ମୂଳା ଗାଭରୁ

ଉଇକିପିଡ଼ିଆ‌ରୁ
ମୂଳା ଗାଭରୁ [୧]
Born୧୪୮୬
ଅହୋମ ରାଜ୍ୟ
Died୧୫୩୨
Other namesନାଙ୍ଗ ମୁଲା
Occupationଯୋଦ୍ଧା
Known forମହିଳା ଯୋଦ୍ଧାମାନଙ୍କୁ ବଞ୍ଚାଇବା
Spouseଫ୍ରେସେଙ୍ଗମୁଙ୍ଗ ବୋର୍ଗୋହେନ
Childrenଟୋନ ଖାମ
Parentସୁପିମ୍ଫା

ମୂଳା ଗାଭରୁ[୧] (ନାଙ୍ଗ ମୂଳା) ଅହୋମ ରାଜା ସୁପିମ୍ଫାଙ୍କ ଝିଅ[୨] ଏବଂ ବୋର୍ଗୋହେନ ଫ୍ରେସେଙ୍ଗମୁଙ୍ଗଙ୍କ ପତ୍ନୀ ଥିଲେ ।[୩] ସେହି ସମୟରେ ଅହୋମ ରାଜ୍ୟର ରାଜା ତାଙ୍କ ଭାଇ ସୁହୁଙ୍ଗମୁଙ୍ଗ ଥିଲେ । ୧୫୩୨ ମସିହାରେ ବଙ୍ଗଳାର ସୁଲତାନଙ୍କଦ୍ୱାରା ପଠାଯାଇଥିବା ଆକ୍ରମଣକାରୀ ତୁର୍ବକ ବିରୁଦ୍ଧରେ ଯୁଦ୍ଧରେ ତାଙ୍କ ସ୍ୱାମୀଙ୍କର ପତନ ହେବା ପରେ ସେ ମହିଳା ଯୋଦ୍ଧାମାନଙ୍କୁ ସଂଗଠିତ କରିଥିଲେ । ଯୁଦ୍ଧ ସମୟରେ ମହିଳା ଯୋଦ୍ଧା ଜୟନ୍ତୀ, ପ୍ରମିଳା, ଲଳିତା ନାଙ୍ଗ ମୁଲାଙ୍କର ସାଥୀ ଥିଲେ । ମୂଳା ଗାଭରୁଙ୍କ ସ୍ୱାମୀ ଫ୍ରେସେଙ୍ଗମୁଙ୍ଗ ଶୁଣିଛନ୍ତି ଯେ ମନ୍ତ୍ରୀ ଖୁନଲୁଙ୍ଗ ଏବଂ ଅନ୍ୟ ଯୋଦ୍ଧାମାନେ ତୁର୍ବକଙ୍କ ହାତରେ ପ୍ରାଣ ହରାଇଛନ୍ତି ।

ତୁର୍ବକକୁ ପରାସ୍ତ କରିବାକୁ ପ୍ରତିଜ୍ଞା[ସମ୍ପାଦନା]

ଫ୍ରେସେଙ୍ଗମୁଙ୍ଗ ୧୦୧ ଦୀପ ଜାଳିବା ସହ କିନ ଲାଓ ନାମକ ଏକ ପରମ୍ପରାରେ ପ୍ରତିଶୃତି ଦେଇଛନ୍ତି ଯେ, ସେ ନିଜ ଦେଶ, ପୁଅ, ପୁରସ୍କାର ଏବଂ ସମ୍ମାନର ସୁରକ୍ଷା ପାଇଁ ସଂକଳ୍ପ ନେବେ । କବଚ ଧାରଣ କରିଥିବା ଅହୋମ ସୈନିକମାନେ ନିଜେ ଅପରାଜିତ ଥିଲେ । ଫ୍ରେସେଙ୍ଗମୁଙ୍ଗ[୪] ନିଜର କବଚ ପିନ୍ଧିବାର ସୁଯୋଗ ପାଇଲେ ନାହିଁ ଏବଂ ବିନା ଅସ୍ତ୍ରରେ ଯୁଦ୍ଧ କଲେ । ସାତ ଦିନ ଯୁଦ୍ଧ ପରେ ସ୍ୱାମୀଙ୍କ ମୃତ୍ୟୁ ଖବର ମୂଳା ଗାଭରୁଙ୍କ ପାଖକୁ ପହଞ୍ଚିଲା । ଶୋକରେ ସେ ତାଙ୍କ ସ୍ୱାମୀଙ୍କ ହତ୍ୟାକାରୀମାନଙ୍କୁ ବିନାଶ କରିବାକୁ ପ୍ରତିଶୃତି ଦେଇଥିଲେ । ଏହାପରେ ସେ ହେଙ୍ଗଡାଙ୍ଗ ନେଇ ଯୁଦ୍ଧରେ ଯୋଗ ଦେଇଥିଲେ । ଯୁଦ୍ଧର ଚତୁର୍ଥ ଦିନରେ ସେ ତାଙ୍କ ସ୍ୱାମୀଙ୍କ ହତ୍ୟାକାରୀ କମାଣ୍ଡର ତୁର୍ବକ ଖାନଙ୍କୁ ଦେଖିଥିଲେ । ଯୁଦ୍ଧରେ ତାଙ୍କ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଦେଖି ନାଙ୍ଗ ମୂଳା ଗାଭରୁ ସାହସର ସହିତ ତୁର୍ବକ ଖାନଙ୍କ ସହ ଲଢ଼ିଥିଲେ ।[୫] କିନ୍ତୁ ତୁର୍ବକ ଖାନ ଜଣେ ତାଲିମପ୍ରାପ୍ତ ଯୋଦ୍ଧା ଥିଲେ ତେଣୁ ସେ ମୁଲା ଗଭରୁଙ୍କୁ ହତ୍ୟା କରିଥିଲେ । ତାଙ୍କ ମୃତ୍ୟୁ ପରେ ଅହୋମ ସୈନିକମାନେ ନୂତନ ଶକ୍ତିରେ ଜାଗ୍ରତ କରିଥିଲେ । କାନସେଙ୍ଗ ବୋରପାତ୍ରୋ ଗୋହେନଙ୍କ ନେତୃତ୍ୱରେ ଆହୋମ ସୈନିକମାନେ ମୋଖ ସ୍ଥାନରେ ତୁର୍ବକଙ୍କୁ ପରାସ୍ତ କରିଥିଲେ ।

ସ୍ମୃତି ଏବଂ ସ୍ମାରକୀ[ସମ୍ପାଦନା]

୧୯୮୭ ମସିହାରେ ମହାନ ଯୋଦ୍ଧା ମୂଳା ଗାଭରୁଙ୍କ ନାମରେ ମୂଳା ଗାଭରୁ ବାଳିକା ଏମ.ଇ.ଏସ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।

ଏହି ବିଦ୍ୟାଳୟ ଆସାମର ଶିବସାଗର ଡିଚୋ ବୋଟୁଆରେ ଅବସ୍ଥିତ, ଡାକ ସଂକେତ: ୭୮୫୬୭୦ ଭାରତ

ପ୍ରତିବର୍ଷ ତାଇ ଅହୋମ ଯୁବ ପରିଷଦ (TYPA) ମୂଳା ଗାଭରୁ ଦିବସରେ ଏକ ସମାରୋହ ଆୟୋଜନ କରି ବିରଙ୍ଗନା ମୁଲା ଗଭରୁ ପୁରସ୍କାର ପ୍ରଦାନ କରାଯାଏ ।

ଆସାମର ଲୋକମାନେ ପ୍ରତିବର୍ଷ ୨୯ ମଇରେ ମୂଳା ଗାଭରୁ ଦିବସ ପାଳନ କରନ୍ତି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ The Brahmaputra Beckons. Brahmaputra Beckons Publication Committee. 1982.
  2. (Gogoi & Bora 2011:1511)
  3. Assamese women in Indian independence movement : with a special emphasis on Kanaklata Barua. Mittal Publications. 2008. ISBN 9788183242332.
  4. Bīrāṅganā Mūlā Gābharu (1st ed.). Candra Prakāśa. 2011. ISBN 978-9324402257.
  5. Assam's history and its graphics. Mittal Publications. 2008. ISBN 9788183242516.