ମଦନ ଗୋପାଳ ସିଂହ

ଉଇକିପିଡ଼ିଆ‌ରୁ
Madan Gopal Singh

ମଦନ ଗୋପାଳ ସିଂହ (ଜନ୍ମ ୧୯୫୦, ଅମ୍ରିତସର) ଜଣେ ଭାରତୀୟ ଗୀତ ଲେଖକ, ସ୍ୱର ଲେଖକ, ଅଭିନେତା, ନାଟକ ପାଣ୍ଡୁଲିପି,ସମ୍ପାଦକ ଓ ବ‌ହୁଭାଷାବିତ୍ ଅଟନ୍ତି । ଅଧୁନା ସେ ସତ୍ୟବତୀ କଲେଜରେ ଇଂରାଜୀ ଭାଷାରେ ଶିକ୍ଷକ ଥିବା ବେଳେ ଛୁଟିରେ ନୂଆ ଦିଲ୍ଲୀରେ ଥିବା ନେହରୁ ମେମୋରିଆଲ ମିଉଜିଅମ ଓ ଲାଇବ୍ରେରୀର ବରିଷ୍ଠ ଫେଲୋ ଅଛନ୍ତି । ଖ୍ୟାତନାମା ପଞ୍ଜାବୀ କବି ହରଭଜନ ସିଂହଙ୍କର ସେ ପୁତ୍ର,[୧] ମଦନ ଗୋପାଳ ସିଂହ ଅନେକ କବିତା ଲେଖିଛନ୍ତି ଓ ଚଳଚ୍ଚିତ୍ର, କଳା ଓ ସାଂସ୍କୃତିକ ଇତିହାର ଉପରେ ବକ୍ତୃତା ଦେଇଛନ୍ତି ଓ ଏହା ବ୍ୟତୀତ ତାଙ୍କର କଳାକାର ଦଳ 'ଚାର ୟାର' ସାଥିରେ ଯାଇ ପୃଥିବୀର ଅନେକ ସ୍ଥାନରେ ପ୍ରଦର୍ଶନ କରିଛନ୍ତି ।

ଲେଖା[ସମ୍ପାଦନା]

ଅନୁପ ସିଂହଙ୍କର ପ୍ର‌ଯୋଜିତ ଓ ଆଲୋଚକ ପ୍ରଶଂସିତ ପଞ୍ଜାବୀ ଚଳଚ୍ଚିତ୍ର କିସ୍ସାର ବାର୍ତ୍ତାଳାପ ଓ ଗୀତ ମଦନ ଗୋପଳ ସିଂହ ଲେଖିଥିଲେ ।[୨] ମଦନ ଜଣେ ନାଟକ ଲେଖକ ମଧ୍ୟ ଥିଲେ ଯିଏ ବିଖ୍ୟାତ ଗାୟକ ମଲ୍ଲିକାର୍ଜୁନ ମନସୁରଙ୍କ ଉପରେ ଲିଖିତ ୧୯୯୫ ମସିହାର ଜାତୀୟ ପୁରସ୍କାର ପାଇଥିବା ଚଳଚ୍ଚିତ୍ର 'ରସ‌‌ଯାତ୍ରା' ଲେଖିଥିଲେ । ସେହି ଚଳଚ୍ଚିତ୍ରକୁ 'ନନ୍ଦନ କୁଧ୍ୟାଡି' ନିର୍ଦ୍ଦେଶନା ଦେଇଥିଲେ । ସ୍ୱର୍ଗତ ରିତ‌ୱିକ ଘଟକଙ୍କର ଜୀବନୀ ଉପରେ ପର୍ଯ୍ୟବେଶିତ ଚଳଚ୍ଚିତ୍ର 'ଏକଟି ନ‌ଦୀର ନାମ'ରେ ସେ ସେହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୁପ ସିଂହଙ୍କ ସାଥିରେ ଯୁଗ୍ମ ଭାବରେ ପଟକଥା ଲେଖିଥିଲେ । ୨୦୦୨ ମସିହାର ଏହି ଚଲଚ୍ଚିତର ଜାଞ୍ଜିବର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ 'ଜି ଅରବିନ୍ଦନ' ପୁରସ୍କାର ପାଇଥିଲା ।

ସଙ୍ଗୀତ[ସମ୍ପାଦନା]

ରୁମି, ଶାହ ହୁସେନ, ସୁଲତାନ ବ‌ହୁ ଓ ବୁଲ୍ଲେ ଶାହଙ୍କର କବିତାକୁ ସ୍ୱର ଦେଇ ମଦନ ଗୋପଳ ସିଂହ ଗାଇଥିଲେ ଓ ବର୍ଟୋଲ୍ଟ ବ୍ରେଟ ,ଫ୍ରେଡେରିକୋ ଗାର୍ସିଆ ଲୋରକା ଓ ଜନ ଲେନ୍ନ‌ନଙ୍କର ଇମାଜିନ କବିତାମାନଙ୍କୁ ହିନ୍ଦୁସ୍ତାନୀ ଅନୁବାଦ କରି ସ୍ୱର ପ୍ରଦାନ କରିଥିଲେ । [୩] ଚଳଚ୍ଚିତ୍ର ମଧ୍ୟରେ କୁମାର ସାହାନୀଙ୍କର କସବ ଓ ଖୟାଲ ଗାଥା ଏବଂ ମନି କାଉଲଙ୍କର ୧୯୯୨ ମସିହାରେ ନିର୍ମିତ ଇଡିଅଟ ଚଳଚ୍ଚିତ୍ର ନିମନ୍ତେ ଗାଇଥିଲେ । ପ୍ରସିଦ୍ଧ କୁର୍ଦୋ-ପର୍ସିଆନ ଗାୟକ ଶାହରାମ ନ‌ଜେରିଙ୍କ ସହିତ ପୁରାତନ ସୁଫି ଟାଉନ ଇସଫାହାନ, ହମଦନ ଓ କେରମାନଶାହ ଗୁଡ଼ିକ ଭ୍ରମଣ କରିଥିଲେ ।

ସ୍ମିଥସୋନିଆଲ ଲୋକଜୀବନ ଉତ୍ସବକୁ ସେ ଉପସ୍ଥାପକ ଓ ଗାୟକ ଭାବରେ ନିମନ୍ତ୍ରିତ ହୋଇ ଯାଇଥିଲେ । ମୀନୁ ଗୌର ଓ ଅବିର ବଜାଜ ନିର୍ଦ୍ଦେଶିତ ପାରାଡାଇଜ ଅନ ଏ ରିଭର ଡକୁମେଣ୍ଟାରୀ ଚଳଚ୍ଚିତ୍ରରେ ଗୀତ କମ୍ପୋଜ କରିଥିଲେ ଯାହା କାଶ୍ମିର ଉପରେ ଆଲୋକପାତ କରିଥିଲା ।[୪]

୨୦୦୩ ମସିହାର ସେ ଲୋକାର୍ଣ୍ଣୋ ଚଳଚ୍ଚିତ୍ର ଉତ୍ସବରେ ସବିହା କୁମାରଙ୍କର ବିଖ୍ୟାତ 'ଖାମୋସ ପାନି' ନିମନ୍ତେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ଓ ସେ ସେଥିରେ ସଙ୍ଗୀତ କମ୍ପୋଜ କରିଥିଲେ ।[୫]

ପୃଥିବୀର ଆନେକ ସ୍ଥାନରେ ପ୍ରଦର୍ଶିତ ସଙ୍ଗୀତ ଭରା "ଫନା -ରାଞ୍ଝା ରିଭିଜିଟେଡ" ଚଳଚ୍ଚିତ୍ରରେ ସଙ୍ଗୀତ କମ୍ପୋଜ କରିଥିଲେ । [୬]

ଲଣ୍ଡନର ଦକ୍ଷିଣ ଏସିଆ ସିନେମା ଫାଉଣ୍ଡେସନ ତରଫରୁ ବିୟଣ୍ଡ ପାର୍ଟିସନ ଚଳଚ୍ଚିତ୍ରେ ସେ ସଙ୍ଗୀତ କମ୍ପୋଜ କରିଥିଲେ ।

ଏହା ବ୍ୟତୀତ ସେ ପ୍ରଦର୍ଶନ କରିଥିବା ଅନ୍ୟାନ୍ୟ ସ୍ଥାନମାନଙ୍କ ନାମ ଇଟାଲିର ଟାଉନ ହଲ ଉତ୍ସବ; ଇଟାଲିର ଅଲବେରୋବେଲ୍ଲ୍ଲୋରେ ଏକସପେରିମେଣ୍ଟ ୨୦୦୫; ନାଗପୁରର ଆହିଛତ୍ରଗଡ଼ ଦୁର୍ଗରେ ଫେବୃଆରୀ ୨୦୧୩ରେ ପୃଥିବୀ ସ୍ପିରିଟ ଉତ୍ସବ ଇତ୍ୟାଦି ସ୍ଥାନମାନଙ୍କରେ ପ୍ରଦର୍ଶନ କରିଥିଲେ ।[୭]


ଆଧାର[ସମ୍ପାଦନା]

  1. Nonika Singh (16 October 2011). "Madan Gopal Singh: Purity of Expression". The Tribune.
  2. Jatinder Preet (24 August 2013). "Punjabi art house cinema goes international". Sunday Guardian. Archived from the original on 4 March 2016. Retrieved 18 February 2022.
  3. http://blog.indiearth.com/a-wonder-called-dr-madan-gopal/
  4. "Paradise on a River of Hell". IMDb.
  5. "Khamosh Pani". IMDb.
  6. "Indian artistes whirl on spiritual themes". Dawn. 25 September 2011.
  7. "Archived copy". Archived from the original on 10 ନଭେମ୍ବର 2013. Retrieved 10 ନଭେମ୍ବର 2013.{{cite web}}: CS1 maint: archived copy as title (link)