ମାୟା ଦେବୀ ମନ୍ଦିର, ଲୁମ୍ବିନୀ
ମାୟା ଦେବୀ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | Buddhism |
Location | |
ସ୍ଥାନ | ଲୁମ୍ବିନୀ |
Country | ନେପାଳ |
Architecture | |
Completed | 3rd century BCE (Maya Devi Temple) ~550 BCE (earlier shrine beneath) |
ମାୟା ଦେବୀ ମନ୍ଦିର ହେଉଛି ନେପାଳର ଲୁମ୍ବିନୀରେ ଅବସ୍ଥିତ ଏକ ପ୍ରାଚୀନ ବୌଦ୍ଧ ମନ୍ଦିର | ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳରେ ଏହା ସ୍ଥାନ ପାଇଛି । ଲୁମ୍ବିନିରେ ଏହା ଏକ ମୁଖ୍ୟ ମନ୍ଦିର, ଯାହା ପାରମ୍ପାରିକ ଭାବରେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଭାବରେ ପରିଚିତ ହୋଇଥିଲା |[୧] ଏହି ମନ୍ଦିର ଏକ ପବିତ୍ର ପୁଷ୍କରିଣୀ (ପୁସ୍କର୍ଣ୍ଣି ଭାବରେ ଜଣାଶୁଣା) ଏବଂ ଏକ ପବିତ୍ର ଉଦ୍ୟାନ ନିକଟରେ ଅବସ୍ଥିତ | ଏହି ସ୍ଥାନରେ ଥିବା ପ୍ରତ୍ନତାତ୍ତ୍ୱିକ ଅବଶିଷ୍ଟାଂଶଗୁଡିକ ପୂର୍ବରୁ ସମ୍ରାଟ ଅଶୋକଙ୍କଦ୍ୱାରା ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ନିର୍ମିତ ହୋଇଥିଲା । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ଏକ କାଷ୍ଠ ମନ୍ଦିର ମଧ୍ୟ ଏଠାରେ ୨୦୧୩ ମସିହାରେ ଆବିଷ୍କୃତ ହୋଇଥିଲା |[୧]
କୀମ୍ବଦନ୍ତି
[ସମ୍ପାଦନା]ମାୟାଦେବୀ କୋଲିୟ ରାଜ୍ୟର ରାଜକୁମାରୀ ଏବଂ କପିଳବାସ୍ତୁର ରାଜା ଶୁଦ୍ଧୋଧନଙ୍କ ରାଣୀ ଥିଲେ ।[୨] ବୌଦ୍ଧ କିମ୍ବଦନ୍ତୀ ଅନୁଯାୟୀ ମାୟା ତାଙ୍କ ଗର୍ଭାବସ୍ଥାରେ ଏକ ସ୍ୱପ୍ନ ଦେଖିଥିଲେ ଯେ ଏକ ଧଳା ହାତୀ ଶୁଣ୍ଢରେ ଏକ ପଦ୍ମଫୁଲ ଧରି ତାଙ୍କ ଡାହାଣ ପାର୍ଶ୍ୱରେ ପ୍ରବେଶ କରୁଛି ।[୨] ଏହି ସ୍ୱପ୍ନକୁ ବିଶ୍ୱ ସମ୍ରାଟ କିମ୍ବା ବୁଦ୍ଧଙ୍କ ଆଗମନ ଭାବରେ ବ୍ୟାଖ୍ୟା କରାଯାଇଥିଲା । ବୌଦ୍ଧ କିମ୍ବଦନ୍ତୀଗୁଡିକରେ ଉଲ୍ଲେଖ ଅଛି ଯେ ରାଣୀ ମାୟାଦେବୀ ତାଙ୍କ ପିତାଙ୍କ କୋଲିୟ ରାଜ୍ୟକୁ ଯିବାବେଳେ ଲୁମ୍ବିନି ବଗିଚା ନିକଟରେ ଏକ ଶାଳ ଗଛ ତଳେ ବିଶ୍ରାମ ନେବାକୁ ଅଟକି ଯାଇଥିଲେ ଏବଂ ପରେ ସେ ସେଠାରେ ଗୌତମ ବୁଦ୍ଧଙ୍କୁ ଜନ୍ମ ଦେଇଥିଲେ । ବୁଦ୍ଧ ଖ୍ରୀଷ୍ଟପୂର୍ବ ୬୨୩ ମସିହାରେ ଲୁମ୍ବିନୀରେ ଜନ୍ମଗ୍ରହଣ କରିଥିଲେ ଯାହାକି ସମ୍ରାଟ ଅଶୋକଙ୍କଦ୍ୱାରା ପାଲି ଭାଷାରେ ଲିଖିତ ଏକ ଶୀଳାଲେଖରୁ ସ୍ପଷ୍ଟ ।[୩]
କିମ୍ବଦନ୍ତୀ ଅନୁସାରେ ବୁଦ୍ଧଙ୍କ ଜନ୍ମର ସାତ ଦିନ ପରେ ମାୟାଦେବୀ ମୃତ୍ୟୁବରଣ କଲେ ଏବଂ ତୁସିତା ସ୍ୱର୍ଗରେ ପୁନର୍ଜନ୍ମ ଲାଭ କଲେ । ମାୟାଦେବୀଙ୍କ ଭଉଣୀ ଏବଂ ବୁଦ୍ଧଙ୍କ ପାଳିତ ମାତା ମହାପ୍ରଜାପତି ଗୌତମୀ ପରବର୍ତ୍ତୀ ସମୟରେ ବୌଦ୍ଧ ଧର୍ମ ମଧ୍ୟରେ ଅଧିକରୁ ଅଧିକ ମହିଳାଙ୍କ ଭାଗିଦାରୀ ସୃଷ୍ଟି କରିବାରେ ଏକ ପ୍ରେରଣାଦାୟକ ତଥା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।[୪]
ଧାର୍ମିକ ବିଶେଷତା
[ସମ୍ପାଦନା]୮୦ ବର୍ଷ ବୟସରେ, ଗୌତମ ବୁଦ୍ଧଙ୍କ ପରିନିର୍ବାଣ ଲାଭ କରିବା ପୂର୍ବରୁ ସେ ନିଜ ଶିଷ୍ୟମାନଙ୍କୁ କହିଥିଲେ:[୫]
"There are, O monks, four places on earth which a believing householder's son or a believing householder's daughter should commemorate as long as they live. Which are those four? –here the Venerable One has been born –here the Venerable One has attained the unsurpassable complete enlightenment –here the Venerable One has turned the threefold-turning, twelve-spoked lawful wheel –here the Venerable One has gone to the realm of complete nirvāṇa." - Dīghanikāya, 16; Mahāparinibbāṇa Sutta
("ହେ ବୌଦ୍ଧଭିକ୍ଷୁମାନେ, ପୃଥିବୀରେ ଚାରୋଟି ସ୍ଥାନ ଅଛି ଯେଉଁଥିରେ ଜଣେ ବିଶ୍ୱସ୍ତ ଘରର ପୁଅ କିମ୍ବା ଜଣେ ଝିଅ ବଞ୍ଚିଥିବା ପର୍ଯ୍ୟନ୍ତ ସ୍ମରଣ କରିବା ଉଚିତ୍ । ସେହି ଚାରିଟି ସ୍ଥଳ କେଉଁଟି? ଯେଉଁଠାରେ ଏହି ପୂଜ୍ୟ ଜନ୍ମଲାଭ କରିଛନ୍ତି, ଯେଉଁଠାରେ ଏହି ପୂଜ୍ୟ ପୂର୍ଣ୍ଣ ଜ୍ଞାନଲାଭ କରିଛନ୍ତି, ଯେଉଁଠାରେ ଏହି ପୂଜ୍ୟ ତ୍ରିଗୁଣ ସ୍ତରକୁ ଭେଦି ବାର ଅଖ ବିଶିଷ୍ଟ ଚକ୍ରକୁ ବୁଲାଇଛନ୍ତି ଏବଂ ଯେଉଁଠାରେ ଏହି ପୂଜ୍ୟ ନିର୍ବାଣ ଲାଭ କରିଛନ୍ତି | " - Dīghanikāya, 16; ମହାପରିନିର୍ବାଣ ସୁତ |)
ବୌଦ୍ଧ ଧର୍ମର ବୋଧଗୟା, ସାରନାଥ ଏବଂ କୁସିନଗର ସହିତ ଚାରୋଟି ପବିତ୍ର ତୀର୍ଥସ୍ଥାନ ମଧ୍ୟରୁ ଲୁମ୍ବିନି ଅନ୍ୟତମ | ବୁଦ୍ଧ ଯେଉଁଠାରେ ଜନ୍ମ ହୋଇଥିଲେ ସେହି ସ୍ଥାନ ହେଉଛି ଲୁମ୍ବିନୀ, ବୁଦ୍ଧ ଗୟା ଯେଉଁଠାରେ ସେ ଜ୍ଞାନ ପ୍ରାପ୍ତ କରିଥିଲେ, ସାରନାଥ ସେହି ସ୍ଥାନକୁ ସୂଚିତ କରନ୍ତି ଯେଉଁଠାରେ ସେ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ ଏବଂ କୁଶିନଗର ଯେଉଁଠାରେ ଗୌତମ ବୁଦ୍ଧ ପରିନିର୍ବାଣ ପ୍ରାପ୍ତ କରିଥିଲେ; ଏହି ସବୁ ସ୍ଥାନ ବୁଦ୍ଧଙ୍କ ପବିତ୍ର ସ୍ଥାନ ଭାବରେ ବୌଦ୍ଧ ଧର୍ମରେ ଗୋଟିଏ ଲେଖାଏଁ ତୀର୍ଥସ୍ଥାନ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Centre, UNESCO World Heritage. "UNESCO World Heritage Centre - State of Conservation (SOC 1999) Lumbini, the Birthplace of the Lord Buddha (Nepal)". UNESCO World Heritage Centre (in ଇଂରାଜୀ). Retrieved 2024-11-28.
- ↑ ୨.୦ ୨.୧ "Maha Maya | Queen of Kapilavastu, Shakya Clan | Britannica". www.britannica.com (in ଇଂରାଜୀ). Retrieved 2024-11-28.
- ↑ "Lumbini, the Birthplace of the Lord Buddha | Silk Roads Programme". en.unesco.org. Retrieved 2024-11-28.
- ↑ "Mahapajapati Gotami | Vipassana Research Institute". www.vridhamma.org. Retrieved 2024-11-28.
- ↑ unesdoc.unesco.org https://unesdoc.unesco.org/ark:/48223/pf0000223986. Retrieved 2024-11-28.
{{cite web}}
: Missing or empty|title=
(help)