ମୋଈନ ଖାନ

ଉଇକିପିଡ଼ିଆ ରୁ
Jump to navigation Jump to search
ମୋଈନ ଖାନ
ଖେଳାଳିଙ୍କ ତଥ୍ୟ
ପୁରା ନାଆଁ ମହମ୍ମଦ ମୋଈନ ଖାନ
ବ୍ୟାଟିଙ୍ଗ ପ୍ରକାର ଡାହାଣ ହାତି
ବୋଲିଂ ପ୍ରକାର ରାଇଟ ଆର୍ମ ଅଫ ବ୍ରେକ
ଭୁମିକା ୱିକେଟରକ୍ଷକ-ବ୍ୟାଟ୍ସମ୍ୟାନ
ବିଶ୍ଵ ତଥ୍ୟ
ନିଜ ଦେଶ ପଟ ପାକିସ୍ତାନ କ୍ରିକେଟ ଦଳ
ପ୍ରଥମ ଟେଷ୍ଟ (cap 119) 23–25 ନଭେମ୍ବର 1990 v ୱେଷ୍ଟିଇଣ୍ଡଜ
ଶେଷ ଟେଷ୍ଟ 20–24 ଅକ୍ଟୋବର 2004 v ଶ୍ରୀଲଙ୍କା
ପ୍ରଥମ ଦିନିକିଆ 10 November 1990 v ୱେଷ୍ଟିଇଣ୍ଡଜ
ଶେଷ ଦିନିକିଆ କ୍ରିକେଟ 16 ଅକ୍ଟୋବର 2004 v ଶ୍ରୀଲଙ୍କା
ଦିନିକିଆ ଜାମା ନମ୍ବର 05
କ୍ୟାରିଅର ତଥ୍ୟ
ପ୍ରତିଯୋଗିତା ଟେଷ୍ଟ କ୍ରିକେଟ ଏକ ଦିବସୀୟ ଆନ୍ତର୍ଜାତୀୟ
ମ୍ୟାଚ 69 219
ରନ 2741 3266
ବ୍ୟାଟିଙ୍ଗ ଆଭରେଜ 28.55 23.00
ଶତକ/ଅର୍ଦ୍ଧଶତକ 4/15 -/12
ସବୁଠୁ ବେସି ସ୍କୋର 137 72*
ଡେଲିଭରି ବଲ
ଉଇକେଟ
Bowling average
5 wickets in innings
10 wickets in match n/a
Best bowling
Catches/stumpings 128/20 214/73
Source: କ୍ରିକଇନ୍ଫୋ, ୦୫ ନଭେମ୍ବର

ମହମ୍ମଦ ମୋଈନ ଖାନ (ଉର୍ଦ୍ଦୁ: محمد معین خان (ଜନ୍ମ ୨୩ ସେପ୍ଟେମ୍ବର ୧୯୭୧), ପାକିସ୍ତାନ କ୍ରିକେଟ ଦଳର ପ୍ରାକ୍ତନ ଖେଳାଳୀ ଅଟନ୍ତି । "ମୋଇନ ଖାନ" ଭାବରେ ସେ ବେଶି ପରିଚିତ । ସେ ମୁଖ୍ୟତଃ [୧] ଜଣେ ୱିକେଟରକ୍ଷକ-ବ୍ୟାଟ୍ସମ୍ୟାନ ଥିଲେ । ସେ ୧୯୯୦ରୁ ୨୦୦୪ ପର୍ଯ୍ୟନ୍ତ ପାକିସ୍ତାନ ରାଷ୍ଟ୍ରୀୟ କ୍ରିକେଟ ଦଳ ପାଇଁ ଟେଷ୍ଟ କ୍ରିକେଟ ଏବଂ ଏକ ଦିବସୀୟ ଆନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ । ତାହା ସହ ସେ ପାକିସ୍ତାନୀ ଟୀମର ନେତୃତ୍ୱ ମଧ୍ୟ ନେଇଥିଲେ ।[୨] ସେ ଟେଷ୍ଟ କ୍ରିକେଟରେ ୧୦୦ଟି କ୍ୟାଚ ନେଇଥିଲେ । ଏକ ଦିବସୀୟ କ୍ରିକେଟରେ ସେ ୩,୦୦୦ରୁ ଅଧିକ ଏକ ଦିବସୀୟ ରନ ବନେଇଥିଲେ ଏବଂ ୨୦୦ଟି କ୍ୟାଚ ନେଇଥିଲେ ।

ମୋଈନ ଖାନ, ମୁଲ୍ତାନରେ ୱେଷ୍ଟଇଣ୍ଡିଜ କ୍ରିକେଟ ଟୀମ ବିପକ୍ଷରେ ନିଜ ଅନ୍ତଃରାଷ୍ଟ୍ରିୟ କ୍ରିକେଟର ଜୀବନ ଆରମ୍ଭ କରିଥିଲେ । ସେ ଟେଷ୍ଟ କ୍ରିକେଟରେ ୬୯ଟି ମ୍ୟାଚ ଖେଳିଥିଲେ ଯେଉଁଥିରେ[୩] ୱିକେଟ ରକ୍ଷଣ କରି ୧୨୮ଟି କ୍ୟାଚ ମଧ୍ୟ ନେଇଥିଲେ । ସେ ମଧ୍ୟ ୨୧୯ ଏକ ଦିବସୀୟ ଅନ୍ତଃରାଷ୍ଟ୍ରିୟ କ୍ରିକେଟ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ କ୍ରିକେଟ ଦଳର ମୁଖ୍ୟ ଚୟନ କର୍ତ୍ତା ଋପେ "ଇକବାଲ କାସିମ"ଙ୍କ ଜାଗା ନେଇଥିଲେ[୪] ଏବଂ ୧୧ ଫେବୃୟାରୀ ୨୦୧୪ ମସିହାରେ ତାଙ୍କୁ ରାଷ୍ଟ୍ରୀୟ ଦଳର ମୁଖ୍ୟ କୋଚ ଋପେ ନିଯୁକ୍ତ କରାଯାଇଥିଲା ।[୫]

କୋଚିଙ୍ଗ କ୍ୟାରିୟର[ସମ୍ପାଦନା]

ମୋଈନଙ୍କୁ ଅଗଷ୍ଟ ୨୦୧୩ ମସିହାରେ ଦଳର ପ୍ରବନ୍ଧକ ଋପେ ନିଯୁକ୍ତ କରାଯାଇଥିଲା ।[୬] ୧୧ ଫେବୃୟାରୀ ୨୦୧୪ ମସିହାରେ ତାଙ୍କୁ ଡାଭ ହ୍ୱାଟମୋରଙ୍କ ଜାଗାରେ ରାଷ୍ଟ୍ରୀୟ ଦଳର ପ୍ରମୂଖ କୋଚ ଋପେ ନିଯୁକ୍ତ ଦିଆଗଲା ।[୭] ତାଙ୍କୁ ୨୦୧୩ ମସିହାରେ ପାକିସ୍ତାନୀ ଟୀମର ମୂଖ୍ୟ ଚୟନକର୍ତ୍ତା ରୂପେ ନିଯୁକ୍ତ କରାଯାଇଥିଲା, କିନ୍ତୁ ୨୦୧୫ ମସିହାରେ "କ୍ରିକେଟ ବିଶ୍ୱକପ ୨୦୧୫"ରେ ଦଳର ଖରାପ ପ୍ରଦର୍ଶନ ପରେ ସେଥିରୁ ହଟେଇ ଦିଆଯାଇଥିଲା ।

ଅନ୍ତଃରାଷ୍ଟ୍ରୀୟ ଜୀବନ[ସମ୍ପାଦନା]

ନିଜର ଅନ୍ତଃରାଷ୍ଟ୍ରୀୟ କ୍ୟାରୀୟର ଅନୁସାରେ ମୋଈନଙ୍କୁ ୱିକେଟ-କିପର, "ରସୀଦ ଲତିଫ"ଙ୍କ ସହିତ ପ୍ରତିସ୍ପର୍ଦ୍ଧା କରିବାକୁ ପଡିଥିଲା । ଟେଷ୍ଟ କ୍ରିକେଟରେ ବ୍ୟାଟିଙ୍ଗ ଆଭରେଜ ସମାନ ହେଲେ ମଧ୍ୟ, ଲତିଫଙ୍କ ତୁଳନାରେ ତାଙ୍କର ଉତ୍ତମ ଏକ ଦିବସୀୟ ଆଭରେଜ ରନ ଥିଲା ଏବଂ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ସେ ଲତିଫଙ୍କ ତୁଳନାରେ ଅଧିକ ରନ ମଧ୍ୟ କରିଥିଲେ । ମୋଈନ, ଲତିଫଙ୍କ ୩.୫୧ ପ୍ରତି ଟେଷ୍ଟ ବିରୁଦ୍ଧରେ ପ୍ରତି ଟେଷ୍ଟ ୨.୧୪ ୱିକେଟର ରେକର୍ଡ ରଖିଥିଲେ ।

ପେସାଦାର କ୍ରିକେଟ[ସମ୍ପାଦନା]

୨୦୦୫ ମସିହାରେ, ମୋଈନ ପାକିସ୍ତାନ ପେସାଦାର ୨୦-୨୦ କ୍ରିକେଟରେ ପ୍ରଥମ ଶତକ ରନ କରି "କରାଚୀ ଡଲ୍ଫୀନ" ପାଇଁ ୫୯ ବଲରେ ୧୧୨ ରନ ବନେଇ "ଲାହୋର ଲାଇଅନ୍ସ" ବିରୁଦ୍ଧରେ "ଫୈସାଲ ବ୍ୟାଙ୍କ ଟି୨୦ କପ (ABN-AMRO)"ରେ ୨୦-୨୦ କପ ଖେଳିଥିଲେ । ସିଜିନ ଶେଷରେ, ହାଇଦ୍ରାବାଦ ତରଫରୁ ଖେଳି ସେ ନିଜ କ୍ରିକେଟ ଜୀବନର ଉଚ୍ଚତମ ପ୍ରଥମ ଶ୍ରେଣୀ ସ୍କୋର ୨୦୦ ରନ କରି ଅବସର ନେଇଥିଲେ । ୨୦୦୭ ମସିହାରେ, ମୋଈନ ଅନୌପଚାରିକ ଭାରତୀୟ କ୍ରିକେଟ ଲିଗ ସହିତ ହସ୍ତାକ୍ଷର କଲେ ଏବଂ ହାଇଦ୍ରାବାଦ ହିରୋଜକୁ ପ୍ରଶିକ୍ଷିତ କରିଥିଲେ । ପ୍ରତିଯୋଗିତାର ୨୦୦୮ର ସଂସ୍କରଣରେ, ସେ ଲାହୋର ବାଦଶାହା ଦଳକୁ ପ୍ରଶିକ୍ଷିତ କରିଥିଲେ ।

ପାକିସ୍ତାନ ସୁପର ଲିଗ ୨୦୧୬[ସମ୍ପାଦନା]

ସେ ବର୍ତ୍ତମାନ ପିଏସଏଲ ୨୦୧୬ର ମୁଖ୍ୟ କୋଚ ଋପେ କ୍ୱାଟ୍ଟା ଗ୍ଲାଡିଏଟର୍ସ ସହିତ କାମ କରୁଛନ୍ତି ।

ଆଧାର[ସମ୍ପାଦନା]

  1. ସ୍ପୋଡ୍ସ ୱିକି. "ICC Cricket World Cup 2015: Moin Khan pardoned for visiting Christchurch casino by PCB". Retrieved 5 ନଭେମ୍ବର 2017. Check date values in: |accessdate= (help)
  2. ଇଏସପିଏନ. "Moin Khan Full Profile on ESPN". Retrieved 5 ନଭେମ୍ବର 2017. Check date values in: |accessdate= (help)
  3. ଦୁନିଆ ନ୍ୟୁଜ. "Moin Khan likely to return to PCB after 2015 casino scandal". Retrieved 5 ନଭେମ୍ବର 2017. Check date values in: |accessdate= (help)
  4. "Moin Khan appointed as chief selector for Pakistan". Sky Sports. 15 July 2013. Retrieved 15 July 2013.
  5. http://www.espncricinfo.com/pakistan/content/current/story/718163.html
  6. http://www.espncricinfo.com/pakistan/content/story/663321.html
  7. http://www.espncricinfo.com/pakistan/content/current/story/718163.html