ବ୍ୟବହାରକାରୀ:Raj K. Mohapatra (Puri)/ମହେନ୍ଦ୍ର କୁମାର ତ୍ରିପାଠୀ
ଦେଖଣା
ମହେନ୍ଦ୍ର କୁମାର ତ୍ରିପାଠୀ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୪ ସେପ୍ଟେମ୍ବର ୧୯୬୮ ତ୍ରିଲୋଚନପୁର, ଡେଲାଙ୍ଗ, ପୁରୀ ଜିଲ୍ଲା |
| ବୃତ୍ତି | କବି, ଶିଶୁ ସାହିତ୍ୟିକ |
| ଭାଷା | ଓଡ଼ିଆ, |
| ଜାତୀୟତା | ଭାରତୀୟ |
| ଶୈଳୀ | କବିତା, କ୍ଷୁଦ୍ରଗଳ୍ପ |
| ସାହିତ୍ୟ କୃତି | ପ୍ରେମ ଅପ୍ରମେୟ |
| ପିତାମାତା | ଜଗନ୍ନାଥ ତ୍ରିପାଠୀ, କନକଲତା ତ୍ରିପାଠୀ |
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ମହେନ୍ଦ୍ର କୁମାର ତ୍ରିପାଠୀ (ଜନ୍ମ: ୧୪-୦୯-୧୯୬୮, ଆଶ୍ବିନ କୃଷ୍ଣ ଅଷ୍ଟମୀ ତିଥି) ଜଣେ ଓଡ଼ିଆ ଲେଖକ ଓ ଗୀତିକବି । ତାଙ୍କ ଗୀତିକବିତା, ଗଳ୍ପ, କବିତା ଓ ପ୍ରବନ୍ଧାଦି ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ।
ସଂକ୍ଷିପ୍ତ ଜୀବନୀ: ମହେନ୍ଦ୍ର କୁମାର ତ୍ରିପାଠୀ ୧୪-୦୯-୧୯୬୮ ମସିହାରେ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ ଅଧିନସ୍ଥ ତ୍ରିଲୋଚନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗନ୍ନାଥ ତ୍ରିପାଠୀ ଓ ମାତାଙ୍କ ନାମ ହେଲା କନକଲତା ତ୍ରିପାଠୀ । ତାଙ୍କର ଶିକ୍ଷାଗତ ଯୋଗ୍ଯତା ହେଲା ସ୍ନାତକ (ସମ୍ମାନ), ରାଷ୍ଟ୍ରଭାଷା ରତ୍ନ, ବି ଏଡ଼ (ଆଗ୍ରା) । ଶିକ୍ଷା ଶେଷ ପରେ ସେ ଶିକ୍ଷକତା ବୃତ୍ତିରେ ନିୟୋଜିତ ହେଲେ ।
ରଚନାବଳୀ
[ସମ୍ପାଦନା]- ବିଜ୍ଞାନ ଗଳ୍ପ ସମ୍ଭାର (ଶିଶୁ କିଶୋର ଗଳ୍ପ) ୨୦୦୭
- ବାଇଶି ଗଳ୍ପ (ବୌଦ୍ଧିକ ଗଳ୍ପ) ୨୦୦୮
- ପ୍ରେମ ଅପ୍ରମେୟ (ପ୍ରେମ ଗଳ୍ପ) ୨୦୧୯
- ଆ' ରେ ମେଘ ଆ' (ଶିଶୁ କିଶୋର କବିତା) ୨୦୧୮
- ମହୁ ପରି ମୋହ (କବିତା) ୨୦୨୨
- ଅଇଲାଣି ଲେଉଟାଣି ବେଳ (କବିତା) ୨୦୨୨
- ଷୋଳ କାହାଣୀ (ଅନୁବାଦ ଗଳ୍ପ) ୨୦୦୯
- କାଲେ ଠାକୁରକୀ କହାନୀୟାଁ (ହିନ୍ଦୀ ଅନୁବାଦ), ମୂଳ ଓଡ଼ିଆ: ହେମନ୍ତ କୁମାର ଛୋଟରାୟ
- ଆରବ୍ଧ ପ୍ରାରବ୍ଧ (ପ୍ରବନ୍ଧ) ୨୦୨୫ ୨୦୨୫[୧]
- ଆମକୁ ଫେରାଅ ଆମ ଘର ଓ ଚିଚି କଲା କମାଲ ଅନୁବାଦ (ମୂଳ : ଗୋବିନ୍ଦ ଶର୍ମା) ୨୦୨୫
ସମ୍ପାଦନା
[ସମ୍ପାଦନା]- ସ୍ମୃତିରେ ବୋଉ
- ସ୍ମୃତି ସୌରଭ
ସମ୍ମାନ
[ସମ୍ପାଦନା]- ଶ୍ରେଷ୍ଠ ଗଲ୍ପ - ୨୦୦୬, ମୁଗପାଳ, ଯାଜପୁର
- ଅଭୀପସା ସମ୍ମାନ - ୨୦୦୯, କଟକ
- ଉପାଧି 'ଉତ୍କଳ ବିବେକ' ଉତ୍କଳମଣି ପାଠାଗାର, ଜଗନ୍ନାଥପୁର, କଣାସ, ପୁରୀ
- ଲକ୍ଷ୍ମଣ ପରିଡ଼ା ସ୍ମୃତି ସମ୍ମାନ, କୋଣାର୍କ ସାହିତ୍ୟ ଉତ୍ସବ ୨୦୧୪
- ଓଡ଼ିଆ ଭୂଷଣ, ଓଡ଼ିଆ ସମ୍ମିଳନୀ, ଭୁବନେଶ୍ୱର - ୨୦୧୫