ଯଶୋଦା ବିମଳାଧର୍ମା
ଯଶୋଦା ବିମଳାଧର୍ମା | |
---|---|
ଜନ୍ମ | ଯଶୋଦା ବିମଳାଧର୍ମା ୨୮ ଅକ୍ଟୋବର ୧୯୭୦ ଶ୍ରୀଲଙ୍କା |
ଜାତୀୟତା | Sri Lankan |
ବୃତ୍ତି(ସମୂହ) | Actress, Model, Presenter |
ସକ୍ରିୟ ବର୍ଷ | 1993-present |
ପିତାମାତା |
|
ସମ୍ପର୍କୀୟ | Bandula Vithanage (uncle) Nalaka Vithanage (cousin) |
ୱେବସାଇଟ | http://www.yashodaw.com/index.html |
ଯଶୋଦା ବିମଳାଧର୍ମା (ସିଂହଳୀ: යශෝධා විමලධර්ම) ଶ୍ରୀଲଙ୍କା ସିନେମା, ମଞ୍ଚ ଡ୍ରାମା ଏବଂ ଟେଲିଭିଜନର ଜଣେ ଶ୍ରୀଲଙ୍କା ଅଭିନେତ୍ରୀ ଅଟନ୍ତି ।[୧]
ଜୀବନୀ
[ସମ୍ପାଦନା]ଯଶୋଦା ବିମଳାଧର୍ମା ଶ୍ରୀଲଙ୍କାରେ ୨୮ ଅକ୍ଟୋବର ୧୯୭୦ ମସିହାରେ କେଲାନିଆ ବିଶ୍ୱବିଦ୍ୟାଳୟର ହିନ୍ଦୀ ଭାଷା ଅଧ୍ୟାପକ ତଥା ପୂର୍ବତନ ନୃତ୍ୟଶିଳ୍ପୀ ତଥା ବିଦ୍ୟାଳୟର ଶିକ୍ଷକ ମଲ୍ଲୀକା ବିମଳାଧର୍ମାଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଭଉଣୀ ସୋସିଥା, ବର୍ତ୍ତମାନ ବିଦ୍ୟାଳୟର ଶିକ୍ଷକ ଅଟନ୍ତି । ସେ ଯଶୋଦାଙ୍କଠାରୁ ସାତ ବର୍ଷ ବଡ଼ ।[୨] ସେ ହିନ୍ଦୀରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଏବଂ ଏହି ଭାଷାରେ ବହୁ ପାରଙ୍ଗମ ଅଟନ୍ତି ।
ବିମଳାଧର୍ମା କଲମ୍ବୋର ମିଲାଗିରିଆ ସେଣ୍ଟ ପାଉଲ ବାଳିକା ବିଦ୍ୟାଳୟରେ ପଢ଼ିଥିଲେ ।
ବୃତ୍ତି
[ସମ୍ପାଦନା]୧୯୮୮ ମସିହାରେ ତାଙ୍କ ମାମୁଁ ବାନ୍ଦୁଲା ଭିଥାନେଜ ନିର୍ଦ୍ଦେଶିତ ଟେଲିଡ୍ରାମା ଅଟଳ ବିନ୍ଦେଇରେ ଅଭିନୟ କରିବାକୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହା ତାଙ୍କର ପ୍ରଥମ ଡ୍ରାମା ବୃତ୍ତିର ଆରମ୍ଭ ଥିଲା । ଯଶୋଦା ୧୯୯୦ ମସିହାରେ ବିଜୟ ଧର୍ମସୀରଙ୍କ ନିର୍ଦ୍ଦେଶିତ ଗୁରୁଗେଡାରା ଚଳଚ୍ଚିତ୍ର ସିନେମାରେ ଡେବ୍ୟୁ କରିଥିଲେ ଏବଂ ୧୯୯୩ ମସିହାରେ ସରାସଭିଆ ଚଳଚ୍ଚିତ୍ର ମହୋତ୍ସବରେ ଏହି ଚଳଚ୍ଚିତ୍ର ପାଇଁ ମେରିଟ ପୁରସ୍କାର ମଧ୍ୟ ପାଇଥିଲେ ।[୩]
ଯଶୋଦା ତାଙ୍କ ବ୍ୟକ୍ତିଗତ ୱେବସାଇଟ (www.yashodaw.com)କୁ ୧୮ ଜୁନ ୨୦୦୩ ମସିହାରେ କଲମ୍ବୋର ଗାଲାଡାରୀ ହୋଟେଲରେ ଆୟୋଜିତ କରିଥିଲେ । ଶ୍ରୀଲଙ୍କା ଅଭିନେତ୍ରୀଙ୍କଦ୍ୱାରା ଏହା ପ୍ରଥମ ୱେବସାଇଟ ଥିଲା ।[୪] ୧୯୯୯ ମସିହାରେ ସେ ଥୁଗୁ ଗିରିକୁଲୁ ନାମକ ପ୍ରଥମ ଗୀତ ତିଆରି କରିଥିଲେ । ଏହି ଗୀତକୁ ଡାଏନ୍ ୱିଥାରାନା ଗାଇଥିଲେ ଏବଂ ରୋହାନା ୱେରସିଂହଙ୍କଦ୍ୱାରା ସଙ୍ଗୀତ ରଚନା କରାଯାଇଥିଲା ।[୫]
୨୦୧୯ ମସିହାରେ ସେ ପ୍ରଥମ ଶ୍ରୀଲଙ୍କା ମହିଳା ଅଟନ୍ତି ଯିଏ ଆନ୍ତର୍ଜାତିୟ ଚଳଚ୍ଚିତ୍ର ମହୋତ୍ସବରେ ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ ।[୬]
ଆଧାର
[ସମ୍ପାଦନା]- ↑ "Yashodha and Sangeetha:Different strokes". Sunday Observer(Sri Lanka). 3 April 2005.
- ↑ "At a Glance". Personal Website. 22 February 2008.
- ↑ "Career & Achievements". Personal Website. 22 February 2008.
- ↑ "Yashoda hits the world wide web". Sunday Observer(Sri Lanka). 29 June 2003.
- ↑ "Yashodha turns song lyric writer". Sunday times. Retrieved 17 November 2017.
- ↑ "I was an artist in the wrong country". Sarasaviya. 17 October 2019.