ମାରିଆ ଡୋମିଙ୍ଗାସ ଆଲଭେସ

ଉଇକିପିଡ଼ିଆ‌ରୁ
ମାରିଆ ଡୋମିଙ୍ଗାସ ଆଲଭେସ
Director, Office for the Promotion of Equality
କାର୍ଯ୍ୟକାଳ
May 2002 – June 2006
Minister of Social Solidarity
କାର୍ଯ୍ୟକାଳ
8 August 2007 – 8 August 2012
ପର ଅଧିକାରୀIsabel Guterres (de)
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-11-28) ୨୮ ନଭେମ୍ବର ୧୯୫୯ (ବୟସ ୬୪)
Laclo, Manatuto, Portuguese Timor
ପେଷାWomen's rights activist,
civil servant

ମାରିଆ ଡୋମିଙ୍ଗାସ ଆଲଭେସ (ଜନ୍ମ ୨୮, ନଭେମ୍ବର ୧୯୫୯),[୧] ଉପନାମ ମାନା (ଭଉଣୀ) ମିକାଟୋ[୨]:62 [୩] ବା ମିକାଟୋ,[୪] ଅନ୍ୟ ନାମ ବେଟା ମାଉ,[୫] ଜଣେ ମହିଳା ଅଧିକାର କର୍ମକର୍ତ୍ତ୍ରୀ, ପୂର୍ବତନ ଅବରୋଧକାରୀ ଯୋଦ୍ଧା, ସରକାରୀ ଅଫିସର ଓ ପୂର୍ବ ଟିମୋରର ଅଣ-ପାର୍ଟି ରାଜନୀତିଜ୍ଞ । ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ସେ ସାମାଜିକ ଏକତା ବିଭାଗର ମନ୍ତ୍ରୀ ଥିଲେ ।

ପ୍ରାକ୍ ଜୀବନ[ସମ୍ପାଦନା]

ମାନଟୁଟୋ ଇଲାକାର ଲାକ୍ଲୋଠାରେ ଆଲଭେସ ଜନ୍ମଗ୍ରହଣ କରିଥିଲେ ।[୧][୨]:62 ପର୍ତୁଗୀଜ ଟିମୋରଠାରେ ତାଙ୍କ ପିଟା ସବ-ଡିଷ୍ଟ୍ରିକ୍ଟ କାମ କରୁଥିଲେ ଓ ପରେ ଇଷ୍ଟ ଟିମୋରକୁ ଇଣ୍ଡୋନେସିଆ ଅଧିକାର ସମୟରେ ସେ ମାନଟୁଟୋ ପାର୍ଲିଆମେଣ୍ଟର ସଦସ୍ୟ ଥିଲେ । [୨]:62 ସେ ଜାଶିଣ୍ଟୋ ଆଲଭେସଙ୍କର ପାଣିଗ୍ରହଣ କରିଥଲେ,[୧] ଯାହାଙ୍କ ଔରଶରୁ ତାଙ୍କର ୪ଟି ଝିଅ ଓ ଗୋଟିଏ ପୁଅ ଜନ୍ମ ଗ୍ରହଣ କରିଥିଲେ । [୨]:62

ପ୍ରତିରୋଧ ପେସା[ସମ୍ପାଦନା]

ଇଣ୍ଡୋନେସିଆ ଅଧିକୃତ ପୂର୍ବ ଟିମୋରରେ (୧୯୭୫-୧୯୯୯) ପ୍ରତିରୋଧ ଆନ୍ଦୋଳନରେ ଆଲଭେସ ଜଣେ ମୁଖ୍ୟ ମହିଳା ନେତ୍ରୀ ଥିଲେ ବିଶେଷତଃ ଲାକଲୁବର ଓ ଲାକଲୋ ଅଞ୍ଚଳରେ ।[୨]:62 ମହିଳା ସଂଗଠନ ଫ୍ରେଟିଲିନର ଲୋକପ୍ରିୟ ପୂର୍ବ ଟିମୋରେଜ ମହିଳା ସଙ୍ଗଠନରେ ସେ ଭାଗନେଇଥିଲେ ।[୨]:63 [୩][୬] ସ୍ୱାମୀଙ୍କ ସହିତ ଆଲଭେସ ୧୯୭୮ ମସିହାରେ ପାର୍ବତ୍ୟ ଇଲାକାରେ ଇଣ୍ଟରୋଗେସନ ନିମନ୍ତେ ଆରେଷ୍ଟ ହୋଇଥିଲେ ।[୧] ପ୍ରାୟ ୧୬ ଦିନ ପରେ ସେଠାରୁ ମୁକ୍ତ କରି ଡିଲିକୁ ପଠେଇ ଦିଆଯାଇଥିଲା,[୧] ଯେଉଁଠାରେ ୧୯୮୩ରୁ ୧୯୯୯ ପର୍ଯ୍ୟନ୍ତ ସେ ଇଣ୍ଡୋନେସିଆନ ଇଣ୍ଡଷ୍ଟ୍ରୀ ଓ ଟ୍ରେଡ ଆଥରିଟିରେ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରିଥିଲେ ।[୨]:63 ସେ ୧୯୯୭ରେ ଫୋରମ ଫର କମ୍ୟୁନିକେଶନ ଫର ଇଷ୍ଟ ଟିମୋରେଜ ଓମେନ (ଏଫଓକେୟୁପିଇଆରଏସ ) ସଂସ୍ଥା ସ୍ଥାପନ କରିଥିଲେ,[୨]:63 [୩][୭][୬] ଓ ସ୍ୱତନ୍ତ୍ରତା (୧୯୯୯ ପୂର୍ବ ଟିମୋରେଜ ସ୍ୱାଧୀନତା ରେଫରେଣ୍ଡମ) ନିମନ୍ତେ ଅଭିଯାନ ଆରମ୍ଭ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଆଲଭେସ ୨୦୦୦ ମସିହାରେ ପ୍ରଥମ ଜାତୀୟ ମହିଳା କଂଗ୍ରେସ ସ୍ଥାପନ କରିଥିଲେ ।[୨]:63 ୟୁନାଇଟେଡ ନେସନ ଟ୍ରାଞ୍ଜିସନାଲ ଆଡମିନିଷ୍ଟ୍ରେସନର ମଧ୍ୟବର୍ତ୍ତୀ ସରକାର ଅମଳରେ ସେ ଳିଙ୍ଗ ସମତା ଉପଦେଷ୍ଟା ଭାବରେ ୩୦ ସେପ୍ଟେମ୍ବର ୨୦୦୧ରେ କାମ କରିଥିଲେ ।[୨]:63 ପ୍ରଥମ ପାର୍ଲିଆମେଣ୍ଟାରି ନିର୍ବାଚନରେ ସେହି ବର୍ଷ ୧୫ଟି ମହିଳା ଅନୁଷ୍ଠାନ ‘ରେଡେ ଫେଟୋ’ ତରଫରୁ ତାଙ୍କୁ ପ୍ରାର୍ଥୀ ଭାବରେ ନିର୍ବାଚିତ କରାଯାଇଥିଲା,[୨]:30,62 [୮]:81 କିନ୍ତୁ ପୂର୍ବ ତିମୋରର ଜାତୀୟ ପାର୍ଲିଆମେଣ୍ଟକୁ ନିର୍ବାଚିତ ହୋଇନଥିଲେ । [୨]:62 [୩][୮]:82 ଏହା ବଦଳରେ ଳିଙ୍ଗ ସମତା ନିମନ୍ତେ କାମ କରିଥିବାରୁ ପ୍ରଧାନ ମନ୍ତ୍ରୀନକର ଉପଦେଷ୍ଟା ଭାବରେ ନିଯୁକ୍ତ ହୋଇଥିଲେ ।[୨]:63 [୯][୭] ଅଫିସ ଫର ଦି ପ୍ରମୋସନ ଅଫ ଇକୁଆଲିଟି ନିମନ୍ତେ ୨୦୦୨ ମସିହାରେ ସେ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ,[୨]:63 [୩][୮]:84,163 ଯେଉଁଥିଲେ ସେ ୨୦୦୬ ପର୍ଯ୍ୟନ୍ତ ରହିଥିଲେ ଓ ୨୦୦୬ ମସିହାରେ ସେ ପ୍ରଥମ ଅଫିସର ଭାବରେ ୨୦୦୬ର ଟିମୋରିଜ କ୍ରାଇସିସ ଯୋଗୁ ଇସ୍ତଫା ଦେଇଥିଲେ ।[୧][୨]:63 ମହିଳା ଅଧିକାର ନିମନ୍ତେ ତାଙ୍କର ଅବଦାନ ଯୋଗୁ ନୋବେଲ ପୁରସ୍କାର ନିମନ୍ତେ ସେ ୨୦୦୫ ମସିହାରେ ନୋମିନେଟଡ ହୋଇଥିଲେ ।[୭]  

ସିଭିଲ ସର୍ଭିସ କମିଶନରେ ସେ ୨୯ ମଇ ୨୦୧୫ ଦିନ କମିଶନର ଭାବରେ ଆଲଭେସ ନିଯୁକ୍ତ ହୋଇଥିଲେ ।[୧୦]

ପୁରସ୍କାର[ସମ୍ପାଦନା]

୨୮ ନଭେମ୍ବର ୨୦୦୬ ମସିହାରେ ସେ ନିକୋଲୋ ଲାବାଟୋ ସରକାରଙ୍କଠାରୁ ପୂର୍ବ ତିମୋର ମୁକ୍ତି ନିମନ୍ତେ ତାଙ୍କର ଅବଦାନ ନିମନ୍ତେ ଅର୍ଡର, ଡେକରେଶନ ଓ ମେଡାଲ ପାଇଥିଲେ ।[୫]

ପୁସ୍ତକ Publications[ସମ୍ପାଦନା]

  • “୨୦୦୪ – ରକ୍ତରେ ଲିଖିତ” ଲେଖିକା - ମାରିଆ ଡୋମିଙ୍ଗାସ ଫର୍ନାଣ୍ଡେସ ଆଲଭେସ ଓ ଲଅରା ସୋରେଶ ଆବ୍ରାଣ୍ଟେସ ଓ ଫିଲୋମେନା ବି ରେଇସ ।OCLC 938443638

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ See, Bridgette (January 2007). "Peace Activist". Timor Leste Now & the Future. Unicef Timor-Leste: 14–15. Retrieved 7 September 2019.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ Ospina, Sofi; de Lima, Isabel (2006). Legge, Michele; Parkinson, Chris (eds.). Participation of Women in Politics and Decision Making in Timor-Leste: A Recent History (PDF). Dili, East Timor: United Nations Development Fund for Women (UNIFEM). Archived from the original (PDF) on 29 March 2020. Retrieved 5 September 2019.
  3. ୩.୦ ୩.୧ ୩.୨ ୩.୩ ୩.୪ Gabrielson, Curt (1 February 2002). "East Timorese Women On Their Way Up" (PDF). ICWA Letters. No. CG-14. New Hampshire, US: Institute of Current World Affairs. p. 2. Retrieved 7 September 2019.
  4. ଆଧାର ଭୁଲ: ଅଚଳ <ref> ଚିହ୍ନ; Gunter ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. ୫.୦ ୫.୧ "Decreto do Presidente da República Número 54/2006 Condecorações a atribuir aos Combatentes da Libertação Nacionala 28 de Novembro de 2006" (PDF). Jornal da República (in Portuguese). 1 (22): 1613. 22 November 2006. Retrieved 12 August 2019.{{cite journal}}: CS1 maint: unrecognized language (link)
  6. ୬.୦ ୬.୧ UN Transitional Administration in East Timor (11 October 2001). "GOVERNMENT ADVISOR ON PROMOTION OF EQUALITY SWORN-IN". UNTAET Daily Briefing. Retrieved 7 September 2019.
  7. ୭.୦ ୭.୧ ୭.୨ Costa, Monica (2017). Gender Responsive Budgeting in Fragile States: The Case of Timor-Leste. Routledge. ISBN 9781315283074. Retrieved 7 September 2019.
  8. ୮.୦ ୮.୧ ୮.୨ Cristalis, Irena; Scott, Catherine; Andrade, Ximena (2005). Independent Women: The Story of Women's Activism in East Timor. CIIR. ISBN 9781852873172. Retrieved 7 September 2019.
  9. "II UNTAET Transitional Government". Government of Timor Leste. Retrieved 6 September 2019.
  10. "New team for the Civil Service Commission sworn into office". Government of Timor-Leste. 1 June 2015. Retrieved 7 September 2019.