ମହମ୍ମଦ ଟୋଗଲକ

ଉଇକିପିଡ଼ିଆ‌ରୁ

ମହମ୍ମଦ ଟୋଗଲକ ହେଉଛନ୍ତି ଖିଲିଜୀ ବଂଶୀୟ ମୁସଲମାନ ରାଜା ଯିଏ ପଞ୍ଜାବ ଅଞ୍ଚଳରେ ରାଜୁତି କରୁଥିଲେ। ଏହାଙ୍କ ପିତା ହେଉଛନ୍ତି ଟୋଗଲକ ରାଜବଂଶର ଆଦି ପୁରୁଷ ଗିୟାସୁଦ୍ଦିନ ଟୋଗଲକ। ସେ ଖ୍ରୀଷ୍ଟାବ୍ଦ ୧୩୨୫ରୁ ୧୩୫୧ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ସେ ବିଦ୍ୱାନ, ନିର୍ଦ୍ଦୟ ଓ ବିକୃତ ମସ୍ତିସ୍କ ଥିଲେ। ସେଥିପାଇଁ ତାଙ୍କୁ ଆଡ଼ବାୟା ସୁଲତାନ ବୋଲି କୁହା ଯାଇଥାଏ। ସେ ରାଜଧାନୀକୁ ଦିଲ୍ଲୀରୁ ଉଠାଇନେଇ ୧୬ ମାଇଲ ଦୂର ଟୋଗଲକାବାଦ ଓ ପରେ ୮୦୦ ମାଇଲ ଦୂର ଦେଓଗିରିକୁ ରାଜଧାନୀ କରିଥିଲେ। ଏହାଙ୍କ ଅମଳରେ ମୁସଲମାନ ସାମ୍ରାଜ୍ୟର ଭିନ୍ନ ଭିନ୍ନ ପ୍ରଦେଶରେ ବିଦ୍ରୋହ ଦେଖା ଯାଇଥିଲା। ଏ ୧୩୫୧ ଖ୍ରୀଷ୍ଟାବ୍ଦରେ ସିନ୍ଧୁ ପ୍ରଦେଶରେ ଆତ୍ମହତ୍ୟା କରିଥିଲେ। ପ୍ରୋଥେରା ସାହେବଙ୍କ ଇତିହାସମତେ ଏହାଙ୍କ ଅମଳରେ ଦାକ୍ଷିଣାତ୍ୟରେ ବାହମନୀ ରାଜ୍ୟ ସ୍ୱତନ୍ତ୍ର ମୁସଲମାନ ରାଜ୍ୟ ରୂପେ ପ୍ରତିଷ୍ଠିତ ହୋଇଥିଲା। [୧]

ଧାର୍ମିକ ସହାବସ୍ଥାନ[ସମ୍ପାଦନା]

ମହମ୍ମଦ ଟୋଗଲକ ଅପେକ୍ଷାକୃତ ଉନ୍ମୁକ୍ତ ଧାର୍ମିକ ଚିନ୍ତାଧାରାର ମଣିଷ ଥିଲେ। ସେ ଦିଲ୍ଲୀରେ ହିନ୍ଦୁ ଓ ଜୈନମାନଙ୍କୁ ଅବସ୍ଥାନ କରିବାର ଅନୁମତି ଦେଇଥିଲେ। [୨] ତାଙ୍କର ଏତାଦୃଶ ନୀତିକୁ ତାଙ୍କ ପରେ ଫିରୋଜ ଶାହ ଟୋଗଲକ ଅନୁସରଣ କରିଥିଲେ ‌ଯିଏକି ମହେନ୍ଦ୍ରସୁରୀ ନାମକ ଜୈନ ସାଧୁଙ୍କୁ ଯନ୍ତ୍ରରାଜା ନାମକ ସଂସ୍କୃତ ରଚନା ପାଇଁ ସାହା‌ଯ୍ୟ ସହଯୋଗ କରିଥିଲେ। [୩]

କିଛି ଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ଟୋଗଲକ "ମହମ୍ମଦ ଟୋଗଲକ". ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ. Retrieved 2013-01-26. {{cite web}}: Check |url= value (help)
  2. The Vividhatirthakalpa as historical source and coherent text, http://www.southasiacenter.upenn.edu/pdf/Paper_Steven_Vose.pdf
  3. Sarma, S.R. 2008. "Sultan, Suri, and the Astrolabe," in The Archaic and the Exotic: Studies in the History of Indian Astronomical Instruments. Delhi: Manohar

ବାହାର ଆଧାର[ସମ୍ପାଦନା]