ମିସେଲ ସନ

ଉଇକିପିଡ଼ିଆ‌ରୁ

ମିସେଲ ସନ (୧୯୮୦ ଶତକର ଶେଷ ଆଡ଼କୁ ଜନ୍ମିତ) ଜଣେ ହଂକଂରେ ଜନ୍ମିତ ଇଞ୍ଜିନିଅର, ଉଦ୍ଦ୍ୟୋଗୀ ଓ ଶିକ୍ଷକ । ୨୦୧୩ ମସିହାରେ ସେ ହଂକଂରେ ଫାଷ୍ଟ କୋଡ଼ ଏକାଡେମୀ ସ୍ଥାପନା କରି ଛଅ ବର୍ଷରୁ ଅଧିକ ଝିଅମାନଙ୍କୁ କୋଡ଼ିଂ ଓ ମୋବାଇଲ ଆପ ଶିଖାଇବା ଆରମ୍ଭ କରିଥିଲେ । ସ୍କୁଲ କିମ୍ବା ଏହି ସଂସ୍ଥାର ଅଫିସରେ ସେ ପିଲାମାନଙ୍କୁ ଶିଖାଇଥାନ୍ତି ।[୧][୨]

ଜୀବନୀ[ସମ୍ପାଦନା]

ହଂକଂରେ ଜନ୍ମିତ ସନ ହଂକଂ ସାର୍ଟିଫିକେଟ ଅଫ ଏଜୁକେସନ ଏକ୍ଜାମିନେସନରେ ନଅଟି "ଏ" ସହିତ ତାଙ୍କ ମାଧ୍ୟମିକ ଶିକ୍ଷା ସମାପନ କରିଥିଲେ । ଚିକାଗୋ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ସମାପନ ପରେ ସେ ହଂକଂରେ ଗୋଲ୍ଡମ୍ୟାନ ସାକ୍ସରେ ଜଣେ ଅର୍ଥନୀତି ଅନାଲିଷ୍ଟ ଭାବେ ଯୋଗଦେଇଥିଲେ । ୨୦୧୨ରେ ସେ ସାନ ଫ୍ରାନସିସ୍କୋର ହ୍ୟାକବ୍ରାଇଟ ଏକାଡେମୀରେ ଏକ କେବଳ-ମହିଳାମାନଙ୍କ ପାଇଁ ହେଉଥିବା ତିନି ମାସିଆ କମ୍ପ୍ୟୁଟର କୋଡ଼ିଂ ବୁଟକ୍ୟାମ୍ପରେ ଯୋଗଦେଇଥିଲେ । ବହି ପଢ଼ି କମ୍ପ୍ୟୁଟର କୋଡ଼ିଂ ଜାଣିବାରେ ବିଫଳ ହୋଇଥିବା ସନ କୋଡ଼ିଂ ଶିଖିବାରେ ବିଭିନ୍ନ ଭିନ୍ନ ଭିନ୍ନ ଅଂଶ କିପରି କାମ କରନ୍ତି ତାହା ଶିଖିବାରେ ସହାୟତା ନିମନ୍ତେ ହ୍ୟାକବ୍ରାଇଟର ପ୍ରତିଷ୍ଠାତା ଖ୍ରୀଷ୍ଟିଆନ ଫର୍ଣ୍ଣାଡିଜଙ୍କ  ପ୍ରଶଂସା କରିଥିଲେ ।[୨]

ପୁରସ୍କାର[ସମ୍ପାଦନା]

୨୦୧୫ ମସିହାରେ ବିବିସିର "୩୦ରୁ କମ ବୟସ୍କ ୩୦ ଜଣ ଉଦ୍ୟୋଗୀ" ଭାବେ ବଛାଯାଇଥିଲେ । ୨୦୧୬ରେ ସେ ଫୋର୍ବସର "ଏସିଆର ୩୦ରୁ କମ" ତାଲିକା ଭିତରେ ସ୍ଥାନୀତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. {{cite web}}: Empty citation (help)
  2. ୨.୦ ୨.୧ {{cite web}}: Empty citation (help)