ମହାନ ଗ୍ୟାଟ୍‌ସବି

ଉଇକିପିଡ଼ିଆ‌ରୁ
The Great Gatsby  
File:TheGreatGatsby 1925jacket.jpeg
ଲେଖକF. Scott Fitzgerald
ମଲାଟ ଚିତ୍ରକରFrancis Cugat
ଦେଶUnited States
ଭାଷାEnglish
ବିଭାଗTragedy
ପ୍ରକାଶକCharles Scribner's Sons (US)
Chatto & Windus (UK)
ମାଧ୍ୟମ ପ୍ରକାରPrint (hardcover & paperback)
ପୃଷ୍ଠା218 (Original US Edition)
ଏହା ପରେThe Beautiful and Damned (1922)''
ଏହା ଆଗରୁTender Is the Night (1934)

ମହାନ ଗ୍ୟାଟ୍‌ସବି (ଇଂରାଜୀ ଭାଷାରେ The Great Gatsby) ଏକ ଉପନ୍ୟାସ ଯାହା ଆମେରିକୀୟ ଲେଖକ ଏଫ ସ୍କଟ ଫିଜଗେରାଲ୍ଡଙ୍କଦ୍ୱାରା (F. Scott Fitzgerald) ସନ ୧୯୨୫ରେ ଲିଖିତ ହୋଇଥିଲା । ଏହି ଉପନ୍ୟାସରେ ଅନେକ ଚରିତ୍ର ଥିଲେ ଯେଉଁମାନେ କଳ୍ପନାର ବିଭବଶାଳୀ ଲଙ୍ଗ ଆଇଲ୍ୟାଣ୍ଡର ୱେଷ୍ଟ ଆଣ୍ଡ ଇଷ୍ଟ ଟାଉନରେ ସନ ୧୯୨୨ରେ ବାସ କରୁଥିଲେ । ଏଥିରେ ମୂଖ୍ୟତଃ ଏକ ରହସ୍ୟମୟ କୋଟିପତି 'ଜେ ଗ୍ୟାଟ୍‌ସବି'ଙ୍କର (Jay Gatsby) ଅଦ୍ଭୁତ କାମୁକତା ଓ ପୂର୍ବତନ ସୁନ୍ଦରୀ ଡେଜି ବୁଚାନନ ପ୍ରତି ଅହେତୁକ ଆକର୍ଷଣ ବିଷୟରେ ଲେଖାଅଛି । ଏହାକୁ ଫିଜଗେରାଲ୍ଡଙ୍କ ଶ୍ରେଷ୍ଠ କୃତି ଭାବରେ ବିବେଚନା କରାଯାଏ ଯେଉଁଥିରେ ପତନ, ଆଦର୍ଶବାଦ, ପରିବର୍ତ୍ତନ ପ୍ରତି ଅବରୋଧ, ସାମାଜିକ ବିପ୍ଲବ ଇତ୍ୟାଦିର ଅବତାରଣା କରାଯାଇ ଆମେରିକୀୟ ସଚେତକ ସ୍ୱପ୍ନ‌କୁ[୧][୨] ନେଇ ଏକ ଛବି ଉପସ୍ଥାପନ କରାଯାଇଥିଲା ।

ନର୍ଥ ସୋରର ଲଙ୍ଗ ଆଇଲାଣ୍ଡରେ North Shore ଗୋଟିଏ ଭୋଜି ଖାଇବାକୁ ଯିବାବେଳେ ସେହି ପାର୍ଟିରୁ ପ୍ରେରଣା ପାଇ ଫିଜଗେରାଲ୍ଡ ଏକ ଉପନ୍ୟାସ ଲେଖିବାକୁ ଯୋଜନା କଲେ ଯେଉଁଥିରେ ସେ କିଛି ସଂପୂର୍ଣ୍ଣ ନୂତନ, ସୁନ୍ଦର, ଅସାଧାରଣ ଓ ଜଟିଳ କିଛି କରିବାକୁ ମନସ୍ଥ କଲେ । ସନ ୧୯୨୪ରେ ଫ୍ରେଞ୍ଚ ରିଭିଏରା [୩] ବଦଳି ହେବା ପରେ ଉପନ୍ୟାସର ଅଗ୍ରଗତି ମନ୍ଥର ଥିଲା । ତାଙ୍କ ଏଡିଟର ମାକ୍ସୱେଲ୍ଲଙ୍କୁ (Maxwell Perkins) ଏହି ବହି ପସନ୍ଦ ନ ଆସିବାରୁ ଲେଖକଙ୍କୁ ପରବର୍ତ୍ତୀ ଶୀତଦିନରେ ସଂଶୋଧନ କରିବାକୁ ରାଜି କରେଇଲେ । ଲେଖକ ବାରମ୍ବାର ଶୀର୍ଷକ ଓ ଚରିତ୍ରମାନଙ୍କୁ ବଦଳେଇଲେ । ତାଙ୍କର ଶେଷ ଶୀର୍ଷକ ଥିଲା ଅଣ୍ଡର ଡି ରେଡ, ହ୍ୱାଇଟ, ଆଣ୍ଡ ବ୍ଲୁ ଥିଲା ।[୪]

ଏହି ଉପନ୍ୟାସ ପ୍ରଥମେ ଚାର୍ଲ୍ସ ସ୍କ୍ରିବନରଙ୍କ ପୁଅ (Scribner's) ସନ ୧୯୨୫ରେ ମହାନ ଗ୍ୟାଟ୍‌ସବି ପ୍ରକାଶ କଲେ ଯାହା ବହୁତ ଅଳ୍ପ ବିକ୍ରି ହେଲା ଓ ମିଶ୍ରିତ ସମୀକ୍ଷା ଫଳ ମିଳିଲା । ପ୍ରଥମ ବର୍ଷ ୨୦,୦୦୦ କପି ବିକ୍ରି ହେଲା[୫][୬] । ସନ ୧୯୪୦ରେ ସେ ମୃତ୍ୟୁ ବରଣ କରିବା ପୂର୍ବରୁ ତାଙ୍କ ଲେଖା ଫେଲ ହୋଇଥିବା ଓ ସେହି ଲେଖାକୁ ଲୋକମାନେ ଭୁଲିଯିବେ ବୋଲି ଭାବିଥିଲେ । ତାଙ୍କ ଉପନ୍ୟାସ ବିଶ୍ୱ ଯୁଦ୍ଧ ୨ ପରେ ତାଙ୍କ ଉପନ୍ୟାସ ଧୀରେ ଧୀରେ ଜନପ୍ରିୟ ହେବାକୁ ଲାଗିଲା । ଓ ଆମେରିକାର ଉଚ୍ଚ ବିଦ୍ୟାଳୟର ପାଠ୍ୟପୁସ୍ତକରେ ସ୍ଥାନ ପାଇଲା । ପରବର୍ତ୍ତୀ ଦଶକରେ ଏହାର ସିନେମା ପାଣ୍ଡୁଲିପି ତିଆରି ହୋଇ ଚଳଚ୍ଚିତ୍ର ତିଆରି ହେଲା ।[୭] ଫିଜଗେରାଲ୍ଡ ବିଦ୍ୱାନଙ୍କ କଥନ ଅନୁସାରେ ସାରା ପୃଥିବୀରେ ଏକମାତ୍ର ଆମେରିକା ବହି ଯାହା ପଢାଯାଉଛି । ଏହା ଆମର ବହି, କେମିତି ଆମେ ତାକୁ ଉପସ୍ଥାପନ କରିବୁ ସେଇ ଅନୁସାରେ ସେ ଆମେରିକୀୟ ଆତ୍ମାର ସାରକଥା ଦିଆଯାଇଛି । ଅଧୁନା ମହାନ ଗ୍ୟାଟ୍‌ସବିକୁ ସାହିତ୍ୟିକ କ୍ଲାସିକ ଭାବରେ ଓ ମହାନ ଆମେରିକୀୟ ଉପନ୍ୟାସ ଭାବରେ ପରିଗଣିତ ହେଉଛି । [୮][୯]

ଏହି ଉପନ୍ୟାସର କପିରାଇଟ ଜାନୁଆରୀ ୨୯୨୧ରେ ସରିଯିବ ଓ ପବ୍ଲିକ ଡୋମେନକୁ ଚାଲିଯିବ । ତେଣୁ ତାଙ୍କ ପ୍ରକାଶକ ଗତ ଏପ୍ରିଲ ମାସରେ ଏକ ନୂଆ ସଂସ୍କରଣ ପ୍ରକାଶ କଲେ ଏହି ଆଶାରେ ଯେ ଏହା ଲେଖାର ଏକ ନିର୍ଦ୍ଦିଷ୍ଟ ସଂସ୍କରଣ ହେବ । [୧୦]

ଆଧାର[ସମ୍ପାଦନା]

  1. Karolides, Bald & Sova 2011, p. 499: "Rather than a celebration of such decadence, the novel functions as a cautionary tale in which an unhappy fate is inevitable for the poor and striving individual, and the rich are allowed to continue without penalty their careless treatment of others' lives."
  2. Hoover 2013: "What sank the novel in 1925 is the source of its success today. The Great Gatsby challenges the myth of the American Dream, glowing like the green light on Daisy's dock in the Roaring '20s."
  3. Howell 2013.
  4. Andersen 2010.
  5. Symkus 2013.
  6. O'Meara 2002.
  7. Donahue 2013: "Fitzgerald scholar James L. W. West III says it is no coincidence that The Great Gatsby is probably the American novel most often taught in the rest of the world. 'It is our novel, how we present ourselves. ... He captured and distilled the essence of the American spirit.'"
  8. Eble 1974, pp. 34, 45.
  9. Batchelor 2013.
  10. Alter 2018: "In anticipation of a flood of new editions of Fitzgerald's The Great Gatsby when the copyright expires in 2021, the Fitzgerald estate and his publisher, Scribner, released a new edition of the novel in April, hoping to position it as the definitive version of the text."