ମୁନମୁନ ଅହମଦ

ଉଇକିପିଡ଼ିଆ‌ରୁ
ମୁନମୁନ ଅହମ୍ମଦ
ଜନ୍ମ (1966-12-27) ୨୭ ଡିସେମ୍ବର ୧୯୬୬ (ବୟସ ୫୭)
ଜାତୀୟତାବାଂଲାଦେଶୀ
ବୃତ୍ତି(ସମୂହ)ନୃତ୍ୟଶିଳ୍ପୀ, ଅଭିନେତ୍ରୀ
ବୈବାହିକ-ସାଥୀସୁଜିତ ମୁସ୍ତଫା

ମୁନମୁନ ଅହମଦ (ଜନ୍ମ: ୨୭ ଡିସେମ୍ବର ୧୯୬୬) ଜଣେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ।[୧] ସେ କଥକ ନୃତ୍ୟରେ ନିପୂଣା ।[୨][୩] ଏହା ବ୍ୟତୀତ ସେ ବାଂଲାଦେଶ ବେତାର ପାଇଁ ରେଡିଓ ନାଟକରେ ନିୟମିତ ଅଭିନୟ କରନ୍ତି ।[୪]

ଅଭିନୟ ଜୀବନ[ସମ୍ପାଦନା]

ମୁନମୁନ ଅହମ୍ମଦ ୧୯୬୬ ମସିହାର ଡିସେମ୍ବର ୨୭ ତାରିକରେ ଜନ୍ମଗ୍ରହଣ କରିଥିଲେ । ଅଜିମପୁର ଲେଡିଜ୍ କ୍ଲବରେ ତାଙ୍କର ପ୍ରଥମ ନୃତ୍ୟ ପ୍ରଶିକ୍ଷକ ଥିଲେ ଅଜହର ଖାନ୍ । ସେ ୧୯୭୮ ମସିହାରେ ସୟଦ ଅବୁଲ କଲାମଙ୍କଠାରୁ କଥକ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ ।[୪]

୧୯୮୭ ମସିହାରେ ହାଇସ୍କୁଲ ପରୀକ୍ଷା ଶେଷ କରିବା ପରେ ସେ ଭାରତ ଆସିଥିଲେ । ସେଠାରେ ସେ ରାମ ମୋହନ ମହାରାଜ ଏବଂ ରାଜ କୁମାର ଶର୍ମାଙ୍କ ଅଧୀନରେ ଥିବା ରାମ ଭାରତ କଳା କେନ୍ଦ୍ରରେ ଅଧ୍ୟୟନ କରିଥିଲେ ।[୫] ୧୯୮୯ ମସିହାରେ ସେ ଦିଲ୍ଲୀ କଥକ କେନ୍ଦ୍ରର ପଣ୍ଡିତ ବିରଜୁ ମହାରାଜଙ୍କ ଅଧିନରେ ଶିକ୍ଷା ଆରମ୍ଭ କରିଥିଲେ ।[୫]

ତାଙ୍କର ନିଜର ଏକ ନୃତ୍ୟ ବିଦ୍ୟାଳୟ ରହିଛି, ରେୱାଜ୍ ପରଫର୍ମିଂ ସ୍କୁଲ୍ ଚଳାଉଛନ୍ତି ।[୫] ସେ ଢାକାରେ ୨୦୧୦ ଦକ୍ଷିଣ ଏସୀୟ ଗେମ୍ସରେ ଆୟୋଜିତ ହୋଇଥିବା ନୃତ୍ୟ ପ୍ରଦର୍ଶନର କୋରିଓଗ୍ରାଫର୍ ଥିଲେ ।[୬]

ଲୋକପ୍ରିୟ କଥାଚିତ୍ର[ସମ୍ପାଦନା]

  • ଘେଟୁପୁତ୍ର କୋମୋଲା (୨୦୧୨)[୭]
  • ଅମର ଆଚେ ଜୋଲ (୨୦୦୮)
  • ଗୋଲାପୀ ଏଖୋନ୍ ବିଲାଟେ (୨୦୧୦) [୮]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ମୁନମୁନ ଅହମ୍ମଦ ବଙ୍ଗଳାଦେଶୀ ଗାୟକ ସୁଜିତ ମୁସ୍ତାଫାଙ୍କୁ ବିବାହ କରିଛନ୍ତି ।[୯] ଏହି ଦମ୍ପତିଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି, ଆପରାଜିତା ମୁସ୍ତାଫା ।[୧୦]

ପୁରସ୍କାର[ସମ୍ପାଦନା]

  • କଥକ ନୃତ୍ୟ ପାଇଁ ବାଂଲାଦେଶ ଶିଶୁ ଏକାଡେମୀଦ୍ୱାରା ଜାତୀୟ ପୁରସ୍କାର (୧୯୮୦)
  • ୟୁନେସ୍କୋ ସାଂସ୍କୃତିକ ପୁରସ୍କାର (୨୦୦୦)
  • ଏନ୍ଏଚ୍‌କେ ଜାପାନ ପୁରସ୍କାର (୨୦୦୦) [୧୧]

ଆଧାର[ସମ୍ପାଦନା]

  1. "Munmun Ahmed: First person singular". The Daily Star. January 25, 2009. Retrieved April 15, 2016.
  2. Karim Waheed (April 27, 2008). "Dancers nationwide unite to celebrate the labour of their love". The Daily Star. Retrieved April 15, 2016.
  3. M H Haider (February 7, 2015). "MUNMUN AHMED Made in Bangladesh". The Daily Star. Retrieved April 15, 2016.
  4. ୪.୦ ୪.୧ "Dancer Munmun explores acting". Dhaka Mirror. October 8, 2010. Retrieved April 15, 2016.
  5. ୫.୦ ୫.୧ ୫.୨ "Dancing their Hearts Out". The Daily Star. April 11, 2007. Archived from the original on July 11, 2015. Retrieved April 15, 2016.
  6. "Razzle-dazzle of Bangladeshi dance at the SA Game". The Daily Star. January 29, 2010. Retrieved April 15, 2016.
  7. "One Year On…". The Daily Star. July 19, 2013. Retrieved April 15, 2016.
  8. "Munmun Ahmed". IMDb. Retrieved 2021-11-19.
  9. "A family of artistes: Sujit, Munmun and Aporajita". The Daily Star. October 21, 2006. Archived from the original on April 23, 2016. Retrieved April 15, 2016.
  10. "In perfect sync". The Daily Star. November 18, 2009. Retrieved April 15, 2016.
  11. "THROUGH THE EYES OF MUNMUN AHMED". The Daily Star (in ଇଂରାଜୀ). 2017-10-21. Retrieved 2017-11-29.

ବାହାର ଆଧାର[ସମ୍ପାଦନା]