ମଇ ଦିବସ

ଉଇକିପିଡ଼ିଆ‌ରୁ

ମଇ ପହିଲା ହେଉଛି ବିଶ୍ୱ ଶ୍ରମିକ ଦିବସ ବା ମଇ ଦିବସ । ପୃଥିବୀର ଅନ୍ୟାନ୍ୟ ଦେଶରେ ଏହା ଆନ୍ତର୍ଜାତିକ ଶ୍ରମ ଦିବସ ନାମରେ ମଧ୍ୟ ପାଳିତ ହୁଏ ।

ଇତିହାସ[ସମ୍ପାଦନା]

୮ ଘଣ୍ଟା କାର୍ଯ୍ୟ ସମୟ ଦାବୀରୁ ଜନ୍ମ ନେଲା ବିଶ୍ୱ ଶ୍ରମିକ ଦିବସ ।[୧] ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ୧୮୮୪ ମସିହାଠାରୁ ଏହି ଦାବୀ ନେଇ ଧାରାବାହିକ ଆନ୍ଦୋଳନ ଆମେରିକାରେ ଚାଲିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥଲେ ହେଁ ବିଶ୍ୱର ସମସ୍ତ ସ୍ୱାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ଏହା ପ୍ରଭାବିତ କରିଥଲା । ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ଷାଠିଏଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ଆଠଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ । ନ୍ୟାସନାଲ ଲେବର ୟୁନିୟନ ମଧ ପୁଞ୍ଜିବାଦୀ ଦାସତ୍ୱରୁ ଶ୍ରମଜୀବୀମାନଙ୍କୁ ମୁକ୍ତ କରାଇବା ପାଇଁ ଲକ୍ଷ୍ୟ ରଖିଥଲା । ୧୮୬୮ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଆଠଘଣ୍ଟା ଶ୍ରମଦିବସକୁ ଗ୍ରହଣ କରିଥଲା । ପ୍ରଥମ ଆନ୍ତର୍ଜାତିକର ଜେନିଭା ଅଧିବେଶନ ମଧ୍ୟ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଥଲା ।[୨]

ଆଧାର[ସମ୍ପାଦନା]

  1. କର, ସୌରୀବନ୍ଧୁ. "ଶ୍ରମିକ ଦିବସ" (PDF). Utkala Prasanga. April-May 2014: 104–107.
  2. Pati, Janardana. "May Day" (PDF). Utkala Prasanga (Apr-May 2014): 101–103.

ବାହାର ଆଧାର[ସମ୍ପାଦନା]