ମନକାମନା ମନ୍ଦିର
ମନକାମନା ମନ୍ଦିର | |
---|---|
मनकामना मन्दिर ମନକାମନା ମନ୍ଦିର | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଗୋର୍ଖା ଜିଲ୍ଲା Gorkha District |
ଦେବାଦେବୀ | Hindu Goddess Durga Bhawani, an incarnation of Parvati |
Location | |
Country | ନେପାଳ |
ଭୌଗଳିକ ଅବସ୍ଥିତି | 27°54′16.2″N 84°35′03.3″E / 27.904500°N 84.584250°E |
Architecture | |
Type | ପାଗୋଡ଼ା (Pagoda) |
Completed | 17th Century |
ମନକାମନା ମନ୍ଦିର (ଇଂରାଜୀ ଭାଷାରେ Manakamana Temple, (ନେପାଳୀ: मनकामना मन्दिर) ନେପାଳର ଗୋର୍ଖା (Gorkha) ଜିଲ୍ଲାରେ ଅବସ୍ଥିତ ଓ ହିନ୍ଦୁ ଠାକୁରାଣୀ ପାର୍ବତୀଙ୍କ ଏକ ଅବତାର ଭଗବତୀଙ୍କର ଏକ ପବିତ୍ର ପୀଠ । [୧] ମନ ଓ କାମନା ଶବ୍ଦଦ୍ୱୟକୁ ନେଇ ମନକାମନା ଶବ୍ଦ ଗଢ଼ାହୋଇଛି । ମନର ସାହିତ୍ୟିକ ଅର୍ଥ ହୃଦୟ ଓ କାମନାର ଅର୍ଥ ଇଚ୍ଛା । ପ୍ରାୟ ୧୭୦୦ ଶତାବ୍ଦୀରୁ ଦେବୀ ମନକାମନାଙ୍କର ପୂଜା ହୋଇଆସୁଥିବା ଏହି ମନ୍ଦିରକୁ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କର ମନୋବାଞ୍ଛା ପୂରଣ ହେଉଥିବା ବିଶ୍ୱାସ କରାଯାଏ ।
ଠିକଣା
[ସମ୍ପାଦନା]ନେପାଳରେ ଅବସ୍ଥିତ ଗୋର୍ଖା ଟାଉନଠାରୁ ୧୨ କି:ମି: ଦକ୍ଷିଣକୁ ଗଲେ ଏହି ମନ୍ଦିର ଦୃଷ୍ଟି ଗୋଚର ହୁଏ । ସମୁଦ୍ର ପତନଠାରୁ ୧୩୦୨ ମିଟର (୪,୨୭୨ ଫୁଟ) ଉଚ୍ଚତାରେ ଏହି ମନ୍ଦିର ଅବସ୍ଥିତ ଓ ଏଠାରୁ ଦକ୍ଷିଣ ଦିଗରେ ତ୍ରିଶୂଳୀ ନଦୀ (Trisuli) ଉପତ୍ୟକା ଓ ପଶ୍ଚିମ ଦିଗରେ ମର୍ସ୍ୟଙ୍ଗଡି (Marsyangdi) ଉପତ୍ୟକାମାନ ଦେଖାଯାଏ । ମନ୍ଦିରର ଉତ୍ତର ଦିଗରେ ମାନସଲୁ-ହିମାଚଲି ଓ ଅନ୍ନପୂର୍ଣ୍ଣା ପର୍ବତମାଳା ଦେଖାଯାଏ । କାଠମାଣ୍ଡୁରୁ ୧୪୦ କି:ମି: (୮୭ ମାଇଲ) ଦୂରରେ ଏହି ମନ୍ଦିର ଅବସ୍ଥିତ ଓ ପୋଖରାଠାରୁ ବସରେ ଗଲେ ୩/୪ ଘଣ୍ଟା ମଧ୍ୟରେ ପହଞ୍ଚିଯିବ ।
ପୌରାଣିକ ମୂଳଦୁଆ
[ସମ୍ପାଦନା]ସତର ତମ ଶତାବ୍ଦୀରେ ରାଜା ରାମ ଶାହ ରାଜୁତି କରିବା ସମୟରୁ ମନକାମନା ମନ୍ଦିର କିମ୍ବଦନ୍ତୀ ଚାଲିଆସିଛି । ରାମ ଶାହଙ୍କ ରାଣୀଙ୍କର ସ୍ୱର୍ଗୀୟ ଶକ୍ତି ଥିବା ଶୁଣାଯାଏ ଓ ଏହି ଶକ୍ତି ଥିବା କଥା କେବଳ ତାଙ୍କର ଭକ୍ତ ଲଖନ ଥାପ୍ପା ଜାଣିଥିଲେ । ଦିନେ ରାଣୀଙ୍କୁ ଦେବୀ ଅବସ୍ଥାରେ ଓ ଲଖନକୁ ସିଂହ ଅବସ୍ଥାରେ ଥିବା ବେଳେ ରାଜା ଦେଖିପକାଇଲେ । ପରେ ଏହି ବିଷୟ ରାଣୀଙ୍କୁ ପ୍ରଶ୍ନ କରିବାରୁ ତାଙ୍କର ରହସ୍ୟମୟ ମୃତ୍ୟୁ ହୋଇଥିଲା । ସେତେବେଳର ପରମ୍ପରା ଅନୁସାରେ ରାଜାଙ୍କର ଜୁଇରେ ରାଣୀ ଝାସ ଦେଇ ସତୀ (Sati) ହୋଇଥିଲେ । ସତୀ ହେବା ପୂର୍ବରୁ ରାଣୀ ଲଖନକୁ ଆଶ୍ୱାସନା ଦେଇ ନିକଟ ଭବିଷ୍ୟତରେ ପୂନର୍ଜନ୍ମ ନେବାର ଆଶ୍ୱାସନା ଦେଇଥିଲେ । ଏହି ଘଟଣାର ପ୍ରାୟ ୬ ମାସ ପରେ ଜଣେ ଚାଷୀ ହଳ କଲାବେଳେ ଲଙ୍ଗଳ ମୂନରେ ଗୋଟିଏ ପଥର ବାଜିଥିଲା । ସେହି ପଥରରୁ ରକ୍ତ ଓ କ୍ଷୀର ବାହାରୁଥିବା କଥା ଚାଷୀ ଦେଖିଲେ । ଲଖନ ଏହି ବୃତ୍ତାନ୍ତ ଶୁଣି ତୁରନ୍ତ ସେହି ସ୍ଥାନକୁ ଗଲେ ଓ ସେଠାରେ ତାନ୍ତ୍ରିକ ମତରେ ପୂଜାର୍ଚ୍ଚନା କରିବା ପରେ ପଥରରୁ ରକ୍ତ ଓ କ୍ଷୀର ବାହାରିବା ବନ୍ଦ ହୋଇଗଲା । ସେହି ସ୍ଥାନଟି ଏବେକାର ମନ୍ଦିରର ଭିତ୍ତିଭୂମି ହୋଇଗଲା । ପରମ୍ପରା ଅନୁସାରେ କେବଳ ଲଖନ ଥାପାର ପରପିଢ଼ି ଲୋକମାନେ ଏହି ମନ୍ଦିରର ପୂଜକ ହେବାକୁ ଯୋଗ୍ୟ ହୁଅନ୍ତି ।[୨]
ମନକାମନା ଦର୍ଶନ
[ସମ୍ପାଦନା]ପ୍ରତି ବର୍ଷ ଅନେକ ଲୋକ ଏହି ମନ୍ଦିର ଦର୍ଶନ କରିବାକୁ ଆସନ୍ତି । ଦେବୀ ଭଗବତୀଙ୍କୁ ଦେଖିବାକୁ ଆସୁଥିବା ଲୋକ ମନକାମନା ଦର୍ଶନ କରିବାକୁ ଆସୁଛନ୍ତି ବୋଲି କୁହାଯାଏ । ହିନ୍ଦୁ ପୁରାଣ ଅନୁସାରେ ଭୂମି, ଅଗ୍ନି, ଜଳ, ବାୟୁ ଓ ଆକାଶ, ଏହି ପାଞ୍ଚଗୋଟି ପଦାର୍ଥ ସାହାଯ୍ୟରେ ସଂସାର ଗଠିତ ହୋଇଛି । ଏହି ବିଶ୍ୱାସ ଅନୁସାରେ ଏହି ପାଞ୍ଚୋଟି ପଦାର୍ଥ ମଧ୍ୟରୁ ଅତି କମ୍ରେ ଗୋଟିଏ ପଦାର୍ଥ ଅର୍ପଣ କରି ପୂଜା କରିବା ବିଧି ରହିଛି । ନିମ୍ନଲିଖିତ ପଦାର୍ଥ ଏଠାରେ ଦେବୀଙ୍କୁ ଅର୍ପଣ କରାଯାଏ ।
- ଅବିର (ସିନ୍ଦୁର)
- କେଶର ବାଦାମ
- ପୁଷ୍ପ ଓ ପତ୍ର
- ଧୂପ
- ଦୀପ
- ବସ୍ତ୍ର - ସାଧାରଣତଃ ଲାଲ ରଙ୍ଗକୁ ପବିତ୍ର ମାନନ୍ତି
- ଫଳ ଓ ଖାଦ୍ୟ - ନଡ଼ିଆ ଓ ମିଠା
- ଘଣ୍ଟି
- ଗୁଆ ଓ ବ୍ରତ ସୂତା
- ଅନ୍ନ, ଚାଉଳ
- ସୌଭାଗ୍ୟ (ଲାଲ କପଡ଼ା ଇତ୍ୟାଦି) [୩]
ଏଠାରେ ବଳୀ ଦେବା ପ୍ରଥା ଚଳିଆସୁଛି । ମନ୍ଦିର ପଛ ପାଖରେ ଥିବା ବେଦି ଉପରେ କେତେକ ଭକ୍ତ ଛେଳି ଓ ପାରା ବଳୀ ଦିଅନ୍ତି ।[୪] ନିକଟ ଅତୀତରେ ଗୋର୍ଖାର ଜିଲ୍ଲା ପଶୁ ସମ୍ପଦ ଅଫିସର ଏହି ବଳୀ ପ୍ରଥାକୁ ନିଷେଧ କରି ଆଦେଶ ଜାରିକରିଛନ୍ତି ।[୫]
ଦଶାଇଁ (ସେପ୍ଟେମ୍ବର - ଅକ୍ଟୋବର) ଓ ନାଗ ପଞ୍ଚମୀ ସମୟରେ ଅନେକ ଭକ୍ତ ଏଠାକୁ ଆସି ଚାରି ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଠିଆ ହୋଇ ଦେବୀ ଭଗବତୀଙ୍କୁ ପ୍ରର୍ଥନା କରନ୍ତି । [୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Sacred Sites, places of peace and power". Retrieved December 15, 2012.
- ↑ "Manakamana darshan". Archived from the original on July 5, 2013. Retrieved December 15, 2012.
- ↑ "Manakamana: Nepal pilgrimage sites". Archived from the original on 2021-02-09. Retrieved 2020-03-08.
- ↑ "Manakamana cable car". Archived from the original on 2021-11-27. Retrieved 2020-03-08.
- ↑ "Bird sacrifice banned at Manakamana, Kalika temples". Kantipur. February 9, 2010.