ମେଇ ଯେମିସନ

ଉଇକିପିଡ଼ିଆ‌ରୁ
Mae C. Jemison
Jemison in July 1992
NASA Astronaut
ଜାତୀୟତାAmerican
StatusRetired
ଜନ୍ମ (1956-10-17) ଅକ୍ଟୋବର ୧୭, ୧୯୫୬ (ବୟସ ୬୭)
Decatur, Alabama, U.S.
ଅନ୍ୟ ଜୀବିକାPhysician
College professor
Time in space190 h 30 min 23 s
Selection1987 NASA Group
ଅଭିଯାନSTS-47
Mission insigniaSTS-47

ମେଇ ଯେମିସନ ହେଉଛନ୍ତି ଜଣେ ଆମେରିକୀୟ ଇଂଜିନିଅର, ପଦାର୍ଥ ବିଜ୍ଞାନୀ ଏବଂ ନାସାର ମହାକାଶ ବିଜ୍ଞାନୀ । ସେ ୧୯୫୬ ମସିହା ଅକ୍ଟୋବର ମାସ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ସେପ୍ଟେମ୍ପେର ୧୨, ୧୯୯୨ରେ ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କରିଥିଲେ। ସେ ଥିଲେ ପ୍ରଥମ ଆଫ୍ରିକୀୟ-ଆମେରିକୀୟ ମହିଳା ଯିଏ କି ମହାକାଶ ଯାତ୍ରା କରିଥିଲେ ।ସେ ୧୯୯୩ରେ ନାସାରୁ ଇସ୍ତଫା ଦେ ଗୋଟେ କମ୍ପାନୀରେ ଦୈନଦିନ ଜୀବନ ବିଷୟରେ ଗବେଷଣା କଲେ । ସେ ମଧ୍ୟ ଅନେକ ସମୟରେ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିବାର ଦେଖା ଯାଇଛି। ତାଙ୍କୁ star trek:the next generation ଚଳଚ୍ଚିତ୍ରର ଏକ ଅଧ୍ୟାୟରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ୧୦୦ year starship ସଂଗଠନର ଅଧ୍ୟକ୍ଷ ଅଟନ୍ତି।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମେଇ କାରୋଲ ଯେମିସନ ଆସିକ୍ତବର ୧୭ ୧୯୫୬ ମସିହାରେ ଅଲବମାର ଦେକଟୁର ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ସେ ଚାର୍ଲି ଯେମିସନ ଆଉ ଦୋରଥୀ ଗ୍ରୀନ ଙ୍କର ସଭା ସାନ ଝିଅ ଥିଲେ । ତାଙ୍କର ପିତା ଥିଲେ ଏକ ଅନଥାଶ୍ରମର ପର୍ଯ୍ୟବେକ୍ଷଣକାରୀ ଏବଂ ତାଙ୍କ ମାତା ସିକାଗୋର ବୀଥୋବେନ ପ୍ରାଇମେରୀ ସ୍କୁଲର ଜଣେ ଇଂରାଜୀ ଏବଂ ଗଣିତ ଶିକ୍ଷୟତ୍ରୀ ।

ଯେତେବେଳେ ଯେମିସନ ୩ ବର୍ଷର ହୋଇଥିଲେ ତାଙ୍କର ପରିବାର ସେତେବେଳେ ସିକାଗୋର ଇଲ୍ଲିନୋଇସ ନାମକ ସ୍ଥାନକୁ ଉନ୍ନତ ଶିକ୍ଷା ଓ ଭଲ ଚାକିରୀ ପାଇବା ପାଇଁ ଚାଲି ଆସିଥିଲେ ।