ମୁଗା ରେଶମ

ଉଇକିପିଡ଼ିଆ ରୁ
Jump to navigation Jump to search
ମୁଗା ରେଶମ
Geographical indication
ଝାମ୍ପି ସହ ମୁଗା ସିଲ୍କ ମେଖେଲା
ଝାମ୍ପି ସହ ମୁଗା ସିଲ୍କ ମେଖେଲା
Type ହସ୍ତକଳା
Area ଆସାମ
Country ଭାରତ
Registered ୨୦୦୭
Material ରେଶମ

ମୁଗା ରେଶମ ଏକ ବଣ୍ୟ ରେଶମ ପ୍ରଜାତିର ଯାହା ଆସାମରେ ସାଧାରଣତଃ ମିଳେ । ଭାରତ ସରକାରଙ୍କ ଅଧିନରେ ଭାରତୀୟ ଭୌଗଳିକ ସଂକେତ ଭାବେ ପଂଜିକୃତ ହୋଇଛି ।[୧]ଏହି ରେଶମ ଏକ ପ୍ରାକୃତିକ ସୁନେଲି ହଳଦିଆ ଚମକଦାର ରଙ୍ଗର ଦେଖାଯାଏ । ବହୁଦିନ ଧରି ବ୍ୟବହାର ଉପଯୋଗୀ ବସ୍ତ୍ର ହୋଇଥିବାରୁ ଜନାଦୃତ ଅଟେ ।[୨] ଏହା ଆଗ କାଳରେ ରାଜକୀୟ କାର୍ଯ୍ୟ /ରଜାମହାରଜାମାନଙ୍କ ପାଇଁ କେବଳ ଉଦ୍ଦିଷ୍ଟ ଥିଲା ।[୩]

ଆସାମ ରେଶମ ପୋକ (Antheraea assamensis- Assam Silkmoth)ର ଲାର୍ଭା ସ୍ଥାନୀୟ ବ୍ରହ୍ମପୁତ୍ର ଉପତ୍ୟକାରେ ସୁଗନ୍ଧିତ ସୋମ (Machilus bombycina) ଏବଂ ସାଲୁ (Litsaea polyantha) ପତ୍ର ଖାଇ ବଞ୍ଚିଥାନ୍ତି । ମୁଗା ଏହା କମ ସାନ୍ଧ୍ରତା ହେତୁ ଏହାକୁ ବ୍ଲିଚିଂ କିମ୍ବା ରଙ୍ଗଦିଆଯାଏ ନାହିଁ । ଏଣୁ ଏହାର ସୁନେଲି ଚମକ ଏମିତି ରହିଥାଏ ।ଏହି ରେଶମକୁ ହାତରେ ସଫା କରାଯାଇ ପାରେ । ପ୍ରତ୍ୟେକ ସଫା ପରେ ଏହାର ଚମକ ବୃଦ୍ଧି ହୋଇଥାଏ ।[୪] ମୁଗା ରେଶମ ଅନ୍ୟ ଆସାମୀୟ ରେଶମ ଭଳି ଶାଢ଼ୀ, ମେଖେଲା ଚାଦରଆଦି ଉତ୍ପାଦ ତିଆରିରେ ବ୍ୟବହୃତ ହୁଏ । [୨]

ଇତିହାସ[ସମ୍ପାଦନା]

ଆଦ୍ୟ ସମୟ ଜଣାନଥିଲେ ବି କୋଷ-କୃମି ପାଳନ ଅଥବା ରେଶମ କୀଟ ପାଳନ ଆସାମରେ ବହୁପୁରାତନ ଅଟେ । ସେତେବେଳେ ଅହମ ରାଜବଂଶ (୧୨୨୮-୧୮୨୬)ର ମୁଗା ପାଳନ ଉତ୍ପାଦନରେ ପ୍ରମୁଖ ଭୁମିକା ନେଇଥିଲା । ଯାହାଙ୍କ ରାଜତ୍ବ କାଳରେ ଏହି ଚାଷ ଆସାମୀୟଙ୍କ ସମାଜିକ ଏବଂ ଆର୍ଥିକ ସ୍ଥିତିରେ ଅନୁକୁଳ ପ୍ରଭାବ ପକାଇଥିଲା । ରାଜକୀୟ ଏବଂ ପୁରୁଖା ମାଣ୍ଡାରିନମାନଙ୍କୁ ରେଶମ ତିଆରି ବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦିଆଯାଉଥିଲା । ଅହମ ରାଜବାଟିକୁ ବୁଲି ଆସୁଥିବା ପରିଦର୍ଶକଙ୍କ ପାଇଁ ମୁଲ୍ୟବାନ ରେଶମ ବସ୍ତ୍ର ସେଟ ରାଜକୀୟ କୋଠିରେ ପ୍ରଦର୍ଶିତ ହେଉଥିଲା । ରାଣୀମାନେ ମଧ୍ୟ ବୁଣାକାରୀମାନଙ୍କୁ ବ୍ୟକ୍ତିଗତ ତାଲିମ ଦେବାପାଇଁ ନିୟୋଜିତ ହେଉଥିଲେ । ଏହି ବସ୍ତ୍ର ଅହମ ରାଜବଂଶର ମୁଖ୍ୟ ରପ୍ତାନୀ ଦ୍ରବ୍ୟ ଥିଲା ।[୫]

ବ୍ୟବସାୟ[ସମ୍ପାଦନା]

ମୁଗା ରେଶମ ଭାରତୀୟ ଭୌଗଳିକ ସଂକେତ ଭାବେ ୨୦୦୭ ମସିହାରେ ପଂଜିକୃତ ହୋଇଛି । ବିପଣନ ପାଇଁ ଏହାର ଟ୍ରେଡ଼ମାର୍କ ଲୋଗୋ ଆସାମ ବିଜ୍ଞାନ ପ୍ରଯୁକ୍ତି ଏବଂ ପରିବେଶ ପରିଷଦ ଅଧିନରେ ୨୦୧୪ରେ ପଂଜିକୃତ ହୋଇଛି । ଭାରତୀୟ କେନ୍ଦ୍ରୀୟ ରେଶମ ବୋର୍ଡ଼ ମୁଗା ରେଶମ ବସ୍ତ୍ରର ନିରୀକ୍ଷଣ କରି GI ଲୋଗୋ ଦେଇ ବିକ୍ରୟ ସହ ଉତ୍ପାଦକଙ୍କୁ ସୁଦ୍ଧତାର ସାର୍ଟିଫିକେଟ ପ୍ରଦାନ କରାଯିବାର ବ୍ୟବସ୍ଥା କରିବାକୁ କର୍ତ୍ତୁପକ୍ଷଙ୍କୁ ଅନୁମୋଦନ ଦେଇଛନ୍ତି ।[୬] ଯୋରହାଟରେ ଥିବା Central Muga Eri Research & Training Institute (CMER&TI) ମାଧ୍ୟମରେ ଏହି ବୋର୍ଡ ମୁଗା ରେଶମ ସହ ଆସାମୀୟ ରେଶମ ପାଇଁ ଗ୍ରାମ୍ୟ ଉନ୍ନୟନ ଭିତ୍ତିଭୂମି ବିକାଶରେ କାର୍ଯ୍ୟ କରୁଛି ।[୪]

୨୦୧୪-୧୫ ଆର୍ଥିକ ବର୍ଷରେ ଭାରତ ୧୫୮ ଟନ ମୁଗା ରେଶମ ଉତ୍ପାଦନ କରିଥିଲା ଯେଉଁଥିରୁ ୧୩୬ ଟନ କେବଳ ଆସାମରୁ ଉତ୍ପାଦିତ ହୋଇଥିଲା । ଭାରତର ସମୁଦାୟ ରେଶମ ଆଦାୟ ସେହି ସମୟରେ ୨୮,୭୦୮ ଟନ ଥିଲା ।[୭]

References[ସମ୍ପାଦନା]

  1. "GI Registry India". Statewise Registration Details of GI Applications. Intellectual property India. Retrieved 27 January 2016. 
  2. ୨.୦ ୨.୧ "Muga Silk". Central Silk Board, Ministry of Textiles, Government of India. 3 July 2014. Retrieved 27 January 2016. 
  3. "Non-wood products from organisms associated with temperate broad-leaved trees". Food and Agriculture Organization. Retrieved 27 January 2016. 
  4. ୪.୦ ୪.୧ "CMER&TI". CMER&TI. Retrieved 31 January 2016. 
  5. Phukan, Raju (2012). "Muga Silk Industry of Assam in Historical Perspectives" (PDF). Global Journal of Human-Social Science. 12 (9): 5–8. 
  6. "Finally, muga gets GI logo". The Telegraph, Calcutta. 28 April 2014. Retrieved 29 January 2016. 
  7. "CSB Annual Report 14-15" (PDF). Annual Report 2014–15. Central Silk Board, India. November 2015. pp. 5, 123. Retrieved 29 January 2016.