ମହମ୍ମଦ ଘୋରୀ
ମୁଇଜୁ-ଉଦ୍-ଦିନ ମହମ୍ମଦ ବିନ ସାମ | |
---|---|
ଘୋରୀମାନଙ୍କର ସୁଲତାନ | |
![]() ସୁଲତାନ ସାହାବ-ଉଦ୍-ଦିନ ମହମ୍ମଦ ଘୋରୀ سلطان شہاب الدین محمد غوری | |
ଶାସନ କାଳ | ୧୨୦୨-୧୨୦୬ |
ଜନ୍ମ | ୧୧୫୦ |
ଜନ୍ମସ୍ଥାନ | ଏବର ଆଫଗାନିସ୍ଥାନ ଅନ୍ତର୍ଗତ ଘୋର |
ମୃତ୍ୟୁ | ୧୫ ମାର୍ଚ ୧୨୦୬ |
ମୃତ୍ୟୁସ୍ଥାନ | ଡାମିଆକ, ଝେଲମ ଜିଲ୍ଲା, ଏବର ପାକିସ୍ଥାନ ଅନ୍ତର୍ଗତ |
Buried | ଡାମିଆକ, ଝେଲମ ଜିଲ୍ଲା, ଏବର ପାକିସ୍ଥାନ ଅନ୍ତର୍ଗତ |
ପୂର୍ବାଧିକାରୀ | ଗିୟାସୁଦ୍ଦିନ ଘୋରୀ |
ଉତ୍ତରାଧିକାରୀ | କୁତବୁଦ୍ଦିନ ଆଇବାକ |
ରାଜବଂଶ | ଘୁରିଦ ରାଜବଂଶ |
ପିତା | ମାଲିକ ବାହା-ଉଦ୍-ଦିନ ସାମ ବିନ ହୁସେନ |
ଧର୍ମ | ସୁନିମୁସଲମାନ[୧] |
ମହମ୍ମଦ ଘୋରୀଙ୍କୁ ଭରତରେ ମୁସଲମାନ ସାମ୍ରାଜ୍ୟର ପ୍ରତିଷ୍ଠାତା ବୋଲି କୁହାଯାଏ। ସେ ୧୧୬୭ ଖ୍ରୀଷ୍ଟାବ୍ଦରେ ଭାରତରେ ପ୍ରବେଶ କରିଥିଲେ। ଦିଲ୍ଲୀର ରାଜା ପୃଥ୍ୱୀରାଜ ଓ କାନ୍ୟକୁବ୍ଜର ରାଜା ଜୟଚନ୍ଦ୍ରଙ୍କ ମଧ୍ୟରେ ଥିବା ବିବାଦର ସୁଯୋଗ ନେଇ ସେ ଜୟଚନ୍ଦ୍ରଙ୍କ ସାହାଯ୍ୟ ନେଇ ପୃଥ୍ୱୀରାଜ ଚୌହାନଙ୍କୁ ଥାନେଶ୍ୱର ଯୁଦ୍ଧରେ ପରାସ୍ତ କରି ହତ୍ୟା କଲେ। ତଦୁପରାନ୍ତ କାନ୍ୟକୁବ୍ଜ ଆକ୍ରମଣ କରି ଜୟଚନ୍ଦ୍ରଙ୍କୁ ମଧ୍ୟ ନିଧନ କଲେ। ଏହାଙ୍କଦ୍ୱାରା ଏକାଦଶ ଶତାବ୍ଦୀରେ ଭାରତରେ ମୁସଲମାନ ସାମ୍ରାଜ୍ୟର ପ୍ରତିଷ୍ଠା ହୋଇଥିଲେ ହେଁ ଏହାଙ୍କର ବଡ଼ଭାଇ ମାମୁଦ(ମହମୁଦ) ଗଜନୀଙ୍କ ବଂଶଧର ଗିୟାସୁଦ୍ଦିନଙ୍କୁ ବିତାଡ଼ିତ କରି ଭାରତରେ ମୁସଲମାନ ରାଜୁତିର ସ୍ଥାୟୀ ଭିତ୍ତି ସ୍ଥାପନ କଲେ। ଏହାଙ୍କ ବଡ଼ଭାଇ ଗିୟାସୁଦ୍ଦିନଙ୍କ ମୃତ୍ୟୁପରେ ଖ୍ରୀ.ଅ.୧୨୦୨ରେ ସେ ଆଫଗାନିସ୍ଥାନରେ ଘୋର ବଂଶର ରାଜା ହେଲେ। ସେ ୧୨୦୬ ଖ୍ରୀଷ୍ଟାବ୍ଦରେ ପଞ୍ଜାବର ଏକ ଯୁଦ୍ଧ ଅଭିଯାନରେ ମୃତ୍ୟୁବରଣ କଲେ।[୨]