ମନ୍ଥରା

ଉଇକିପିଡ଼ିଆ‌ରୁ

ମନ୍ଥରା (ସଂସ୍କୃତରେ मंथरा; ଅର୍ଥାତ : "humpbacked")  ଭାରତୀୟ ମହାପୁରାଣ ରାମାୟାଣର ଜଣେ ବହୁଚର୍ଚିତ ଖଲାଭିନେତ୍ରୀ ଚରିତ୍ର । ମହାରାଣୀ କ୍ୟେକେୟୀଙ୍କ ଦାସୀ ଭାବରେ କାମ କରୁଥିବା ମନ୍ଥରା ଜଣେ କୁଟ ବୁଦ୍ଧି ସମ୍ପନ୍ନ ମହିଳା । ମହାରାଜ ଦଶରଥ ତାଙ୍କର ୩ ରାଣୀଙ୍କ ମଧ୍ୟରୁ ବଡ଼ ମହାରାଣୀଙ୍କ ଜେଷ୍ଠ ପୁତ୍ର ରାମଙ୍କୁ ତାଙ୍କର ସିଂହାସନର ଉତ୍ତରାଧିକାରୀ ଘୋଷଣା କରିବାକୁ ଯାଉଥିଲା ବେଳେ ମନ୍ଥରାର ମନ୍ଦ ବୁଦ୍ଧିରେ ପଡି ଅନ୍ୟତମ ରାଣୀ  କ୍ୟେକେୟୀ ତାଙ୍କ ପୁତ୍ର ଭରତଙ୍କୁ ଉତ୍ତରାଧିକାରୀ କରେଇବା ପାଇଁ ଚକ୍ରାନ୍ତ କରିଥିଲେ । ଫଳ ସ୍ୱରୂପ ରାମା ଓ ଲକ୍ଷ୍ମଣଙ୍କୁ ବନବାସ ଯିବାକୁ ହେଇଥିଲା ଓ ସେ ସମୟରେ ଭରତ ଶାସନ ଭାର ସମ୍ଭାଳି ଥିଲେ । 

Appearance[ସମ୍ପାଦନା]

ବର୍ଣ୍ଣନା ଅନୁସାରେ ମନ୍ଥରା କୁଜି ଓ ଅତ୍ୟନ୍ତ ଅସୁନ୍ଦରୀ ଥିଲେ । କିନ୍ତୁ ସେ ଖୁବ କୁଟିଳ ଚରିତ୍ରର ମହିଳା ଥିଲେ । 

ଭିନ୍ନ ବର୍ଣ୍ଣନା ଅନୁସାରେ ମନ୍ଥରା [ସମ୍ପାଦନା]

ମନ୍ଥରାଦ୍ୱାରା ପ୍ରରୋଚିତ ହେଇ କଇକେୟୀ ରାଜା ଦଶରଥଙ୍କୁ ରାମ , ଲକ୍ଷ୍ମଣଙ୍କୁ ବନବାସରେ ପଠେଇବା ପ୍ରବର୍ତେଇଥିଲେ । 

ତେଲୁଗୁ ରାମାୟଣରେ ମନ୍ଥରା ବିଷୟରେ ଭିନ୍ନ ବର୍ଣ୍ଣନା ଦେଖିବାକୁ ମିଳେ । ରାମ ବାଳକ ଥିଲା ବେଳେ ଗୋଟିଏ ବାଡିଦ୍ୱାରା ବଲ ଖେଳୁଥିବା ବେଳେ ମନ୍ଥରା ବଲ ଟିକୁ ଅନନ୍ୟ ଆଡେ ଫିଙ୍ଗି ଦେଇଥିବାରୁ , ରାମା ତାଙ୍କର ଗୋଡ  କୁ ବାଡିରେ ପିଟି ଦେଇଥିଲେ । ତଦ୍ୱାରା ମନ୍ଥରାର ଗୋଡ ଭାଙ୍ଗି ଯାଇଥିଲା । ସେହି ରାଗରେ ମନ୍ଥରା ରାମାଙ୍କ ଉପରେ ଦାଉ ସଢିବାର ସମସ୍ତ ଉପାୟ ଖୋଜୁଥିଲା ।   

Manthara's scheme[ସମ୍ପାଦନା]

Dasharatha promises to banish Rama per Kaikeyi's wishes. A folio from Ayodhya Kand manuscript

ରାଜା ଦଶରଥ ଥରେ ବେମାର ପଡିଥିବା ବେଳେ ରାଣୀ  କ୍ୟେକେୟୀ ତାଙ୍କୁ ବହୁତ ସେବା କରିଥିଲେ । ଦଶରଥ ଭଲ ହେଇଯିବା ପରେ ସେ  କ୍ୟେକେୟୀଙ୍କୁ ଦୁଇଟି ବର ଦେବାକୁ ଇଚ୍ଛା କରିଥିଲେ ।  କ୍ୟେକେୟୀ ସେଇଟା ପରେ ମାଗିବୀ କହିଥିଲେ । ଯେତେବେଳେ ଦଶରଥ ରାମଙ୍କୁ ତାଙ୍କ ସିଂହାସନ ପ୍ରଦାନ କରିବାକୁ ଚାହିଲେ , କ୍ୟେକେୟୀ ମନ୍ଥରାର ଅହଂକାର ଓ ପ୍ରତିଶୋଧ ନେବାର ଇଚ୍ଛା ଯୋଗୁ ତାଙ୍କ ପ୍ରବର୍ତନାରେ ପଡି ତାଙ୍କ ନିଜ ପୁତ୍ର ଭରତଙ୍କୁ ରାଜଗାଦି ଦେବାକୁ ବର ମାଗିଲେ ଓ ରାମଙ୍କୁ ବନବାସ ପଠେଇବାକୁ କହିଲେ । 

ଫିଲ୍ମ ଓ ଟେଲିଭିଜନରେ ମନ୍ଥରା ଚରିତ୍ର [ସମ୍ପାଦନା]

ରାମାନନ୍ଦ ସାଗରଙ୍କ ସଫଳ ଧାରାବାହିକ 'ରାମାୟଣ'ରେ କପଟୀ ମନ୍ଥରା ଚରିତ୍ରରେ ହିନ୍ଦୀ ଫିଲ୍ମର ବିଖ୍ୟାତ ଖଳାଭିନେତ୍ରୀ ଲଲିତା ପାୱାର ଅଭିନୟ କରିଥିଲେ ।