ମଶିହ ଅଲିନେଜାଦ

ଉଇକିପିଡ଼ିଆ‌ରୁ
Masih Alinejad
مسیح علینژاد
Masih Alinejad in 2019
Born
Masoumeh Alinejad-Ghomi

(1976-09-11) ୧୧ ସେପ୍ଟେମ୍ବର ୧୯୭୬ (ବୟସ ୪୭)
NationalityIranian
CitizenshipUnited States[୧]
EducationOxford Brookes University
Occupation(s)Journalist and author
Years active2001–present
EmployerU.S. Agency for Global Media
Spouse
Kambiz Forouhar
(m. ୨୦୧୪)
Children1

ମଶିହ ଅଲିନେଜାଦ, (ପୂରା ନାମ ମସୌମେହ ଅଲିନେଜାଦ-ଘୋମି, ଜନ୍ମ: ୧୧ ସେପ୍ଟେମ୍ବର ୧୯୭୬) ଜଣେ ଆମେରିକୀୟ ସମ୍ବାଦଦାତ୍ରୀ, ଲେଖିକା, ସକ୍ରିୟ ରାଜନୀତିଜ୍ଞ ଓ ମହିଳା ଅଧିକାର କର୍ମକର୍ତ୍ତା ।[୨][୩] ଅଧୁନା ଅଲିନେଜାଦ ଭିଓଏ-ପିଏନଏନ ସେବାର ଉପସ୍ଥାପକ ତଥା ପ୍ରଯୋଜକ, ରେଡିଓ ଫାରଦାର ସମ୍ବାଦଦାତା, ମନୋଟୋ ଟେଲିଭିଜନର ସହାୟକ ଓ ଇରାନଓୟାରର ସହାୟକ ସମ୍ପାଦକ ଅଛନ୍ତି ।[୪]

ଇରାନୀୟ ମହିଳା ଅଧିକାର ସମାଲୋଚନା ଉପରେ ଅଲିନେଜାଦ ମୁଖ୍ୟତଃ କେନ୍ଦ୍ରୀଭୂତ ରହୁଛନ୍ତି ।[୫] ନିଉ ୟୋର୍କ ସହରରେ ବର୍ତ୍ତମାନ ନିର୍ବାସିତ ହୋଇ ଅଛନ୍ତି ଓ ମାନବ ଅଧିକାର ନିମନ୍ତେ ଜେନେଭା ସମ୍ମିଟରେ ପୁରସ୍କାର, ମେହଡି ସେମିନାର ଫାଉଣ୍ଡେସନ ତରଫରୁ ଓମିଡ ଜରନାଲିଜ୍ମ ପୁରସ୍କାର ଓ ଏଆଇବି ମିଡ଼ିଆ ଏକସେଲେନ୍ସ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଛନ୍ତି ।[୬]

ଇରାନ ସରକାର ତାଙ୍କୁ ଓ ତାଙ୍କ ପରିବାରକୁ ଉତ୍ପୀଡନ କରୁଥିବାରୁ ତାଙ୍କ ବିରୁଦ୍ଧରେ ୟୁଏସ ଫେଡେରାଲ କୋର୍ଟରେ ଅଲିନେଜାଦ କେଶ ଦାଏର କରିଛନ୍ତି ।[୭] ଇରାନରେ ଝିଅମାନଙ୍କୁ ମୁଣ୍ଡ ତଳକୁ କରିବା, ଅଣଦଖଲକାରୀ ହେବା ଓ ନମ୍ର ହୋଇ ବଡ଼ ହେବାର ଶିକ୍ଷା ପାଇବା ଅନୁଭୂତିକୁ ନେଇ ସେ ୨୦୧୮ରେ ଦି ଉଇଣ୍ଡ ଅନ ମାଇଁ ହେୟାର ନାମକ ବହି ଲେଖିଥିଲେ ।[୮][୯] ୨୦୨୧ ମସିହାରେ ସଂଯୁକ୍ତ ରାଷ୍ଟ୍ରର ଜଣେ ଓକିଲ ଅନୁସାରେ ଇରାନ ସରକାର ତାଙ୍କୁ କିଡ଼ନାପ କରିବାକୁ ଏକ ଚକ୍ରାନ୍ତ କରିଥଲେ ।

ପେଶା[ସମ୍ପାଦନା]

ମଶିହ ଅଲିନେଜାଦଙ୍କ ପୁରା ନାମ ଥିଲା ମସୌମେହ ଅଲିନେଜାଦ କିନ୍ତୁ ସେ ନାମର ପ୍ରଥମେ ମଶିହ ଲେଖୁଥିଲେ ଯାହା ମେସିଆହର ପର୍ସିଆ ନାମ ଥିଲା ।[୧୦][୧୧] ଯୁବାବସ୍ଥାରୁ ଅଲିନେଜାଦ ରାଜନୀତିରେ ସକ୍ରିୟ ଥିଲେ ଓ ସରକାରଙ୍କୁ ସମାଲୋଚନା କରି ପ୍ରଚାରପତ୍ର ବାଣ୍ଟିବାରୁ ୧୯୯୪ ମସିହାରେ ଆରେଷ୍ଟ ହୋଇଥିଲେ । ସେ ୨୦୦୧ ମସିହାରେ ପ୍ରଥମେ ଦୈନିକ ହମ୍ବାସଟେଗିର ସମ୍ବାଦଦାତ୍ରୀ ଥିଲେ ଓ ପର ଇରାନିଆନ ଲେବର ନ୍ଯୁଜ ଏଜେନ୍ସି ପାଇଁ କାମ କରିଥିଲେ । ସରଘ, ବାହାର, ଭାଗୟେ ଏଟ୍ଟେଫଗିୟେ, ହମ-ମିହାନ ଓ ନାସନାଲ ଟ୍ରଷ୍ଟ ପାର୍ଟି, ଇରାନାରେ ତାଙ୍କର ଲେଖା ପ୍ରକାଶ କରିଥିଲେ । ଷଷ୍ଠ ଓ ସପ୍ତମ ପାର୍ଲିଆମେଣ୍ଟର ସେ ପାର୍ଲିଆମେଣ୍ଟାରୀ ରିପୋର୍ଟର ଥିଲେ । ସରକାରୀ ମନ୍ତ୍ରୀମାନେ ଦାବି କରିଥିଲେ ଯେ ଦରମାକାଟରେ ସେମାନେ ପୀଡ଼ିତ ହୋଇଛନ୍ତି କିନ୍ତୁ ପ୍ରକୃତରେ ସେମାନେ ବିଭିନ୍ନ ଆଳରେ ବୋନସ ଆକାରରେ ଅର୍ଥ ନେଉଛନ୍ତି । ଏହି ବିବାଦାତ୍ମକ ଲେଖା ପ୍ରସାରିତ ହେବାରୁ ତାଙ୍କୁ ପାର୍ଲିଆମେଣ୍ଟାରୁ ବିଦାୟ କରିଦିଆଯାଇଥିଲା ।[୧୧]

ଆଧାର[ସମ୍ପାଦନା]

  1. Weiser, Benjamin (July 13, 2021). "Iranian Operatives Planned to Kidnap a Brooklyn Author, Prosecutors Say". The New York Times. Retrieved 2021-07-14. ... Ms. Alinejad, an American citizen ...
  2. "Iran: Family of women's rights activist arrested in despicable attempt to intimidate her into silence".
  3. Fang, Lee (7 January 2020), "VOA Persian Awarded Journalism Contract to Controversial Former Trump Campaign Operative", The Intercept, retrieved 20 March 2020
  4. "USAGM". USAGM (in ଆମେରିକୀୟ ଇଂରାଜୀ). Retrieved 22 July 2020.
  5. Morris, Cheryl (1 November 2007). "How Masih Alinejad is paying the price for confronting Iran's leaders". New Internationalist. Retrieved 26 July 2010.{{cite web}}: CS1 maint: url-status (link)
  6. "Radio Farda and Radio Free Afghanistan Honored By AIB". Pressroom. Radio Free Europe/Radio Liberty. 7 November 2013. Archived from the original on 8 November 2013. Retrieved 30 May 2018.
  7. "Anti-headscarf law activist sues Iran in US over harassment". AP News.
  8. "The wind in my hair: one Iranian woman's courageous struggle against being forced to wear the hijab". The Guardian.
  9. Smith, Jordan Michael (13 August 2019). "How Voice of America Persian Became a Trump Administration PR Machine". The Intercept (in ଆମେରିକୀୟ ଇଂରାଜୀ). Retrieved 22 July 2020.
  10. Tanagho, Samy (2017). Glad News!: God Loves You, My Muslim Friend!. Moody Publishers. p. part 78. ISBN 9780802495778. Retrieved 21 February 2018.
  11. ୧୧.୦ ୧୧.୧ Morris, Cheryl (1 November 2007). "Masih Alinejad on the cost of confronting Iran's patriarchal leaders". New Internationalist. Retrieved 31 May 2018.