଖକୁ ଗଲି । ଟୋବାକୋ ପ୍ରସେସର କର୍ମଚାରୀଙ୍କ (Tobacco processor ) ମଧ୍ୟରେ ଅଧିକାଂଶ ମହିଳା ଥିଲେ ଯେଉଁମାନେ ଟୋବାକୋ ଗୁଣ୍ଡ ଆଘ୍ରାଣ କରୁଥିଲେ । କର୍ଣାଟକର ନିପାଣିରେ (Nipani) ଥିବା କର୍ମଚାରୀମାନଙ୍କୁ ଚିହ୍ନଟ କରି କୋଲ୍ହାପୁରର ଶିବାଜୀ ୟୁନିଭରସିଟିରେ ବେସ କ୍ୟାମ୍ପ କଲି । ମୋ ଅନୁରୋଧରେ ଭାଇସ ଚାନସେଲର ମୋତେ ଶିବାଜୀ ୟୁନିଭରସିଟିର ବାୟୋକେମିଷ୍ଟ୍ରି ଡିପାର୍ଟମେଣ୍ଟରେ ଗୋଟିଏ ଅସ୍ଥାୟୀ ଲାବୋରେଟୋରୀ ତିଆରି କରିବାକୁ ଅନୁମତି ଦେଲେ । ସେହି ପ୍ରଥମ ଫିଲ୍ଡ ଅନୁଶୀଳନରେ ଆମର ଧୈର୍ଯ୍ୟ ପରୀକ୍ଷା ହୋଇଥିଲା । ଦଶ ବର୍ଷରୁ ଅଧିକ ସମୟ ଧରି ଆମ ଅନୁଶୀଳନରୁ ଏହି ଫଳ ମିଳିଲା ଯେ ବିଡି କାରଖାନାର ଶ୍ରମିକମାନେ ଅଧିକ ଶ୍ଵାସକ୍ରିୟା ରୋଗ ଭୋଗନ୍ତି ଓ ତାଙ୍କର ଜେନେଟିକ ବିନଷ୍ଟ ହୁଏ । ଏହା ଫଳରେ ମୁଁ ଶ୍ରମିକମାନଙ୍କ ସଂସ୍ପର୍ଶରେ ଆସି ତାଙ୍କର ସମସ୍ୟା ବୁଝି ପାରିଲି ।
ସେଲ କଲଚର (cell culture), ଜନ୍ତୁ (Animal) ଓ ମନୁଷ୍ୟ ଦେହର (human material) ପଦାର୍ଥ ନେଇ ପରୀକ୍ଷାଦ୍ଵାରା ଜଣା ପଡ଼ିଲା, ଟୋବାକୋ ନିଶାଗ୍ରସ୍ତମାନଙ୍କର ଦେହକୁ ଟୋବାକୋ ମ୍ୟୁଟାଜେନ (tobacco mutagens) ଶୋଷିତ ହୁଏ ଯାହାଦ୍ଵାରା ମାକ୍ରୋଲୋଳିକ୍ୟୁଲର ଆକ୍ସିଡେଟିଭ ବିନଷ୍ଟ ହୁଏ । ପରୀକ୍ଷାରୁ ଜଣା ପଡ଼ିଲା ଲକ୍ଷ ଲକ୍ଷ ଟୋବାକୋ ସ୍ପର୍ଶରେ ଆସୁଥିବା ଲୋକମାନକ ମଧ୍ୟରୁ ଅଳ୍ପ ସଂଖ୍ୟକ ଲୋକଙ୍କୁ କର୍କଟ ରୋଗ ହୁଏ । ଯେଉଁ ଶ୍ରମିକମାନଙ୍କର ଜି.ଏସ.ଟି.ଏମ.୧ ଜିନ ନଥାଏ ସେମାନଙ୍କର କର୍କଟ ରୋଗ ସମ୍ଭାବନା ଅଧିକ ଥାଏ । ମୋର ଏହି ଡାଟା ଫ୍ରାନ୍ସର ଇଣ୍ଟରନ୍ୟାସନାଲ ଏଜେନ୍ସି ଫର କ୍ୟାନସର ଲ୍ୟୋନ ଅନୁଷ୍ଠାନରେ ଏହି ବିଷୟରେ ପ୍ରଥମ ଅନୁଶୀଳନ ଭାବରେ ଗ୍ରହଣ କରାଗଲା ।
କର୍କଟର ବିଭିନ୍ନ ବିଷୟରେ ଆମେ କାମ କରୁଥିଲେ ମଧ୍ୟ ମୋ ସ୍ଵାମୀ ଓ ମୋ ଭିତରେ ବୈଜ୍ଞାନିକ ଚର୍ଚା ହେଉଥିଲା । ଆମ ଘରେ ଶିକ୍ଷାନୁଷ୍ଠାନ ବାତାବରଣ ଥିଲା । ଆମ ପିଲାମାନେ ମଧ୍ୟ ଜ୍ଞାନ ପ୍ରେମ (Love for knowledge) ଆମଠାରୁ ଶିଖି ଗ୍ରହଣ କଲେ । ବିଡି କାରଖାନାର ସମସ୍ତ ଶ୍ରମିକ ଓ ଅଭାଗୀ ଭଉଣୀମାନଙ୍କ ପାଖରେ ମୁଁ କୃତଜ୍ଞ ଯେଉଁମାନେ ମୋତେ ବହୁତ ସାହାଯ୍ୟ କରିଥିଲେ ଓ ତାଙ୍କର ଘର ଖାଦ୍ୟ ମୋ ସହ ବାଣ୍ଟି ଖାଇଥିଲେ । ସେମାନଙ୍କ ସାହାଯ୍ୟ ସହାନୁଭୁତି ବିନା ମୋର ଅନୁଶୀଳନ କଦାପି ସମ୍ଭବ ହୋଇ ନ ଥାଆନ୍ତା ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]

http://www.ias.ac.in/womeninscience/liladaug.html