ମିନି ଟିଲର୍

ଉଇକିପିଡ଼ିଆ‌ରୁ
ଏଫ୍ ୨୧୦ ହୋଣ୍ଡା ମିନି ଟିଲର୍
ମିନି ଟିଲର୍ ଏକ ନୂଆ ପ୍ରକାରର ଛୋଟ କୃଷି କଲ୍ଟିଭେଟର୍ ଯାହା କୃଷକ ଓ ଘରୋଇ ଲୋକମାନଙ୍କ ଦ୍ୱାର ବହୁଳ ଭାବରେ ଆଦୃତ | ଏହା ପାବ୍ୱାର୍ ଟିଲର୍ ବା ବଗିଚା ଟିଲର୍ ଭାବରେ ଜଣାଶୁଣା | କୃଷି ଭିତ୍ତିକ ରୋଟାରି ଟିଲର୍ ଛୋଟ, ଶକ୍ତିଶାଳି ଓ ଶସ୍ତା ହୋଇଥିବାରୁ ଟ୍ରାକ୍ଟର୍ ବଦଳରେ ମଧ୍ୟ ବ୍ୟବହାର କରାଯାଉଛି | ଏହା ୧ ହେକ୍ଟର୍ ଜମିକୁ ୮ରୁ ୯ ଘଣ୍ଟାରେ ପ୍ରସ୍ତୁତ କରିପାରେ | ଏଗୁଡିକୁ "ପାବ୍ୱାର୍ ଟିଲର୍" ବା "ବ୍ୱାକିଙ୍ଗ୍ ଟ୍ରାକ୍ଟର୍" ମଧ୍ୟ କୁହାଯାଏ | ବହୁ ବର୍ଷ ତଳେ ଏହା କେବଳ ଧାନ ଚାଷ ହେଉଥିବା ଅଞ୍ଚଳ ଲାଗି ଉପଯୁକ୍ତ ମନେକରାଯାଉଥିଲା ଏବଂ ସ୍ଟିଲ୍ର୍ କେଜ୍ ଚକ ଉତ୍ତମ କର୍ଷଣ ଲାଗି ବ୍ୟବହାର କରାଯାଉଥିଲା | ବର୍ତ୍ତମାନ କିନ୍ତୁ ଏହା ସମଗ୍ର ବିଶ୍ୱରେ ଉଭୟ ଓଦା ଓ ସୁଖିଲା ଚାଷ ଜମି ଲାଗି ବ୍ୟବହାର କରାଯାଉଛି | ଏଗୁଡିକର ବହୁମୁଖି ଉପଯୋଗିତା ଉଭୟ ଓଦା ଓ ସୁଖିଲା ଚାଷ ଜମିରେ ରହିଛି | ଯଥା- ପରିବହନ, ଉତ୍ତୋଳନ କରିବା, କାଣ୍ଡିବା, ଗାତ ଖୋଳିବା, ସାର ବା କୀଟନାଶକ ସିଞ୍ଚନ କରିବା | ଏହାକୁ ପାହାଡ, ପର୍ବତ, ସବୁଜ ଗୃହ ଓ ତୋଟାମାନଙ୍କରେ ମଧ୍ୟ ବ୍ୟବହାର କରିହେବ | ବିକାଶଶୀଳ ଦେଶମାନଙ୍କରେ ଏହାର ଡିଜେଲ୍ ମଡେଲ୍, ଗ୍ୟାସୋଲିନ୍ ମଡେଲ୍ ଅପେକ୍ଷା ଅଧିକ ଆଦୃତ |

ଆଧାର[ସମ୍ପାଦନା]

  1. ଉପରକୁ ଯାଆନ୍ତୁ↑ "Howard, Arthur Clifford (1893–1971)"Australian Dictionary of Biography – Online Edition. Australian National University. 1983. Retrieved 2007-07-12.
  2. ↑ ଏହି ଯାଏ ଉପରକୁ ଯାଆନ୍ତୁ:୨.୦ ୨.୧ Langmore, Diane (1983). "Howard, Arthur Clifford (1893–1971)"Australian Dictionary of Biography – Online Edition. Australian National University. Retrieved 2007-07-12.
  3. ଉପରକୁ ଯାଆନ୍ତୁ↑ "The Howard Rotavator" Archived 2015-02-13 at the Wayback Machine.. 2007-02-03. Retrieved 2007-07-12.
  4. ଉପରକୁ ଯାଆନ୍ତୁ↑ "Machinery Manufacturers - Secondary Tillage". Worldwide Agricultural Machinery and Equipment Directory. 2006-11-14. Retrieved 2007-07-12.