Jump to content

ବ୍ୟବହାରକାରୀ:Raj K. Mohapatra (Puri)/ମହେନ୍ଦ୍ର କୁମାର ତ୍ରିପାଠୀ

ଉଇକିପିଡ଼ିଆ‌ରୁ

ମହେନ୍ଦ୍ର କୁମାର ତ୍ରିପାଠୀ (ଜନ୍ମ: ୧୪-୦୯-୧୯୬୮, ଆଶ୍ବିନ କୃଷ୍ଣ ଅଷ୍ଟମୀ ତିଥି) ଜଣେ ଓଡ଼ିଆ ଲେଖକ ଓ ଗୀତିକବି । ତାଙ୍କ ଗୀତିକବିତା, ଗଳ୍ପ, କବିତା ଓ ପ୍ରବନ୍ଧାଦି ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ।

ସଂକ୍ଷିପ୍ତ ଜୀବନୀ:

ମହେନ୍ଦ୍ର କୁମାର ତ୍ରିପାଠୀ ୧୪-୦୯-୧୯୬୮ ମସିହାରେ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ ଅଧିନସ୍ଥ ତ୍ରିଲୋଚନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗନ୍ନାଥ ତ୍ରିପାଠୀ ଓ ମାତାଙ୍କ ନାମ ହେଲା କନକଲତା ତ୍ରିପାଠୀ । ତାଙ୍କର ଶିକ୍ଷାଗତ ଯୋଗ୍ଯତା ହେଲା ସ୍ନାତକ (ସମ୍ମାନ), ରାଷ୍ଟ୍ରଭାଷା ରତ୍ନ, ବି ଏଡ଼ (ଆଗ୍ରା) । ଶିକ୍ଷା ଶେଷ ପରେ ସେ ଶିକ୍ଷକତା ବୃତ୍ତିରେ ନିୟୋଜିତ ହେଲେ ।

ପ୍ରକାଶିତ ପୁସ୍ତକ:

  • ବିଜ୍ଞାନ ଗଳ୍ପ ସମ୍ଭାର (ଶିଶୁ କିଶୋର ଗଳ୍ପ) ୨୦୦୭
  • ବାଇଶି ଗଳ୍ପ (ବୌଦ୍ଧିକ ଗଳ୍ପ) ୨୦୦୮
  • ପ୍ରେମ ଅପ୍ରମେୟ (ପ୍ରେମ ଗଳ୍ପ) ୨୦୧୯
  • ଆ' ରେ ମେଘ ଆ' (ଶିଶୁ କିଶୋର କବିତା) ୨୦୧୮
  • ମହୁ ପରି ମୋହ (କବିତା) ୨୦୨୨
  • ଅଇଲାଣି ଲେଉଟାଣି ବେଳ (କବିତା) ୨୦୨୨
  • ଷୋଳ କାହାଣୀ (ଅନୁବାଦ ଗଳ୍ପ) ୨୦୦୯
  • କାଲେ ଠାକୁରକୀ କହାନୀୟାଁ (ହିନ୍ଦୀ ଅନୁବାଦ), ମୂଳ ଓଡ଼ିଆ: ହେମନ୍ତ କୁମାର ଛୋଟରାୟ

ସମ୍ପାଦନା:

  • ସ୍ମୃତିରେ ବୋଉ
  • ସ୍ମୃତି ସୌରଭ

ପ୍ରାପ୍ତ ପୁରସ୍କାର:

  • ଶ୍ରେଷ୍ଠ ଗଲ୍ପ - ୨୦୦୬, ମୁଗପାଳ, ଯାଜପୁର
  • ଅଭୀପସା ସମ୍ମାନ - ୨୦୦୯, କଟକ
  • ଉପାଧି 'ଉତ୍କଳ ବିବେକ' ଉତ୍କଳମଣି ପାଠାଗାର, ଜଗନ୍ନାଥପୁର, କଣାସ, ପୁରୀ
  • ଲକ୍ଷ୍ମଣ ପରିଡ଼ା ସ୍ମୃତି ସମ୍ମାନ, କୋଣାର୍କ ସାହିତ୍ୟ ଉତ୍ସବ ୨୦୧୪
  • ଓଡ଼ିଆ ଭୂଷଣ, ଓଡ଼ିଆ ସମ୍ମିଳନୀ, ଭୁବନେଶ୍ୱର - ୨୦୧୫