ମାଳବ ଏକ୍ସପ୍ରେସ ଟ୍ରେନ

ଉଇକିପିଡ଼ିଆ‌ରୁ

ମାଳବ ଏକ୍ସପ୍ରେସ ( ହିନ୍ଦୀରେ : मालवा एक्सप्रेस): ଭାରତୀୟ ରେଳବାଇର ଏକ ଦୈନିକ ଟ୍ରେନ । ଏହା ମଧ୍ୟ ପ୍ରଦେଶର ବୃହତ ସହର ଇନ୍ଦୋରର ଇନ୍ଦୋର ଜଙ୍କସନ ସହ ଜମ୍ମୁ ଓ  କାଶ୍ମୀର ରାଜ୍ୟର ଜାମୁ ତୱି ରେଳ ଷ୍ଟେସନସହ ସଂଯୋଗ ରଖେ । 

ଇତିହାସ [ସମ୍ପାଦନା]

ପ୍ରଥମରୁ ନୂଆ ଦିଲ୍ଲୀ ଓ ଇନ୍ଦୋର ମଧ୍ୟରେ ଚଳାଚଳ ଆରମ୍ଭ କରିଥିବା ଏହି ଟ୍ରେନ ପରେ ଜମ୍ମୁ ତୱି ପର୍ଯ୍ୟନ୍ତ ପରିବର୍ଧିତ ହେଇଥିଲା । ୨୨ ଅକ୍ଟୋବର ୧୯୮୫ରେ ଏହି ଟ୍ରେନକୁ ଇନ୍ଦୋର-ଲାହୋରେ ସ୍ପେଶାଲ ହିସାବରେ ପାକିସ୍ତାନର ଲାହୋରେ ପର୍ଯ୍ୟନ୍ତ ଚଳାଯିବା ପରେ ଏହା ପାକିସ୍ତାନକୁ ଯାଉଥିବା ପ୍ରଥମ ଭାରତୀୟ ଟ୍ରେନ ହେଇଥିଲା । ଭରତ ଓ ପାକିସ୍ଥାନ ମଧ୍ୟରେ କୂଟନୈତିକ ଦାସଭାବନା ସୃଷ୍ଟି ପାଇଁ ଏହା ଲାହୋର ଚଲାଯାଇଥିଲା । ମାତ୍ର ୫୫ ଦିନ ଚାଲିବା ପରେ ବିବାଦୀୟ ପରିସ୍ଥିତି ପାଇଁ ଏହାକୁ ଲାହୋର ଆଉ ନିଆ ଗଲା ନାହିଁ । ଏହା ପୂର୍ବବତ ଇନ୍ଦୋରଋ ଜମ୍ମୁ ତୱି ମଧ୍ୟରେ ଚଳାଚଳ କଲା । ମାଳବ ଏକ୍ସପ୍ରେସ ଭାରତରେ ୫ଟି ଟ୍ରେନ ISO । ଗୁଣବତ୍ତା ମାନନ୍ୟତା ପାଇଥିବା ମଧ୍ୟରୁ ଗୋଟିଏ । ଆଇଏସଓ ମାନ୍ୟତା ପାଇଥିବା ଅନ୍ୟ ଟ୍ରେନଗୁଡ଼ିକ ହେଲା ଭୋପାଲ ଏକ୍ସପ୍ରେସ , ରେୱାଞ୍ଚଳ ଏକ୍ସପ୍ରେସ ଓ ଅହିଲ୍ୟାନଗରୀ ଏକ୍ସପ୍ରେସ ।

ଆଗମନ ଓ ପ୍ରସ୍ଥାନ ସମୟ[ସମ୍ପାଦନା]

ଇନ୍ଦୋରଠାରେ ମାଳବ ଏକ୍ସପ୍ରେସ 

ଏହି ଟ୍ରେନ ଜମ୍ମୁ ତୱିରୁ ୦୯.୦୦ରେ ଛାଡି ଇନ୍ଦୋରରେ ପରଦିନ ୧୨.୫୦ରେ ପହଞ୍ଚେ । ଫେରନ୍ତା ଯାତ୍ରାରେ ଏହା ଇନ୍ଦୋରରୁ 12॰ ୨୫ରେ ଛାଡି ପରଦିନ ୦୪.୦୫ରେ ଜମ୍ମୁ ତୱିରେ ପହଞ୍ଚେ।  ଏହି ଟ୍ରେନ ତାର ଯାତ୍ରାପଥରେ ୨୭ ଘଣ୍ଟାରେ ୧୫୪୦ କିଲୋମିଟର ପଥ ଅତିକ୍ରମ କରେ । ଏହାର ହାରାହାରି ବେଗ ୬୨.୭ କିଲୋମିଟର ( ରହଣି ସମୟ ବ୍ଯତୀତ )। ବାଟରେ ଏହା ୩୯ଟି ରହଣି କରିଥାଏ। 

Route and halts[ସମ୍ପାଦନା]

ଲୁଧିଆନା ଜଙ୍କସନଠାରେ ମାଳବ ଏକ୍ସପ୍ରେସ 

ମାଳବ ଏକ୍ସପ୍ରେସ ୭ଟି ଭାରତୀୟ ରାଜ୍ୟ ଦେଇ ଯାତାୟତ କରିଥାଏ । ସେଗୁଡିକ ହେଲା ମଧ୍ୟ ପ୍ରଦେଶ , ଉତ୍ତର ପ୍ରଦେଶ , ନୂଆ ଦିଲ୍ଲୀ , ରାଜସ୍ଥାନ , ହରିୟଣା , ପଞ୍ଜାବ ଓ ଜାମୁ ଓ କାଶ୍ମୀର । ଏହାର ମୁଖ୍ୟ ରହଣି ଷ୍ଟେସନଗୁଡ଼ିକ ଭୋପାଲ ,ଝାଁସୀ ,ଗ୍ୱାଲିୟର , ମଥୁରା , ନୂଆ ଦିଲ୍ଲୀ ଓ ଲୁଧିଆନା । 

ବଗି ବିବରଣୀ [ସମ୍ପାଦନା]

ସାଧାରଣତଃ ଏଥିରେ ୨୪ଟି ବଗି ଥାଏ 

  • ୧୩ଟି ସ୍ଳିପର 
  • ୧ଟି ୨-  AC
  • ୫ଟି ୩-AC 
  • ୪ଟି ସାଧାରଣ
  • ୧ଟି ପାନ୍ତରି କାର 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Ahilyanagari Express
  • Avantika Express

ବାହାର ଲିଙ୍କ ସମୂହ [ସମ୍ପାଦନା]