ମଉଳା କାଳୀକା ମନ୍ଦିର

Coordinates: 27°43′39″N 84°24′32″E / 27.7275°N 84.4088°E / 27.7275; 84.4088
ଉଇକିପିଡ଼ିଆ‌ରୁ
ମଉଳା କାଳୀକା ମନ୍ଦିର
मौलाकालिका मन्दिर
Maula Kalika Temple
Maula Kalika Temple in Gaindakot town of Gandaki Province in Nepal
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictNawalparasi
ଦେବାଦେବୀKalika
Location
ସ୍ଥାନGaindakot
CountryNepal
ମଉଳା କାଳୀକା ମନ୍ଦିର is located in Nepal
ମଉଳା କାଳୀକା ମନ୍ଦିର
Shown within Nepal
ଭୌଗଳିକ ଅବସ୍ଥିତି27°43′39″N 84°24′32″E / 27.7275°N 84.4088°E / 27.7275; 84.4088
Elevation561 m (1,841 ft)
Website
www.maulakalika.org.np

ମଉଳା କାଳୀକା ମନ୍ଦିର (ନେପାଳୀ: मौलाकालिका मन्दिर, pronounced [ˈmʌu̯la kalika]) ଏକ ବିଖ୍ୟାତ କାଳୀ ମନ୍ଦିର ଯାହା ନେପାଳର ନୱଲପୁର ଜିଲ୍ଲାର (Nawalpur district) ଗଣ୍ଡକୀ ପ୍ରୋଭିନ୍ସରେ ଥିବା (Gandaki province) ଗଇନ୍ଦାକୋଟ (Gaindakot) ଟାଉନରେ ଅବସ୍ଥିତ । ମଉଳା କାଳୀକା ଏକ ବିଖ୍ୟାତ ଓ ଟୁରିଷ୍ଟ ଆକର୍ଷଣକାରୀ ସ୍ଥାନ ଯାହା ନେପାଳର ଗଇନ୍ଦାକୋଟ ମୁନିସିପାଲଟିରେ ଅବସ୍ଥିତ । ଏହା ନାରାୟଣୀ ବା ଗଣ୍ଡକୀ ନଦୀର ତୀରରେ ଥିବା ମଉଳା ଦାଦା ବା ମଉଳା ପାହାଡ଼ ଉପରେ ଅବସ୍ଥିତ । ଏହି ମନ୍ଦିର ସମୁଦ୍ର ପତନଠାରୁ ୫୬୧ ମିଟର (561 metres (1,841 ft)) ଉପରେ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ଐତିହାସିକ ତଥ୍ୟ ଅନୁସାରେ କୁହାଯାଏ, ୧୬ଶ ଶତାବ୍ଦୀରେ ପଲପା ଜିଲ୍ଲାର (Palpa) ରାଜା କାଳିକାଙ୍କ ନାମରେ ମଉଳା ନାମକ ଏକ ପ୍ରତିକାତ୍ମକ ବଳି ସ୍ଥାନ ସୃଷ୍ଟି କଲେ ଯାହାକୁ ମଉଳା ପାହାଡ଼ ନାମ ଦିଆଗଲା । ହିନ୍ଦୁ ମତରେ କାଳୀ ବା କାଳୀକା ବା ଦୂର୍ଗା ଦେବୀ ନୂତନ ସୃଷ୍ଟି ଓ ଶକ୍ତିର ପ୍ରତୀକ । ସ୍ଥାନୀୟ ଲୋକମାନେ ମନ୍ଦିରକୁ ଅନେକ ଥର ନବୀକରଣ କରିଛନ୍ତି । ଅଧିକ ପର୍ଯ୍ୟଟକମାନଙ୍କ ପାଇଁ ଏହାର ପରିସର ବୃଦ୍ଧି କରାଯାଇଛି । ଅଧୁନା ମନ୍ଦିର କର୍ମକର୍ତ୍ତାମାନେ ଏଠାରେ ବଳି ପ୍ରଥାକୁ ନିଷିଦ୍ଧ କରିଛନ୍ତି ।

ଲୋକପ୍ରିୟତା[ସମ୍ପାଦନା]

ଗଇନ୍ଦାକୋଟର ଲୋକମାନେ ଶତାବ୍ଦୀ ଶତାବ୍ଦୀ ଧରି ମଉଳା କାଳିକାଙ୍କର ପୂଜା କରିଆସୁଛନ୍ତି । ଅଧୁନା ଏହା ବହୁଳ ଭାବରେ ଲୋକପ୍ରିୟ ହୋଇଯାଇଛି । ଏବେକାର ମନ୍ଦିର ୧୯୯୦ ମସିହାରେ ତିଆରି ହୋଇଥିଲା । ପ୍ରତିବର୍ଷ ନେପାଳ ଓ ପାର୍ଶ୍ୱବର୍ତ୍ତୀ ଦେଶମାନଙ୍କରୁ ହଜାର ହଜାର ସଂଖ୍ୟାରେ ଲୋକମାନେ ଏହି ସ୍ଥାନ ପରିଦର୍ଶନ କରୁଛନ୍ତି । ଦଶଇନ ବା ଦଶହରା ପର୍ବରେ ସେପ୍ଟେମ୍ବର-ଅକ୍ଟୋବର ଓ ମାର୍ଚ୍ଚ-ଅପ୍ରେଲରେ ଏହି ପର୍ଯ୍ୟଟକ ସଂଖ୍ୟା ଶୀର୍ଷ ସ୍ଥାନ ଅଧିକାର କରିଥାଏ ଓ ସେହି ପର୍ବତମାନଙ୍କରେ ଦେବୀ କାଳିକାଙ୍କର (ନବ ଦୂର୍ଗା ବା ଦୁର୍ଗାଙ୍କର ନଅ ଅବତାର) ପୂଜା କରାଯାଏ । ଏହି ମନ୍ଦିରକୁ ଦର୍ଶନ ନିମନ୍ତେ ଅତୀତରେ ପୂର୍ବତନ ରାଷ୍ଟ୍ରପତି ଡ ରାମ ବରଣ ଯାଦବ (Dr. Ram Baran Yadav, ନେପାଳର ମନ୍ତ୍ରୀ ରାମ ଶରଣ ମାହାତୋ, ଯୋଗଗୁରୁ ବାବା ରାଣଦେବ ଓ ନେପାଳର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଶ୍ରୀମତୀ ବିଦ୍ୟା ଦେବୀ ଭଣ୍ଡାରି (Bidhya Devi Bhandari) ଆସିଥିଲେ ।

ପଦଯାତ୍ରା[ସମ୍ପାଦନା]

ମଉଳାକାଳୀକା ନିମନ୍ତେ ଦୂର ପଦଯାତ୍ରା ଲୋକପ୍ରିୟ ଅଟେ

ଗନ୍ଦାଇକୋଟ ଓ ନିକଟବର୍ତ୍ତୀ ନାରାୟଣଗଡ଼, ଭରତପୁର ଓ ଚିତୱାନ ଟାଉନମାନଙ୍କରୁ ପର୍ଯ୍ୟଟକମାନେ ନିୟମିତ ଭାବରେ ଖାଲି ସମୟରେ ଏଠାକୁ ଖୋଲା ପବନ, ସୁନ୍ଦର ଦୃଶ୍ୟ ଅବଲୋକନ ଓ ପାହାଡ଼ ଉପରକୁ ଯିବା ଆସିବାର ଆନନ୍ଦ ଉପଲବ୍ଧି କରିବା ନିମନ୍ତେ ଆସନ୍ତି ।

ମଉଳା କାଳୀକା ମନ୍ଦିର ପାହାଡ଼ ଶିକ୍ଷାରରୁ ଗଇନ୍ଦାକୋଟ ଓ ଭରତପୁରର ଦୃଶ୍ୟ

ପାହାଡ଼ର ଦକ୍ଷିଣ ପାଖରେ ପର୍ଯ୍ୟଟକମାନେ ନାରାୟଣୀ ନଦୀ, ଗଇନ୍ଦାକୋଟ ଟାଉନ ଓ ଚିତୱାନ ଉପତ୍ୟକା ଦେଖିପାରିବେ । ଉତ୍ତର ପାଖରେ ମନସଲୁ ପର୍ବତ ଦେଖିପାରିବେ । ଭୋରରୁ ଗଲେ ସେଠାରେ ସୂର୍ଯ୍ୟୋଦୟ ଦୃଶ୍ୟ ଉପଭୋଗ କରିପାରିବେ । ଚିତୱାନା ଜାତୀୟ ପାର୍କ ଓ ଲୁମ୍ବିନୀ ଦର୍ଶନାକାଂକ୍ଷୀ ଲୋକ ତାଙ୍କ ଭ୍ରମଣରେ ମଉଳା କାଳୀକା ନାମ ଯୋଗ କରିଦିଅନ୍ତି । ମଉଳା ପାହାଡ଼ ଉପରକୁ ଚାଲି ଚାଲି ଯାଇ ଫେରିବା ପାଇଁ ଚାରି ଘଣ୍ଟା ଲାଗେ । ସେହିଭଳି ପାଦରେ ଚାଲି ଚାଲି ନାରାୟଣଗଡ଼ (Narayangarh) ଗଲେ ଅଧା ଦିନ ଲାଗେ । ଯିବା ବାଟରେ ଦେଉରାଳି ପାଖରେ ମିନରାଲ ଜଳ ଓ ଜଳଖିଆ ମିଳେ ଓ ପାଖରେ ହେଲିପ୍ୟାଡ ମଧ୍ୟ ଥାଏ ।

ସଂଯୋଜକତା[ସମ୍ପାଦନା]

ନେପାଳ ଟେଲିକମ Nepal Telecom ସେଠାରେ ଏକ ତାରବିହୀନ ଟ୍ରାନ୍ସରିସିଭର ଗମ୍ବୁଜ ବସେଇଛନ୍ତି । ସେଠାରେ ଜିଏସଏମ, ସିଡିଏମଏ ଫୋନେ କଲ ଓ ୩ ଜି କନେକସନ ମିଳିଯାଏ ।

ଜଳ ଜଳଯୋଗାଣ ଓ ବିଦ୍ୟୁତ[ସମ୍ପାଦନା]

ପାହାଡ଼ ଶିଖରକୁ ଏକ ସ୍ୱୟଂକ୍ରିୟ ହାଇଡ୍ରଲିକ ଚାପ ଯୋଗୁ ଅନବରତ ଜଳଯୋଗାଣ ହୁଏ । ପାହାଡ଼ର ଉତ୍ତର ପାଖ ଢାଲୁ ଜାଗାରେ ୫୦୦ ମିଟର ସେହି ଯନ୍ତ୍ର ତଳେ ସ୍ଥାପିତ ହୋଇଛି ।

ଗମନାଗମନ[ସମ୍ପାଦନା]

ଉପରକୁ ଯିବା ପାଇଁ ଅନେକ ବିକଳ୍ପ ଅଛି । ଛୋଟ ଗାଡି ଥିଲେ ପାର୍କିଂ ସ୍ଥାନରେ ରଖିବେ । ସାର୍ବଜନିକ ପରିବହନ ଗାଡ଼ିରେ ବିଭିନ୍ନ ସ୍ଥାନରୁ ଆସିପାରିବେ ।

ପାଦଚଲା ରାସ୍ତା[ସମ୍ପାଦନା]

ପାଦରେ ଉଠିବା ଓ ଓହ୍ଲେଇବା ଏକ ଲୋକପ୍ରିୟ କାମ । ସ୍ଥାନୀୟ ଶ୍ରମିକମାନେ ଏହାର ରକ୍ଷଣାବେକ୍ଷଣ କରନ୍ତି । ପାହାଡ଼ ଶିଖରକୁ ଯିବା ପାଇଁ ବିଷାରଦକୁ ୩୦ ମିନିଟ ଓ ନୂଆ ଆଗନ୍ତୁକକୁ ୨ ଘଣ୍ଟା ଲାଗେ । ବାଟରେ ସୁନ୍ଦର ଦୃଶ୍ୟ ଦେଖିବା ଓ ପ୍ରାକୃତିକ ଜଳ ପାନ କରିବା ସହିତ ବିଶ୍ରାମ କରିବା ବ୍ୟବସ୍ଥା ଉପଲବ୍ଧ ଅଛି ।

କେବ୍ଲ କାର[ସମ୍ପାଦନା]

ଏହି ସୁବିଧା ବର୍ତ୍ତମାନ ଉପଲବ୍ଧ ନୁହେଁ କିନ୍ତୁ ନେପାଳର ବିତ୍ତମନ୍ତ୍ରୀ ଏହା ଉପଲବ୍ଧ କରିବା ନିମନ୍ତେ ଚେଷ୍ଟିତ ହେବାକୁ ସ୍ଥାନୀୟ ଲୋକଙ୍କୁ ଉପଦେଶ ଦେଇଛନ୍ତି (according to Chitwan Post report) । ଅନେକ ଲୋକ ପାଦରେ ଚାଲିଲେ ବ୍ୟାୟାମ ଲାଭ କରିବା ସହିତ ଆଶୀର୍ବାଦ ପାଇବା ଆଶା ରଖନ୍ତି ।

ବାୟୁ ପଥr[ସମ୍ପାଦନା]

ଭରତପୁରରେ ଥିବା ଏୟାରପୋର୍ଟକୁ କାଠମାଣ୍ଡୁ ଓ ପୋଖରାଠାରୁ ପ୍ରତ୍ୟହ ଫ୍ଲାଇଟ ଥାଏ । କାଠମାଣ୍ଡୁରୁ ଏକ ଘଣ୍ଟାରୁ କମ ସମୟରେ ଭରତପୁରକୁ ଆସିହୁଏ । ମନ୍ଦିର ପାଖରେ ଥିବା ଦେଉରାଳିରେ ଏକ ହେଲିପୂ ପ୍ୟାଡ ଅଛି ଯାହାମନ୍ଦିରଠାରୁ ଅଳ୍ପ କିଛି ଦୂରରେ ଅବସ୍ଥିତ ।

ବାୟୁ ପଥr[ସମ୍ପାଦନା]

ଭରତପୁରରେ ଥିବା ଏୟାରପୋର୍ଟକୁ କାଠମାଣ୍ଡୁ ଓ ପୋଖରାଠାରୁ ପ୍ରତ୍ୟହ ଫ୍ଲାଇଟ ଥାଏ । କାଠମାଣ୍ଡୁରୁ ଏକ ଘଣ୍ଟାରୁ କମ ସମୟରେ ଭରତପୁରକୁ ଆସିହୁଏ । ମନ୍ଦିର ପାଖରେ ଥିବା ଦେଉରାଳିରେ ଏକ ହେଲିପୂ ପ୍ୟାଡ ଅଛି ଯାହାମନ୍ଦିରଠାରୁ ଅଳ୍ପ କିଛି ଦୂରରେ ଅବସ୍ଥିତ ।

ସ୍ଥାନୀୟ ପରିବହନ[ସମ୍ପାଦନା]

ଗଇନ୍ଦାକୋଟରୁ ୧୫ ମିନିଟ ଚାଲିଲେ ନାରାୟଣଗଡ଼ ପଡ଼ିବ ଓ ସେଠାରୁ ରିକସା ମିଲିଯାଏ ।


ଫୋଟୋ ଗ୍ୟାଲେରି[ସମ୍ପାଦନା]

ମଉଳା କାଳୀକା ମନ୍ଦିର ପାଦ ଚଳା ରାସ୍ତାରେ କଳା ଓ ପ୍ରସ୍ତର ଖୋଦେଇ ଦେଖିବାକୁ ମିଳେ ।

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

External links[ସମ୍ପାଦନା]