ମହାବିସ୍ଫୋଟ ସିଦ୍ଧାନ୍ତ

ଉଇକିପିଡ଼ିଆ ରୁ
Jump to navigation Jump to search
ମହାକାଶୀୟ ପ୍ରସାରଣର ସମୟକ୍ରମର ଏକ ପରିକଳ୍ପନା

ମହାବିସ୍ଫୋଟ ସିଦ୍ଧାନ୍ତ ବା ବିଗ୍ ବେଂଗ୍ ସିଦ୍ଧାନ୍ତ (ଈଂରାଜୀରେ Big Bang Theory) ବ୍ରହ୍ମାଣ୍ଡର ସୃଷ୍ଟି ଓ ଗଠନ ସମ୍ପର୍କିତ ବୈଜ୍ଞାନିକ ମଡେଲ୍ ଦର୍ଶାଉଥିବା ସିଦ୍ଧାନ୍ତ ।[୧] ବହୁ ପୁରାତନ କାଳରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ବିବର୍ତ୍ତନ ଏହି ମଡେଲ୍ ବା ସିଦ୍ଧାନ୍ତରେ ଦର୍ଶିତ ।[୨][୩][୪] ଏକ ଉତ୍ତପ୍ତ ଓ ଘନ ଅବସ୍ଥାରୁ କିପରି ବ୍ରହ୍ମାଣ୍ଡର ପ୍ରସାରଣ ଘଟିଲା,[୫][୬] ହବ୍ବଲ୍‍ଙ୍କ ନିୟମ, ଆଲୋକ କଣିକା, ବ୍ରହ୍ମାଣ୍ଡର ଗଠନ[୭] ଇତ୍ୟାଦି ବିଷୟରେ ମହାବିସ୍ଫୋଟ ସିଦ୍ଧାନ୍ତ ସମ୍ୟକ୍ ଧାରଣା ଦେଇଥାଏ । ଅତ୍ୟନ୍ତ ଘନ କ୍ଷେତ୍ରରେ ପଦାର୍ଥ ବିଜ୍ଞାନର ସମସ୍ତ ନିୟମ ମହାକର୍ଷଣୀୟ ଏକକତ୍ଵ (gravitational singularity) ପ୍ରାପ୍ତ କରନ୍ତି ଯାହା ମହାବିସ୍ଫୋଟ ଘଟିଥିବା ଅବସ୍ଥା ଆଡ଼କୁ ଇଙ୍ଗିତ କରିଥାଏ । ଏକକତ୍ଵରୁ ବ୍ରହ୍ମାଣ୍ଡ ସୃଷ୍ଟି ହେଲା ନା ବର୍ତ୍ତମାନ ସମୟରେ ଏହି ମହାଜାଗତିକ ପ୍ରକ୍ରିୟା ବୁଝିବାକୁ ଆମ ପାଖରେ ଯଥେଷ୍ଟ ଜ୍ଞାନ ନାହିଁ – ତାହା ପଦାର୍ଥ ବିଜ୍ଞାନୀମାନଙ୍କୁ ମଧ୍ୟ ଅଜଣା । ବର୍ତ୍ତମାନ ବ୍ରହ୍ମାଣ୍ଡର ପ୍ରସାରଣ ହାରରୁ ମହାବିସ୍ଫୋଟ ପ୍ରାୟ ୧୩୮୦ କୋଟି ବର୍ଷ ପୂର୍ବେ ହୋଇଥିବା ଅନୁମାନ କରାଯାଏ । ତେଣୁ ଆମ ବ୍ରହ୍ମାଣ୍ଡର ବୟସ ମଧ୍ୟ ୧୩୮୦ କୋଟି ବର୍ଷ ବୋଲି କୁହାଯାଏ ।[୮] ପ୍ରାରମ୍ଭିକ ବିସ୍ଫୋରଣ ପରେ ବ୍ରହ୍ମାଣ୍ଡ ଶୀତଳ ହେବାକୁ ଲାଗିଲା ଏବଂ ପ୍ରଥମେ ଅବପରମାଣବିକ କଣିକା ଓ ପରେ ଅଣୁ-ପରମାଣୁ ଇତ୍ୟାଦିର ଗଠନ ସମ୍ଭବପର ହୋଇପାରିଲା । ଏପରି ବିଭିନ୍ନ ମୌଳିକ ଉପାଦାନର କଣିକାମାନ ମହାକର୍ଷଣୀୟ ପ୍ରଭାବରେ ଆସି ନକ୍ଷତ୍ର ଏବଂ ଆକାଶଗଙ୍ଗା ଆଦି ଗଠିତ ହେଲା ଯାହା ଆଜି ପର୍ଯ୍ୟନ୍ତ ଆମେ ଦେଖି ପାରୁଛେ ।

ପ୍ରଥମେ ୧୯୨୭ ମସିହାରେ ଜର୍ଜ୍ ଲେମୈଟର୍ (Georges Lemaître) ନାମକ ଜଣେ ପାଦ୍ରୀ କହିଥିଲେ ଯେ ଅତୀତରେ ଖୋଜିଲେ ବର୍ତ୍ତମାନ ସମୟରେ ପ୍ରସାରଣ ହେଉଥିବା ବ୍ରହ୍ମାଣ୍ଡର ଉତ୍ସ ଏକକତ୍ଵ ଥିଲା ବୋଲି ଜଣା ପଡ଼ିବ ଏବଂ ସେବେଠାରୁ ବୈଜ୍ଞାନିକମାନେ ତାଙ୍କର ଏହି ଉକ୍ତିକୁ ନିଜ ଗବେଷଣାର ଆଧାର ଭୂମି ନେଇ କାମ ଆରମ୍ଭ କରିଥିଲେ । ତେବେ ଏହି ତତ୍ତ୍ଵ ଓ ସ୍ଥିତାବସ୍ଥା ସିଦ୍ଧାନ୍ତ (Steady State Theory) ସମ୍ପର୍କରେ ବୈଜ୍ଞାନିକମାନଙ୍କ ମତ ବିଭାଜିତ ଥିଲା । କାରଣ କିଛି ବୈଜ୍ଞାନିକ ମହାବିସ୍ଫୋଟ ଓ ଅନ୍ୟ କିଛି ସ୍ଥିତାବସ୍ଥା ତତ୍ତ୍ଵର ସମର୍ଥନ କରୁଥିଲେ । ତେବେ ମହାବିସ୍ଫୋଟର ଅନେକ ବୈଜ୍ଞାନିକ ପ୍ରମାଣ ମିଳିବା ପରେ ବର୍ତ୍ତମାନ ଏହି ସିଦ୍ଧାନ୍ତ ସମସ୍ତଙ୍କଦ୍ୱାରା ଗୃହୀତ ହୋଇଅଛି ।[୯] ୧୯୨୯ ମସିହାରେ ମହାଜାଗତିକ ଲୋହିତ ବିସ୍ଥାପନ ପରୀକ୍ଷଣରୁ ଏଡ୍‍ୱିନ୍ ହବ୍ବଲ୍ ନିରୂପଣ କରି କହିଲେ ଯେ ଆକାଶଗଙ୍ଗାମାନେ କ୍ରମଶଃ ପରସ୍ପରଠାରୁ ଦୂରକୁ ଯାଉଛନ୍ତି ଓ ବ୍ରହ୍ମାଣ୍ତ କ୍ରମଶଃ ପ୍ରସାରିତ ହେଉଥିବା ଯୁକ୍ତି ପାଇଁ ଏହା ପ୍ରମାଣ ଯୋଗାଇଲା । ମହାବିସ୍ଫୋଟ ସିଦ୍ଧାନ୍ତ ଅନୁଯାୟୀ ବ୍ରହ୍ମାଣ୍ଡର ସୃଷ୍ଟି ବେଳକୁ ପୃଷ୍ଠରେ ବିକିରଣ ରହିଥିଲା; ତେଣୁ ୧୯୬୪ ମସିହାରେ ଖଗୋଳୀୟ ସୂକ୍ଷ୍ମତରଙ୍ଗ ପୃଷ୍ଠ ବିକିରଣ (cosmic microwave background radiation) ଆବିଷ୍କୃତ ହେବା ପରେ ମହାବିସ୍ଫୋଟ ମଡେଲ୍ ସପକ୍ଷରେ ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ମିଳିଲା ।[୧୦] ବର୍ତ୍ତମାନ ସମୟରେ ଦେଖାଯାଇଥିବା ସୁପର୍‍ନୋଭା ଲୋହିତ ବିସ୍ଥାପନରୁ ଏହି ପ୍ରସାରଣ କ୍ରମେ ତ୍ଵରାନ୍ଵିତ ହୋଇ ଚାଲିଛି ଓ ଏଥିରେ କୃଷ୍ଣ ଶକ୍ତି (dark energy)ର ଭୂମିକା ରହିଛି ବୋଲି ଅନୁମାନ କରାଯାଏ ।[୧୧] ପଦାର୍ଥ ବିଜ୍ଞାନର ବିଭିନ୍ନ ନିୟମର ପ୍ରୟୋଗ କରି ବ୍ରହ୍ମାଣ୍ଡର ସୃଷ୍ଟି ତଥା ଅତୀତର ବିଭିନ୍ନ ସମୟର ଅବସ୍ଥା (ଘନତା, ତାପମାତ୍ରା,.. ଇତ୍ୟାଦି) ନିର୍ଦ୍ଧାରିତ ହୋଇପାରିଛି ।[୧୨]

ଧାର୍ମିକ ଓ ଦାର୍ଶନିକ ମତ[ସମ୍ପାଦନା]

ବ୍ରହ୍ମାଣ୍ଡର ସୃଷ୍ଟି ସମ୍ପର୍କରେ ଆଲୋକପାତ କରୁଥିବାରୁ ମହାବିସ୍ଫୋଟର କିଛି ଉପାଦାନ ଧର୍ମ ଓ ଦର୍ଶନ ଶାସ୍ତ୍ରରେ ଆଦୃତ ହୋଇଛି ।[୧୩][୧୪] ଏହି ତତ୍ତ୍ଵ ଯୋଗୁଁ ବିଜ୍ଞାନ ଓ ଧର୍ମ ନିକଟତର ହୋଇଛନ୍ତି ବୋଲି କିଛି ମତ ମଧ୍ୟ ପ୍ରକାଶ ପାଇଛି ।[୧୫] ମହାବିସ୍ଫୋଟ ଜଣେ ମହାନ ସୃଷ୍ଟିକର୍ତ୍ତାଙ୍କଦ୍ଵାରା କରାଯାଇ ବ୍ରହ୍ମାଣ୍ଡର ରଚନା ହୋଇଥିବା,[୧୬][୧୭] ପବିତ୍ର ଗ୍ରନ୍ଥମାନଙ୍କରୁ ଏହାର ଆଭାସ ମିଳିବା[୧୮] ବିଶ୍ଵାସ ସୃଷ୍ଟି ହୋଇଛି । ପୁଣି ଅପରପକ୍ଷେ ମହାବିସ୍ଫୋଟ ଭଗବାନଙ୍କ ସତ୍ତାକୁ ଆହ୍ଵାନ କରେ ବୋଲି ମଧ୍ୟ କିଛି ଧାର୍ମିକ ମତବାଦ ପ୍ରକାଶ ପାଇଛି । [୧୪][୧୯]

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

ଆଧାର[ସମ୍ପାଦନା]

  1. Overbye, Dennis (20 February 2017). "Cosmos Controversy: The Universe Is Expanding, but How Fast?". New York Times. https://www.nytimes.com/2017/02/20/science/hubble-constant-universe-expanding-speed.html. Retrieved 21 February 2017. 
  2. Silk, Joseph (୨୦୦୯). Horizons of Cosmology. Templeton Press. p. ୨୦୮. 
  3. Singh, Simon (୨୦୦୫). Big Bang: The Origin of the Universe. Harper Perennial. p. ୫୬୦. 
  4. Wollack, Edward J. (10 December 2010). "Cosmology: The Study of the Universe". Universe 101: Big Bang Theory. NASA. Archived from the original on 14 May 2011. Retrieved 2017-04-15. The second section discusses the classic tests of the Big Bang theory that make it so compelling as the likely valid description of our universe. 
  5. ଛାଞ୍ଚ:Cite serial
  6. "Big-bang model". Encyclopædia Britannica. Retrieved 11 February 2015. 
  7. ଆଧାର ଭୁଲ: ଅଚଳ <ref> ଚିହ୍ନ; Wright2009 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  8. "Planck reveals an almost perfect universe". PLANCK. ESA. 2013-03-21. Retrieved 2017-04-15. 
  9. Kragh, Helge (୧୯୯୬). Cosmology and Controversy. Princeton University Press. pp. ୩୧୮, ୩୧୯. ISBN ୦-୬୯୧-୦୨୬୨୩-୮. At the same time that observations tipped the balance definitely in favor of relativistic big-bang theory, ... 
  10. Partridge, R. B. (୨୦୦୭). ୩K: The Cosmic Microwave Background Radiation (illustrated ed.). Cambridge University Press. p. xvii. ISBN ୯୭୮-୦-୫୨୧-୩୫୮୦୮-୮.  Extract of page xvii
  11. ଆଧାର ଭୁଲ: ଅଚଳ <ref> ଚିହ୍ନ; peebles ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  12. Chow, Tai L. (୨୦୦୮). Gravity, Black Holes, and the Very Early Universe: An Introduction to General Relativity and Cosmology. Springer (via Google Books). p. ୨୧୧. 
  13. Harris, J. F. (୨୦୦୨). Analytic philosophy of religion. Springer. p. ୧୨୮. ISBN ୯୭୮-୧-୪୦୨୦-୦୫୩୦-୫. 
  14. ୧୪.୦ ୧୪.୧ Frame, T. (୨୦୦୯). Losing my religion. UNSW Press. pp. ୧୩୭–୧୪୧. ISBN ୯୭୮-୧-୯୨୧୪୧୦-୧୯-୨. 
  15. Harrison, P. (୨୦୧୦). The Cambridge Companion to Science and Religion. Cambridge University Press. p. ୯. ISBN ୯୭୮-୦-୫୨୧-୭୧୨୫୧-୪. 
  16. Harris 2002, p. 129
  17. Craig, William Lane (1999). "The ultimate question of origins: God and the beginning of the Universe". Astrophysics and Space Science. 269–270 (1–4): 723–740. doi:10.1007/978-94-011-4114-7_85. ISBN 978-94-010-5801-8. 
  18. Asad, Muhammad (୧୯୮୪). The Message of the Qu'rán. Gibraltar, Spain: Dar al-Andalus Limited. ISBN ୧୯୦୪୫୧୦୦୦୦. 
  19. Sagan, C. (୧୯୮୮). introduction to A Brief History of Time by Stephen Hawking. Bantam Books. pp. X. ISBN ୦-୫୫୩-୩୪୬୧୪-୮. ... a universe with no edge in space, no beginning or end in time, and nothing for a Creator to do. 

ପୁସ୍ତକ ଆଧାର[ସମ୍ପାଦନା]

ଆହୁରି ପଢ଼ନ୍ତୁ[ସମ୍ପାଦନା]

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]