ମାନ୍ନାର ଗଲ୍ଫ

ଉଇକିପିଡ଼ିଆ‌ରୁ

ମାନ୍ନାର ଗଲ୍ଫ , ଭାରତ ମହାସାଗରରେ ଅବସ୍ଥିତ କରମଣ୍ଡଳ ତଟ  ଅଞ୍ଚଳରେ ଅବସ୍ଥିତ ଏକ ଗଲ୍ଫ । ଏହି ଅଞ୍ଚଳରେ ମାନ୍ନାର ଦ୍ୱିପ ସମେତ ଅନେକ ଗୁଡିଏ କ୍ଷୁଦ୍ର ଦ୍ୱିପ ଓ ଆଦାମସ ବ୍ରିଜ କୁହାଯାଉଥିବା କୋରାଲ ରିଫ ଏହି ମାନ୍ନାର ଗଲ୍ଫକୁ ପାଳ୍କ ପ୍ରଣାଳୀରୁ ବିଚ୍ଛିନ୍ନ କରିଥାଏ । ଏହି ପ୍ରଣାଳୀ ଭରତଶ୍ରୀଲଙ୍କାର ମଧ୍ୟ ଅଞ୍ଚଳରେ ଅବସ୍ଥିତ । ଭାରତର ଥାମୀରାବରଣୀ ନଦୀ ଓ ଶ୍ରୀଲଙ୍କାର ମଳଭାଠୁ ଓୟା ( ନଦୀ )ର ଶାଖା ନଦୀ ସବୁ ଏଠାରେ ତାଙ୍କର ଜଳ ନିଷ୍କାରଣ କରିଥାଆନ୍ତି । 


ପରିବେଶ ରକ୍ଷଣ [ସମ୍ପାଦନା]

ସାମୁଦ୍ରିକ ଅଭୟାରଣ୍ୟ [ସମ୍ପାଦନା]

ଭାରତ ଉପମହାଦେଶର ସର୍ବାପେକ୍ଷ୍ୟା ଦକ୍ଷିଣରେ ଅବସ୍ଥିତ ଏହି ଗଲ୍ଫ ଅଫ ମାନ୍ନାରରେ ୩ ,୬୦୦ ଭିନ୍ନ ପ୍ରଜାତିର ଜୀବଜନ୍ତୁ ଓ ବୃକ୍ଷରାଜି ରହିଥିବାର ଜଣାଯାଏ । ଏହାଏସିଆ ମହାଦେଶର ଏକ ମୁଲ୍ୟବାନ ପ୍ରକୃତିକ ଜୈବ ସମ୍ପଦଭରା ଅଞ୍ଚଳ । ଏଠାରେ ୧୧୭ ପ୍ରଜାତିର କଠିଣ କୋରାଲ ଥିବାର ପଞ୍ଜୀକୃତ ହୋଇଛି । ସମୁଦ୍ର କଚ୍ଛପ , ଶାର୍କ ,ଡଲଫିନ  ଆଦି ଏଠାରେ ଦେଖା ଯାନ୍ତି । କିନ୍ତୁ ଏହା ନିକଟରେ ଥିବା ୪୭ଟି ଗ୍ରାମରେ ଥିବା ୫୦,୦୦୦ ଲୋକଙ୍କଦ୍ୱାରା ଏହି ସାମୁଦ୍ରିକ ସମ୍ପଦର ବହୁଳ ଆହରଣଦ୍ୱାରା ଏହି ପ୍ରକୃତିକ ଜୈବ ସମ୍ପଦର ଅବକ୍ଷୟ ଦ୍ରୁତ ଗତିରେ ଘଟୁଥିବାରୁ ତାହା ପରିବେଶବିଦ ମାନଙ୍କପାୟନ ଚିନ୍ତାର କାରଣ ହେଇଛି । ଏଠାରେ ଆଗରୁ ପ୍ରଚୁର ପରିମାଣରେ ମିଳୁଥିବା ସାମୁଦ୍ରିକ ମାଛ ସହିତ ମୁକ୍ତା ଥିବା ଶାମୁକା , ଗୋର୍ଗୋନୀୟାନ କୋରାଲ ଇତ୍ୟାଦିର ପରିମାଣ କମି ଯାଉଛି । ଏଠାରେ ସ୍ଥାନୀୟ ଅଧିବାଶୀଙ୍କ ମୁଖ୍ୟ ଜୀବିକା ସାମୁଦ୍ରିକ ପଦାର୍ଥର ଆରହଣ ଓ ବିକ୍ରୟ ହେଇଥିବା ବେଳେ ଏବେ ଡଲଫିନ ,ୱ୍ହେଳ ମାଛ , ସମୁଦ୍ର କକୁମ୍ବର ସବୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆସିଗଲାଣି । 

୧୯୮୬ରୁ  ତାମିଲନାଡୁ ତଟ ବର୍ତି ତୁଥୁକୋଡି ଓ ଧନୁଷ୍କୋଡି ମଧ୍ୟରେ ଅବସ୍ଥିତ ୨୧ଟି ଦ୍ୱିପ ଅଞ୍ଚଳକୁ ଗଲ୍ଫ ଅଫ ମାନ୍ନାର ସାମୁଦ୍ରିକ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇ ଏହି ପାର୍କ ଓ ଏହା ଚାରିପଟେ ୧୦ କିଲୋମିଟର ଅଞ୍ଚଳକୁ ୧୯୮୯ ମସିହାରୁ ସଂରକ୍ଷିତ ଜୈବମଣ୍ଡଳ ଘୋଷଣା କରାଯାଇଛି । 

ସଂରକ୍ଷିତ ଜୈବମଣ୍ଡଳ[ସମ୍ପାଦନା]

ଗଲ୍ଫ ଅଫ ମାନ୍ନାର ସାମୁଦ୍ରିକ ଅଭୟାରଣ୍ୟର ଜୈବମଣ୍ଡଳ  ୧୦,୫୦୦ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ । ଏହି ଅଞ୍ଚଳରେ ସମୁଦ୍ର ବେଳାଭୂମି ସମେତ ଶୁଷ୍କ ଜଙ୍ଗଲ , ସମୁଦ୍ର ନିକଟସ୍ଥ ତୃଣଭୂମି , କୋରାଲ ଋଫସମୂହ ଲବଣ ସଂଗ୍ରହାଳୟ ଓ ସମୁଦ୍ରତଟ ଜଙ୍ଗଲ ଅନ୍ତର୍ଭୁକ୍ତ । .[୧]

୧୯୨୬ରେ ଗଲ୍ଫ ଅଫ ମାନ୍ନାରରେ ମୁକ୍ତା ଚାଷ 

ଆଧାର [ସମ୍ପାଦନା]

  1. UNDP Project brief: "Conservation and Sustainable-use of the Gulf of Mannar Biosphere Reserve's Coastal Biodiversity", New York, 1994 UNDP Project Brief