ମହର୍ଷି ଗୌତମ

ଉଇକିପିଡ଼ିଆ‌ରୁ

ମହର୍ଷି ଗୌତମ ପୁରାଣ ବର୍ଣ୍ଣିତ ସପ୍ତଋଷିଙ୍କ ମଧ୍ୟରୁ ଅନ୍ୟତମ । ବୈଦିକ ସମୟର ଏହି ଋଷି ମନ୍ତଦ୍ରଷ୍ଟା ଥିଲେ ବୋଲି ପୁରାନ ବର୍ଣ୍ଣିତ । ଗୌତମଙ୍କ, ପତ୍ନୀ ଅହଲ୍ୟାଙ୍କୁ ପ୍ରାତଃ ସ୍ମରଣୀୟ ପଞ୍ଚ କନ୍ୟାଙ୍କ ମଧ୍ୟରେ ଗଣନା କରାଯାଏ । ଅହଲ୍ୟା ଥିଲେ ବ୍ରହ୍ମାଙ୍କ ମାନସ କନ୍ୟା ଯିଏ କି ଅତୁଲନୀୟ ସୌନ୍ଦର୍ଯ୍ୟର ଅଧିକାରୀ ଥିଲେ । ହନୁମାନଙ୍କ ମାତା ଅଞ୍ଜନୀ ଥିଲେ ଗୌତମ ଋଷି ଏବଂ ଅହଲ୍ୟାଙ୍କ କନ୍ୟା । ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ଦେବତାମାନଙ୍କଦ୍ୱାରା ତିରଷ୍କୃତ ହେବା ପରେ ଋଷି ଗୌତମଙ୍କଠାରୁ ଦୀକ୍ଷା ପୂର୍ଣ୍ଣ କରିଥିଲେ । ଋଷିମାନଙ୍କର ଈର୍ଷାର ପାତ୍ର ହେତୁ ଗା ହତ୍ୟାର ମିଥ୍ୟା ଅଭିଯୋଗରୁ ମୁକ୍ତି ପାଇବାପାଇଁ ନାସିକସ୍ଥିତ ତ୍ରୟମ୍ବକେଶ୍ୱର ନିକଟରେ କଠୋର ତପସ୍ୟା କରିଥିଲେ ।

ଉତ୍ତରପ୍ରଦେଶର ଗୋମତି ନଦୀ ମଧ୍ୟ ଋଷି ଗୌତମଙ୍କ ନାମରେ ପ୍ରସିଦ୍ଧ । ଏହା ବ୍ୟତୀତ ରାଜସ୍ଥାନର ପ୍ରତାପଗଡ ଜିଲ୍ଲାର ଗୌତମେଶ୍ୱର ମହାଦେବ ତୀର୍ଥରେସ୍ଥିତ ମନ୍ଦାକିନୀ ଗଙ୍ଗା କୁଣ୍ଡ ବିଷୟରେ ମଧ୍ୟ ଏକ ବିଶ୍ୱାସ ରହିଛି ଯେ ମହର୍ଷି ଗୌତମ ଏହି ପୁଷ୍କରିଣୀରେ ଗାଧୋଇବା ପରେ ଗୋ ହତ୍ୟା ଦୋଷରୁ ମୁକ୍ତି ପାଇଥିଲେ ।

ଅହଲ୍ୟାଙ୍କୁ ଅଭିଶାପ[ସମ୍ପାଦନା]

ରାମାୟଣରେ ଅହଲ୍ୟାଙ୍କୁ ଗୌତମଙ୍କ ପତ୍ନୀ ବୋଲି ବର୍ଣ୍ଣନା କରାଯାଇଛି । ରାମାୟଣର ଉତ୍ତରା କାଣ୍ଡରେ ସେମାନଙ୍କର ବିବାହ କଥା ଲିପିବଦ୍ଧ ହୋଇଛି । କାହାଣୀ ଅନୁଯାୟୀ ବ୍ରହ୍ମା, ସୃଷ୍ଟିକର୍ତ୍ତା ଭଗବାନ ଏକ ସୁନ୍ଦର କନ୍ୟା ସୃଷ୍ଟି କରନ୍ତି ଏବଂ ତାଙ୍କୁ ଗୌତମଙ୍କୁ ବର ରୂପେ ଉପହାର ଦିଅନ୍ତି । ପରେ ତାଙ୍କରି ଔରସରୁ ଶତାନନ୍ଦ ନାମକ ଏକ ପୁତ୍ର ଜନ୍ମ ହୁଏ । ବାଳକାଣ୍ଡରେ ଉଲ୍ଲେଖ ଅଛି ଯେ ଗୌତମ ଋଷି ଇନ୍ଦ୍ରଙ୍କ ସହ ଅହଲ୍ୟାଙ୍କୁ ଅସଂଜତ ଅବସ୍ଥାରେ ଦେଖି, ଛଦ୍ମବେଶୀ ଇନ୍ଦ୍ରଙ୍କୁ ଅଭିଶାପ ଦେଇଛନ୍ତି । ତା’ପରେ ଋଷି ଗୌତମ ଅହଲ୍ୟାଙ୍କୁ ଏକ ପଥର ହୋଇଯିବା ପାଇଁ ଅଭିଶାପ ଦିଅନ୍ତି । ଅହଲ୍ୟାଙ୍କ ଅନୁରୋଧ କ୍ରମେ ଏହି ଅଭିଶାପରେ ସାମାନ୍ୟ ପରିବର୍ତ୍ତନ ହୋଇ ପ୍ରଭୁ ରାମଙ୍କ ପାଦ ସ୍ପର୍ଶ ହୋଇ ସେ ଶାପରୁ ମୁକ୍ତି ଲାଭ ହେବେ ବୋଲି ଋଷି ଆଶ୍ୱାସନା ଦିଅନ୍ତି ।[୧]

ଆଧାର[ସମ୍ପାଦନା]

  1. "The Complete Story of Ahalya | Indian Mythological Tales". Tell-A-Tale. 22 July 2017. Retrieved 18 July 2021.