ମାର୍କ ଜୁକରବର୍ଗ

ଉଇକିପିଡ଼ିଆ‌ରୁ
ମାର୍କ ଜୁକରବର୍ଗ
Mark Zuckerberg
Zuckerberg at the 37th G8 summit in 2011
Born
Mark Elliot Zuckerberg

(1984-05-14) ୧୪ ମଇ ୧୯୮୪ (ବୟସ ୩୯)[୧]
Alma materHarvard University (dropped out)
Occupation(s)Computer programmer, Internet entrepreneur
Years active2004–present
Known forCo-Founder of Facebook
TitleChairman and CEO of Facebook
Spouse
(m. ୨୦୧୨)
Children1
RelativesRandi Zuckerberg (sister)
Websitefacebook.com/zuck

ମାର୍କ ଇଲିଅଟ ଜୁକରବର୍ଜ (English: Mark Elliot Zuckerberg; ଜନ୍ମ ୧୪/୫/୧୯୮୪) ଜଣେ ଜନ ହିତକାରୀ, ଇଣ୍ଟରନେଟ ଉଦ୍ୟୋଗୀ , ଆମେରିକାର କମ୍ପ୍ୟୁଟର ପ୍ରୋଗ୍ରାମର୍ ଓ ସାମାଜିକ ଯୋଗାଯୋଗ ସାଇଟ ଫେସବୁକ[୪][୫]ର ଆବିଷ୍କାରକ । ଡିସେମ୍ବର ୨୦୧୫ ସୁଧା ତାଙ୍କ ଆୟ ୪୬ ବିଲିୟନ୍ ଆମେରିକାନ୍ ମୁଦ୍ରା । ହାଭାର୍ଡ଼ ବିଶ୍ୱବିଦ୍ୟାଳୟରେ ତଳ-ସ୍ନାତକ ଶ୍ରେଣୀର ଦ୍ୱିତୀୟ ବର୍ଷର ଛାତ୍ର ମାର୍କ ଜୁକରବର୍ଗ ଅକଟୋବର ୨୮, ୨୦୦୩ରେ ଫେସମାସ(ଫେସବୁକର ପୂର୍ବାବସ୍ଥା)ର କୋଡ଼ ଲେଖିଥିଲେ । ଫିଲିପ୍ସ ଏକ୍ସଟର ଏକାଡେମୀରୁ ମାର୍କ ଜୁକରବର୍ଗ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିଲେ ।ଏକାଡେମୀ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ "ଦି ଫୋଟ ଆଡ୍ରେସ ବୁକ" ପ୍ରସ୍ତୁତ କରାଯାଇଥିଲା,ଯାହାକୁ ସେମାନେ ଦ ଫେସବୁକ ଭାବେ ଅଭିହିତ କରୁଥିଲେ ।ଏଥିରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠପଢ଼ା ସମ୍ବନ୍ଧୀୟ ତଥ୍ୟ ହାସଲ କରୁଥିଲେ ।ଏଭଳି ଫେସବୁକଦ୍ୱାରା ଅନୁପ୍ରାଣୀତ ହେଇ ମାର୍କ ଜୁକରବର୍ଗ ହାର୍ଭାର୍ଡସ୍ଥିତ ନିଜ ଶୟନ କକ୍ଷରୁ ଫେସବୁକ ସାଇଟ ପରିଚାଳନା କରିଥିଲେ ।ସେ ପ୍ରାରମ୍ଭିକ ସମୟରେ କେବଳ ହାର୍ଭାର୍ଡ ବିଷୟ ଉଲ୍ଲେଖ କରୁଥିଲେ ।କିନ୍ତୁ ପରେ ରୁମମେଟ ହଷ୍ଟିନ ମୋସ୍କୋଭିଜଙ୍କ ସହିତ ମିଶି ଫେସବୁକକୁ ସେ ଅନ୍ୟ ସ୍କୁଲକୁ ମଧ୍ୟ ସମ୍ପ୍ରସାରଣ କରିଥିଲେ ।ପରେ ଜୁକରବର୍ଗ ଏବଂ ମୋସ୍କୋଭିଜ ସେମାନଙ୍କର ଅନ୍ୟ କେତେ ବନ୍ଧୁଙ୍କୁ ନେଇ କାଲିଫର୍ଣ୍ଣିଆର ପାଲୋ ଅଲ୍ଟୋ ଚାଲିଆସିଥିଲେ ।ଏକ ଘର ଭଡାରେ ନେଇ ସେଠାରେ ଫେସବୁକର କାର୍ଯ୍ୟାଳୟ ଖୋଲିଥିଲେ ।ଜୁକରବର୍ଗଙ୍କ ଉଦ୍ୟମ କ୍ରମେ ପିଟର ଥିଏଲ ଫେସବୁକରେ ପୁଞ୍ଜି ନିବେଶ କରିଥିଲେ ।୨୦୦୪ର ମଧ୍ୟ ଭାଗରେ ଫେସବୁକର ପ୍ରଥମ କାର୍ଯ୍ୟାଳୟ ଉଦଘାଟନ ହେଇଥିଲା । ଫେସବୁକର ସଫଳତା ଯୋଗୁଁ ଜୁକରବର୍ଗ ୨୩ ବର୍ଷ ବୟସରେ ପ୍ରଥମ ବିଲିୟନାରୀ ହୋଇଥିଲେ । ୨୦୧୨ ସୁଧା ସାରା ବିଶ୍ୱରେ ଫେସବୁକ ବ୍ୟବହାରଙ୍କ ସଂଖ୍ୟା ୧ ବିଲିୟନ । ସେ ତାଙ୍କ କିଛି ସହକର୍ମୀଙ୍କ ସହ ଆଇନଗତ ବିବାଦରେ ଫସି ରହିଥିବାରୁ କମ୍ପାନୀର କିଛି ଅଂଶ ଦେବାକୁ ବାଧ୍ୟ ହୋଇଥିଲେ । ୨୦୧୦ ସୁଧା ସମୟ ପତ୍ରିକାରେ ତାଙ୍କ ନାମ ପୃଥିବୀର ଏକ ଶତ ଧନୀଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ପ୍ରକାଶିତ ହୋଇଥିଲା ଓ ସେ ସେହି ବର୍ଷର ମୁଖ୍ୟ ବ୍ୟକ୍ତିଭାବେ ପରିଗଣିତ ହୋଇଥିଲେ । ତାଙ୍କ ନାମରେ ଏକ ଚଳଚ୍ଚିତ୍ର The Social Network Jesse Eisenbergଙ୍କ ଦ୍ୟାରା ପରିପ୍ରକାଶ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଫେସବୁକର ଚିତ୍ରଣକରାଯାଇଥିଲା । ସେ Priscilla Chanଙ୍କୁ ବିବାହ କାରିଥିଲେ ଓ ୨୦୧୨ରେ ତାଙ୍କର ଏକ କନ୍ୟା ସନ୍ତାନ ହୋଇଥିଲା ।

ଜୀବନୀ[ସମ୍ପାଦନା]

ଜୁକରବର୍ଗ ୧୯୮୪ ମସିହାରେ ନିୟୁୟର୍କର ହ୍ୱାଇଟ୍ ପ୍ଲେନ୍ସ୍ O।ରେ ଜନ୍ମ ଗ୍ରହଣ କରିଥିଲେ । ସେ ଓ ତାଙ୍କ ୩ ଭଉଣୀ ମନ୍ଥାନା ସହର ମଧ୍ୟ ଭାଗରୁ ୨୧ ମାଇଲ୍ ଦୁରରେ ଥିବା ଡବ୍ସ୍ ଫେରିରେ ବାସ କରୁଥିଲେ । ପ୍ରଥମେ ଈହୁଦୀ ବଂଶରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ୧୩ ବୟସରେ Bar Mitzvahକୁ ପରିବର୍ତ୍ତିତ ହୋଇଥିଲେ । କିନ୍ତୁ ପରେ ସେ ନାସ୍ତିକ ଭାବେ ପରିଗଣିତ ହେଲେ । ପ୍ରଥମେ Ardsley High School ଓ ପରେ କନିଷ୍ଠ ଶ୍ରେଣୀରେ ନିୟୁ ହାମ୍ପସାୟର୍ର Phillips Exeter Academyକୁ ସ୍ଥାନାନ୍ତରିତ ହୋଇଥିଲେ । ଯେଉଁଠାରେ ସେ ବିଜ୍ଞାନ,ପଦାର୍ଥ ବିଜ୍ଞାନ,ଗଣିତ ଓ ଜ୍ୟୋତିଷ ଗଣିତ ଓ ଅନ୍ୟାନ୍ୟ ବିଭାଗରେ ବିଭିନ୍ନ ପୁରସ୍କାର ଜିତିଥିଲେ । କଲେଜ ସମୟରୁ ସେ ଫ୍ରେଞ୍ଚ୍,ଈହୁଦୀ ପୁରାତନ ରୋମାନ୍ ଓ ପୁରାତନ ଗ୍ରୀକ୍ ଭାଷାରେ ଲେଖାପଢା କାରିପାରୁଥିଲେ । ସେ ତାଙ୍କ ଦଳର ମୁଖ୍ୟ ଥିଲେ । ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ବେଳେ The Iliad ଭଳି ବିଭିନ୍ନ କବିତା ମଧ୍ୟ ଲେଖିଥିଲେ ।

ବ୍ୟକ୍ତିଗତ ଜୀବନୀ[ସମ୍ପାଦନା]

ଜୁକରବର୍ଗ ବିଦ୍ୟାଳୟରୁ କମ୍ପ୍ୟୁଟର ସଫ୍ଟୱେର୍ ପ୍ରୋଗ୍ରାମ ଲେଖିବା ଆରମ୍ଭ କରିଥିଲେ । ୧୯୯୦ ମସିହାରେ ସେ ତାଙ୍କ ପିତାଙ୍କଠାରୁ ବେଶିକ ପ୍ରୋଗ୍ରାମିଙ୍ଗ ଓ ପରେ ଜଣେ ସଫ୍ଟୱେର୍ ଡେଭ୍ଲପର୍ ଡାଭିଡ୍ ନିୟୁମ୍ୟାନଙ୍କ‌ଠାରୁ ଗୋପନରେ ଶିକ୍ଷା କରିଥିଲେ । ଡାଭିଡ୍ ଜୁକରବର୍ଗଙ୍କୁ ଅସାଧାରଣ ବ୍ୟକ୍ତି ଓ ସବୁବେଳେ ଆଗୁଆ ରହିବା ପାଇଁ କହୁଥିଲେ । ତାଙ୍କୁ କମ୍ପ୍ୟୁଟର ପ୍ରୋଗ୍ରମ୍ ଲେଖିବା ପ୍ରାଧାନତଃ ଯୋଗାଯୋଗ ଯନ୍ତ୍ର ଓ ଗେମ୍(କମ୍ପ୍ୟୁଟରୀକୃତ ଖେଳ) ତିଆରି କରିବାରେ ଆନନ୍ଦ ମିଳୁଥିଲା । ସେ ଜ୍ୟୁକ୍ ନେଟ ନାମରେ ଏକ ସଫ୍ଟୱେର୍ ତିଆରି କରିଥିଲେ ଯାହା ଘର ଓ ତାଙ୍କ ପିତାଙ୍କ କାର୍ଯ୍ୟାଳୟରେ ଥିବା ସମସ୍ତ କମ୍ପ୍ୟୁଟରକୁ ଯୋଗାଯୋଗ କରୁଥିଲା। ଯାହାକି ଆମେରିକା ଅନ୍ ଲାଇନ୍ର ପୁରାତନ ଭର୍ସନ୍ ଭାବେ ଜଣାଯାଏ । ଲେଖକ Jose Antonio Vargasଙ୍କ ଅନୁସାରେ "ମାର୍କ ତିଆରି କରିଥିବା ଗେମ୍ ଗୁଦିକୁ ପିଲାମାନେ କମ୍ପ୍ୟୁଟରରେ ଖେଳନ୍ତି" ମାର୍କ ମଧ୍ୟ କୁହନ୍ତି ଯେ ତାଙ୍କର କିଛି ସାଥି ଚିତ୍ରକର ଥିଲେ ସେମାନଙ୍କ ଚିତ୍ରଣକୁ ନେଇ ସେ ଗେମ୍ ତିଆରି କରନ୍ତି ।

ମହାବିଦ୍ୟାଳୟ[ସମ୍ପାଦନା]

ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଶିକ୍ଷାରମ୍ଭ ପୁର୍ବରୁ ହିଁ ମାର୍କ ପ୍ରତିଭାବାନ୍ ପ୍ରୋଗ୍ରାମର୍ ଭାବେ ଖ୍ୟାତି ଅର୍ଜନ କରିଥିଲେ । ସେ ମନସ୍ତତ୍ତ୍ୱିକ ଓ କମ୍ପ୍ୟୁଟର୍ ବିଜ୍ଞାନ Alpha Epsilon Pi ଓ Kirkland House ବିଷୟରେ ପଢୁଥିଲେ । ହାଭାର୍ଡରେ ଦ୍ୱୀତୀୟ ବର୍ଷରେ ସେ କୋର୍ସମ୍ୟାଚ୍ ନାମରେ ଏକ ପ୍ରୋଗ୍ରାମ ଲେଖିଥିଲେ ଯାହା ଛାତ୍ରମାନଙ୍କ ଶ୍ରେଣୀ ନିର୍ଣ୍ଣୟ କରିବା ଓ ଏକତ୍ରିତ ହୋଇ ପଢିବାରେ ସାହାଯ୍ୟ କରୁଥିଲା । ତାର କିଛିଦିନ ପରେ ସେ ଆଉଏକ ପ୍ରୋଗ୍ରାମ ଲେଖିଥିଲେ ଯାହାର ନାମ ରଖା ଯାଇଥିଲା ଫେସମ୍ୟାଚ୍ । ଫେସମ୍ୟାଚ୍ଦ୍ୱାରା ଛାତ୍ରମାନେ କିଛି ଫଟୋ ମଧ୍ୟରୁ ଭଲ ଦେଖାଯାଉ ଥିବା ଫଟୋଟିକୁ ବାଛୁଥିଲେ । ତାଙ୍କ ସହପାଠୀ ଆରୀ ହସିୀତ୍ଙ୍କ ଅନୁସାରେ ସେ କୌତୁହଳ ପାଇଁ ସାଇଟ୍ଟି କରିଥିଲେ । ହସୀତ୍ କୁହନ୍ତି ଯେ ଏକ ବହିରେ ତାଙ୍କ କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କ ନାମ ଓ ଫଟୋ ରଖାଯାଇଛି ଯାହାକୁ ଫେସବୁକ କୁହାଯାଉଛି । ପ୍ରଥମେ ସେ ଏକ ୱେବ୍ ସାଇଟ୍ ତିଆରି କରିଥିଲେ ସେଥିରେ ଜଣେ ବ୍ୟକ୍ତିର ଦୁଇଟି ଫଟୋ ଦିଆଯାଉଥଲା, ବ୍ୟବହାରକାରୀ ଗୋଟିଏ ଫଟୋ ପସନ୍ଦ କରୁଥିଲେ । ଏକ ସପ୍ତାହ ଚାଲିବା ପରେ ଏହାର ଲୋକପ୍ରିୟତା ଏତେ ବଢିଯାଇଥିଲା ଯେ ହାଭାର୍ଡର ଏକ ନେଟୱର୍କ ସିଷ୍ଟମ ଅଭିଭୂତ ହୋଇପଡିଥିଲା ଯଦ୍ୱାରା ଇଣ୍ଟରନେଟ୍ ସହ ସଂଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଥିଲା ତେଣୁ ସୋମବାର ଦିନ ସକାଳେ ଏହାକୁ ବନ୍ଦ କରାଯାଇଥିଲା । କିଛି ଛାତ୍ର ବିନା ଅନୁମତିରେ ତାଙ୍କ ଫଟୋ ବ୍ୟାବହାର କରାଯାଉଛି ବୋଲି ଅଭିଯୋଗ ବାଢିଥିଲେ । ସେଥିପାଇଁ ସେ ସମସ୍ତଙ୍କୁ କ୍ଷମାପ୍ରାର୍ଥନା କରିଥିଲେ । ସେହି ବର୍ଷ ଜାନୁୟାରି ୨୦୦୪ରେ ଆଉ ଏକ ୱେବ୍ ସାଇଟ୍ ପାଇଁ କୋଡ୍ ଲେଖିଥିଲେ । ୪ ଫେବୃୟାରି ୨୦୦୪ରେ ଦଫେସବୁକ.କମ୍କୁ ଦଫେସବୁକ୍ ଭାବେ ଉନ୍ମୋଚିତ କରିଥିଲେ । ତାହାର ୬ ଦିନ ପରେ ତାଙ୍କ ବରିଷ୍ଠ ଶ୍ରଣୀର ୩ ଛାତ୍ର Cameron Winklevoss, Tyler Winklevoss, and Divya Narendra ଅଭିଯୋଗ କରିଥିଲେ ଯେ ସେମାନଙ୍କ ଯୋଗାଯୋଗ ଯନ୍ତ୍ର HarvardConnection.com ତିଆରିରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ଉପାୟକୁ ଚୋରି କରି ଦଫେସବୁକ୍ ତିଆରି କରାଯାଇଛି। ଏହି ମାମଲାର ତଦନ୍ତ ପରେ ମାର୍କ ଫେସବୁକର ୧.୨ମିଲିୟନ ଅଂଶ (ଯାହାର ମୂଲ୍ୟ ୩୦୦ମିଲିୟନ ଆମେରୀକୀୟ ମୂଦ୍ରା) ଦେବାକୁ ବାଧ୍ୟ ହୋଇଥିଲେ ଓ ଦଫେସବୁକକୁ ପୂର୍ଣ୍ଣ କରିବା ପାଇଁ ସେ ହାଭାର୍ଡ ଛାଡିଦେଇଥିଲେ ।

ସଫ୍ଟୱେର[ସମ୍ପାଦନା]

ବୃତ୍ତି[ସମ୍ପାଦନା]

ଇଣ୍ଟରନେଟ୍ ଓ ଆର ଜି[ସମ୍ପାଦନା]

ଆଧାର୍[ସମ୍ପାଦନା]

  1. Pilkington, Ed (March 10, 2011). "Forbes rich list: Facebook six stake their claims". The Guardian. UK. Retrieved March 30, 2011.
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; $1Club ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. Sparks, Daniel (December 11, 2015). "How Mark Zuckerberg made nearly $12 billion in 2015". Business Insider. Retrieved December 11, 2015.
  4. Napach, Bernice (July 26, 2013). "Facebook Surges and Mark Zuckerberg Pockets $3.8 Billion". Yahoo! Finance.
  5. Hiltzik, Michael (May 20, 2012). "Facebook shareholders are wedded to the whims of Mark Zuckerberg". Los Angeles Times.