ମନୋଜ ପ୍ରଭାକର

ଉଇକିପିଡ଼ିଆ‌ରୁ
ମନୋଜ ପ୍ରଭାକର

ମନୋଜ ପ୍ରଭାକର  ୧୯୬୩ ଏପ୍ରିଲ 15ରେ ଜନ୍ମଗ୍ରହଣ କରିଥିବା ମନୋଜ ପ୍ରଭାକର ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଡାହାଣହାତୀ ଦ୍ରୁତ ବୋଇଙ୍ଗ କରିବା ସହ ବାଟିଙ୍ଗ ମଧ୍ୟ କରିଥାନ୍ତି । 1996ରେ ଜାତୀୟ ଦଳରୁ ଅବସର ନେଇଥିବା ମନୋଜ ଓପନିଂ ବେଟ୍ସମେନ ହିସାବରେ ମଧ୍ୟ ବହୁ ମେଚ ଖେଳିଥିଲେ 


ଟେଷ୍ଟରେ ମନୋଜ ୯୬ଟି ୱିକେଟ ନେବା ସହ ଏକଦିବସୀୟରେ ୧୫୭ଟି ୱିକେଟ ନେଇଥିଲେ । ତାଙ୍କର ଆଉଟସ୍ୱୀଙ୍ଗ ବୋଲିଂ ଖୁବ ସଫଳତା ଆଣି ଦଉଥିଲା । 

ଅବଦାନ [ସମ୍ପାଦନା]

ଉଭୟ ବାଟିଙ୍ଗ ଓ ବୋଲିଂ ଆରମ୍ଭ କରୁଥିବା ଖେଳାଳି ଭାବେ ମନୋଜ ବିଶ୍ୱର ଖୁବ କମ ଜଣଙ୍କ ଭିତରେ ଥିଲେ । ସେ ଏହା 45 ଥର ଏକଦିବାସୀୟରେ ଆଉ 20 ଥର ଟେଷ୍ଟରେ କରିଥିଲେ , ଯାହା ଏକ ରେକର୍ଡ । 

32 ବର୍ଷ ହେଇଥିବା ବେଳେ ମନୋଜ ପ୍ରଭାକରଙ୍କ ଫର୍ମ ଖରାପ ଆଡକୁ ଗଲା । ସେ ଆଉ  ଆଗପରି ଗତି ପାଇଲେନି । ୧୯୯୬ରେ ସେ ବିଶ୍ୱ କପରେ ନିମ୍ମ ମନର ଖେଳ ପ୍ରଦର୍ଶନ କରିବା ପରେ ଆଉ  ଭାରତୀୟ ଦଳରେ ସ୍ଥାନ ପାଇଲେ ନାହି ।  

ମନୋଜଙ୍କ ଟେଷ୍ଟ ଜୀବନର ବୋଇଙ୍ଗ ଗ୍ରାଫ , ଖେଳ ସ୍ତରର ଉତଥାନ ପତନ 

ପ୍ରଶିକ୍ଷକ ଭାବେ ମନୋଜ [ସମ୍ପାଦନା]

ଦିଲ୍ଲୀ କ୍ରିକେଟ ଦଳର କୋଚ ଭାବରେ ମନୋଜ ଖୁବ ପାରଦର୍ଶିତା ହାସଲ କରିଥିଲେ । ପରେ ସେ ରାଜସ୍ଥାନ ଦଳର ମଧ୍ୟ କୋଚ ହେଇଥିଲେ । 2016 T ୨୦ ବିଶ୍ୱ କପ ପାଇଁ ସେ ଆଫଘାନିସ୍ଥାନ ଜାତୀୟ ଦଳର ।ବୋଲିଂ କୋଚ ରହିଥିଲେ .

ବିବାଦୀୟ ଘଟଣାବଳୀ [ସମ୍ପାଦନା]

ମେଚ ଫିକସିଙ୍ଗ ଘଟଣାରେ ସେ 1999ରେ ଜଡ଼ିତ ହେଇଥିବାର ଅଭିଯୋଗ ହେଇଥିଲା । ବିବାଦୀୟ ବକ୍ତବ୍ୟ ଦେବା ଯୋଗୁଁ ସେ ଦିଲ୍ଲୀ ଦଳର କୋଚ ପଦରୁ ମଧ୍ୟ ବହିସ୍କୃତ ହେଇଥିଲେ । 

ବ୍ୟକ୍ତିଗତ ଜୀବନ [ସମ୍ପାଦନା]

କ୍ରିକେଟରୁ ବିଦାୟ ନେବା ପରେ ମନୋଜ ରାଜନୀତିରେ ପ୍ରବେଶ କରି କଂଗ୍ରେସ ଦଳ ତରଫରୁ ପାର୍ଲାମେନ୍ଟ ନିର୍ବାଚନ ୨୦୦୪ରେ ଭାଗ ନେଇ ଅସଫଳ ହେଇଥିଲେ । ବର୍ତ୍ତମାନ ମନୋଜ ଦିଲ୍ଲୀରେ ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହ ବସ ବାସ କରନ୍ତି । 

References[ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]