ମାର୍ଟିନ ଲୁଥର କିଙ୍ଗ ଜୁନିଅର

ଉଇକିପିଡ଼ିଆ‌ରୁ

Martin Luther King Jr.
Portrait of King
1st President of the Southern Christian Leadership Conference
କାର୍ଯ୍ୟକାଳ
January 10, 1957 – April 4, 1968
ପୂର୍ବ ଅଧିକାରୀPosition established
ପର ଅଧିକାରୀRalph Abernathy
ବ୍ୟକ୍ତିଗତ ସବିଶେଷ
ଜନ୍ମ
Michael J. King Jr.

(1929-01-15)ଜାନୁଆରୀ ୧୫, ୧୯୨୯
Atlanta, Georgia, U.S.
ମୃତ୍ୟୁ୪ ଅପ୍ରେଲ ୧୯୬୮(1968-04-04) (ବୟସ ୩୯)
Memphis, Tennessee, U.S.
ମୃତ୍ୟୁର କାରଣAssassination
ସମାଧି ସ୍ଥଳMartin Luther King Jr. National Historical Park
ଜୀବନ ସାଥୀ
(m. ୧୯୫୩)
ସନ୍ତାନYolanda
Martin
Dexter
Bernice
ବାପା/ବୋଉMartin Luther King Sr.
Alberta Williams King
ସମ୍ପର୍କୀୟChristine King Farris (sister)
Alfred Daniel Williams King (brother)
Alveda King (niece)
ଶିକ୍ଷାMorehouse College (BA)
Crozer Theological Seminary (BDiv)
Boston University (PhD)
ବୃତ୍ତିMinister, activist
ପ୍ରସିଦ୍ଧିCivil rights movement, Peace movement
ପୁରସ୍କାରNobel Peace Prize (1964)
Presidential Medal of Freedom (1977, posthumous)
Congressional Gold Medal (2004, posthumous)
MonumentsMartin Luther King Jr. Memorial
ସନ୍ତକ

ମାର୍ଟିନ ଲୁଥର କିଙ୍ଗ ଜୁନିଅର (ଇଂରାଜୀ ଭାଷାରେ Martin Luther King Jr. (ଜାନୁଆରୀ ୧୫, ୧୯୨୯ – ଏପ୍ରିଲ ୪, ୧୯୬୮) ଜଣେ ଆମେରିକୀୟ ଖ୍ରୀଷ୍ଟିଆନ ମନ୍ତ୍ରୀ ଓ କର୍ଯ୍ୟକର୍ତ୍ତା ଥିଲେ ଯିଏ ସନ ୧୯୫୫ରୁ ୧୯୬୮ ପର୍ଯ୍ୟନ୍ତ ନାଗରିକ ଅଧିକାର ଅନ୍ଦୋଳନର ନେତା ଭାବରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସକ୍ରିୟ ଥିଲେ । ଆଟଲାଣ୍ଟା, ଜର୍ଜିଆରେ (Atlanta, Georgia) ଜନ୍ମ ଗ୍ରହଣ କରି ନାଗରିକ ଓ ରାଜନୈତିକ ଅଧିକାର (civil rights) ଆନ୍ଦୋଳନ‌କୁ ଅହିଂସା ମାଧ୍ୟମରେ ଆଗେଇ ନେବା ନିମନ୍ତେ ବିଖ୍ୟାତ ଥିଲେ; ଏଥି ନିମନ୍ତେ ସେ ଖ୍ରୀଷ୍ଟିଆନ ବିଶ୍ୱାସ ଓ ମହାତ୍ମା ଗାନ୍ଧୀଙ୍କର ଅହିଂସା ପଥରୁ ପ୍ରେରଣା ପାଇଥିଲେ ।

The high school that King attended was named after African-American educator Booker T. Washington.

ସନ ୧୯୨୯, ଜାନୁଆର ୧୫ତାରିଖରେ ଆଟଲାଣ୍ଟା, ଜର୍ଜିଆରେ (Atlanta) ସେ ରେଭରେଣ୍ଡ ମାର୍ଟିନ ଲୁଥର କିଙ୍ଗ ସିନିଅର (Martin Luther King Sr.) ଓ ଆଲବେର୍ଟା ଉଇଲିଅମସ କିଙ୍ଗ (Alberta Williams King) ଔରଷରୁ ଜନ୍ମ ଗ୍ରହଣ କରିଥିଲେ । [୧] ତାଙ୍କ ଜନ୍ମ ସମୟର ନାମ ମାଇକେଲ କିଙ୍ଗ ଥିଲା ଓ ତାଙ୍କ ପିତାଙ୍କ ନାମ ମଧ୍ୟ ମାଇକେଲ କିଙ୍ଗ ଥିଲା କିନ୍ତୁ କିଛି କାଳ ଅନ୍ତରରେ ପିତା ଉଭ‌ୟ ତାଙ୍କର ଓ ତାଙ୍କ ପୁତ୍ରର ନାମ ସନ ୧୯୩୪ରେ ପରିବର୍ତ୍ତନ କରିଦେଲେ । [୨]

ସନ ୧୯୫୫ରେ ମଣ୍ଟଗୋମରୀ ବସ ଏକଘରିକିଆ ଆନ୍ଦୋଳନ‌କୁ କିଙ୍ଗ ନେତୃତ୍ୱ ଦେଇଥିଲେ ଓ ସନ ୧୯୫୭ରେ ସେ ଦକ୍ଷିଣ ଖ୍ରୀଷ୍ଟିଆନ ନେତୃତ୍ୱ ସମ୍ମିଳନୀରେ (Southern Christian Leadership Conference (SCLC) ପ୍ରଥମ ସଭାପତି ହୋଇଥିଲେ । ଏହି ଏସସିଏଲସି ମାଧମରେ ସେ ଆଲବାନି, ଜର୍ଜିଆକୁ (Albany) ପୃଥକ କରିବା ପ୍ରଚେଷ୍ଟାରେ ସେ ଅକୃତକାର୍ଯ୍ୟ ହେଲେ ମଧ୍ୟ ବିରମିଙ୍ଗ‌ହାମ, ଆଲବାମାର (Birmingham) ଅହିଂସା ଆନ୍ଦୋଳନ‌‌କୁ ସଂଗଠିତ କରିଥିଲେ । ସନ ୧୯୬୩ରେ ସେ ୱାସିଙ୍ଗଟନ ଅଭିଯାନ (March on Washington) ସଂଗଠିତ କରି ତାଙ୍କର ବିଖ୍ୟାତ "ମୋର ଗୋଟିଏ ସ୍ୱପ୍ନ ଅଛି" ("I Have a Dream") ବକ୍ତୃତା ଦେଇଥିଲେ ।

ଅହିଂସା ମାର୍ଗରେ ଯାଇ ଜାତି ବିଷମତା (racial inequality) ବିରୁଦ୍ଧରେ ସଂଗ୍ରାମ କରିବା‌ଯୋଗୁ ଅକ୍ଟୋବର ୧୪, ୧୯୬୪ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର (Nobel Peace Prize) ଦିଆଯାଇଥିଲା । ସନ ୧୯୬୫ରେ ସେଲମାରୁ ମଣ୍ଟଗୋମରୀ ଯାତ୍ରାକୁ (Selma to Montgomery marches) ସଂଗଠିତ କରିବାରେ ସେ ସାହାଯ୍ୟ କରିଥିଲେ । ତା ପରବର୍ତ୍ତୀ ବର୍ଷ ସେ ଓ ଏସସିଏଲସି ଏହି ଆନ୍ଦୋଳନ‌କୁ ସିକାଗୋର ଉତ୍ତର ପର୍ଯ୍ୟନ୍ତ ନେଇଥିଲେ । ତାଙ୍କର ଅନ୍ତିମ ବର୍ଷରେ ଯୁକ୍ତରାଷ୍ଟ୍ରର ଦାରିଦ୍ର୍ୟ (poverty) ଓ ଭିଏଟନାମ ଯୁଦ୍ଧକୁ (Vietnam War) ବିରୋଧ କରିବାକୁ ତାଙ୍କର ଦୃଷ୍ଟି କେନ୍ଦ୍ରିଭୂତ ହୋଇଥିଲା । ତାଙ୍କର 'ଭିଏଟନାମ ପରବର୍ତ୍ତୀ ନିରବ' ("Beyond Vietnam") ବକ୍ତୃତାରେ ସେ ଆଧିନିକ ଉଦାରପନ୍ଥୀ ସ‌ହ‌ଯୋଗୀତାକୁ (liberal) ବିରୋଧ କରିଥିଲେ । ଜେ ହୁଭର (J. Edgar Hoover) ତାଙ୍କୁ ଉଗ୍ରପନ୍ଥୀ ବିବେଚନା କରୁଥିଲେ ଓ ଅନ ୧୯୬୩ ପରଠାରୁ ତାଙ୍କ ପଛରେ ଏଫବିଆଇ ଲଗେଇଥିଲେ । ତାଙ୍କର ସମ୍ଭାବ୍ୟ କମ୍ୟୁନିଷ୍ଟ ସମ୍ପର୍କ ଜାଣିବା ଲାଗି ତାଙ୍କର ବିବାହ ଅତିରିକ୍ତ ସମ୍ପର୍କ ବିଷୟରେ ଖୋଳତାଡ଼ କଲେ ଓ ସରକାରକୁ ରିପୋର୍ଟ କରିଦେଲେ । ଗୋଟିଏ ଘଟଣାରେ ତାଙ୍କୁ ଗୋଟିଏ ବେନାମୀ ଧମକ ଚିଠି ଦେବାରୁ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବାକୁ ଚାହୁଁଥିବା କଥା କିଙ୍ଗ ଭାବିଲେ ।

ଆଧାର[ସମ୍ପାଦନା]

  1. Ogletree, Charles J. (2004). All Deliberate Speed: Reflections on the First Half Century of Brown v. Board of Education. W. W. Norton & Co. p. 138. ISBN 0-393-05897-2.
  2. {{cite web |url=http://www.thekingcenter.org/upbringing-studies |title=Upbringing & Studies |publisher=The King Center |accessdate=September 2, 2012 |archivedate=January 22, 2013 |archiveurl=https://web.archive.org/web/20130122161058/http://www.thekingcenter.org/upbringing-studies |url-status=live