ମକଦ୍ଦମା ମୂଲ୍ୟାଙ୍କନ ଅଧିନିୟମ, ୧୮୮୭
Jump to navigation
Jump to search
ମକଦ୍ଦମା ମୁଲ୍ୟାଙ୍କନ ଅଧିନିୟମ, ୧୮୮୭ ହେଉଛି ନ୍ୟାୟାଳୟର ଅଧିକାରିତା ସ୍ଥିର କରିବା ନିମିତ୍ତ କେତେକ ମକଦ୍ଦମାର ସଠିକ ମୁଲ୍ୟାଙ୍କନ କରିବାର ବିଧି ବ୍ୟବସ୍ଥା ବିହିତ କରୁଥିବା ଏକ ଭାରତୀୟ ଆଇନ । [୧]
ଅଧିନିୟମ ବିଷୟରେ[ସମ୍ପାଦନା]
ଭାଗ ୧-ଭୂମି ସମ୍ବନ୍ଧୀୟ ମକଦ୍ଦମା[ସମ୍ପାଦନା]
ଅଧିନିୟମର ଧାରା ୩ ଅନୁଯାୟୀ ରାଜ୍ୟ ସରକାର କୋର୍ଟଫିସ ଅଧିନିୟମ,୧୮୭୦ର ଧାରା 7(v), 7(vi),ଓ ଧାରା 7(d)ର ଅନୁଚ୍ଛେଦ (x)ରେ ବର୍ଣ୍ଣିତ ମକଦ୍ଦମାର ଅଧିକାରିତା ନିର୍ଣ୍ଣୟ ସକାଶେ ସଂପୃକ୍ତ ଭୂମିର ମୂଲ୍ୟ ଅବଧାରଣ କରିବା ପାଇଁ ନିୟମାବଳୀ ପ୍ରଣୟନ କରିପାରିବେ ।
- ଧାରା ୪- ଯେଉଁଠାରେ କୋର୍ଟ ଫିସ ଅଧିନିୟମ, ୧୮୭୦ର ଧାରା ୭(୪) କିମ୍ବା ଅନୁସୂଚୀ-୨, ଅନୁଚ୍ଛେଦ-୧୭ ସଂକ୍ରାନ୍ତୀୟ ମକଦ୍ଦମା କୌଣସି ଭୂମିର ସ୍ୱତ୍ତ ସକାଶେ ହୋଇଥାଏ, ସେତେବେଳେ ସେହି ମକଦ୍ଦମାର ମୁଲ୍ୟାଙ୍କନ ସଂପୃକ୍ତ ଭୂମିର ମୂଲ୍ୟଠାରୁ (ଯାହାକି ଧାରା ୩ ପ୍ରକାରେ ନିର୍ଦ୍ଧାରିତ) ଅଧିକ ହେବ ନାହିଁ ।
- ଧାରା ୫(୧)- ରାଜ୍ୟ ସରକାର ଧାରା ୩ ପ୍ରକାରେ ନିୟମାବଳୀ ପ୍ରଣୟନ କରିବା ପୂର୍ବରୁ ସଂପୃକ୍ତ ଉଚ୍ଚ ନ୍ୟାୟାଳୟ ସହ ସେ ସଂପର୍କରେ ପରାମର୍ଶ କରିବେ ।
ବିଶେଷ ପ୍ରାବଧାନ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "ମକଦ୍ଦମା ମୁଲ୍ୟାଙ୍କନ ଅଧିନିୟମ, ୧୮୮୭" (PDF). .legislative.gov.in. Retrieved 30 August 2018.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |