ଭୀମକାଳୀ ମନ୍ଦିର

ଉଇକିପିଡ଼ିଆ‌ରୁ
ଦକ୍ଷିଣ ଦିଗରୁ ଭୀମକାଳୀ ମନ୍ଦିରର ଦୃଶ୍ୟ
ମନ୍ଦିରରେ ସୂକ୍ଷ୍ମ କାଷ୍ଠ କଳା

ଶ୍ରୀ ଭୀମାକାଳୀ ମନ୍ଦିର ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ସହରାନଠାରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର । ମାଁ ଭୀମାକାଳୀ ପ୍ରାକ୍ତନ  ବୁଶାହିର ରାଜ୍ୟର ଆରାଧ୍ୟା ଦେବୀ  ରହିଥିଲେ । ଏହି ମନ୍ଦିର ସିମଳାଠାରୁ 180 କିଲୋମିଟର ଦୂରରେ ଅବସ୍ଥିତ ଓ ଏହା ଭରତରେ ଥିବା 51ଟି ଶକ୍ତିପୀଠ ମଧ୍ୟରୁ ଅନନ୍ୟତମ । ସରାହନ ସହରରୁ 7 କିଲୋମିଟର ଦୂରରେ ସତଲେଜ ନଦୀ ପ୍ରବାହିତ । ସରାହନ ପୂରଣ ବର୍ଣିତ ସୋନିପୁର ବୋଲି କୁହାଯାଏ । [୧]

କିମ୍ବଦନ୍ତୀ [ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ସତୀଙ୍କ କଣ ଏହି ସ୍ଥାନରେ ପତିତ ହେଇଥିଲା ଓ ତାହା ପରେ ଏହା ଏକ ତୀର୍ଥ ସ୍ଥଳୀ ଭାବରେ ପରିଗଣିତ ହେଇ ମନ୍ଦିର ନିର୍ମିତ ହେଇଥିଲା । ଏହି ମନ୍ଦିରରେ ସୁନ୍ଦର କାଷ୍ଠା ଚାରୁ କଳା ଦେଖାଯାଏ । ମନ୍ଦିର ପ୍ରାଙ୍ଗଣରେ ତିନିଟି ଅନନ୍ୟ ମନ୍ଦିର ରଘୁନାଥଜୀ , ନରସିଂହଜୀ ଓ ପାତାଳ ଭୈରବଜୀଙ୍କ ନିମନ୍ତେ ରହିଛି । 

ଇତିହାସ [ସମ୍ପାଦନା]

ସରାହନ ପ୍ରାଚୀନ ବୁଶାହିର ରାଜକୀୟ ରାଜ୍ୟର ରାଜଧାନୀ ଥିଲା । ସେହି ରାଜ୍ୟର ଶାସକମାନେ କାମରୂକୁ ପ୍ରଥମେ ରାଜଧାନୀ କରିଥିଲେ ଓ ପରେ ସରାହନକୁ ଏହା ସ୍ଥାନାନ୍ତର କରି  ଆଣିଥିଲେ । ରାଜା ରାମା ସିଂହ ପ୍ରଥମେ ସରାହନକୁ ରାଜଧାନୀ କରିଥିଲେ । 

ଗ୍ୟାଲେରି [ସମ୍ପାଦନା]

ଆଧାର [ସମ୍ପାଦନା]

  1. Prem N. Nag, Dainik Jagran, 26 August 2007

ବାହାର ଲିଙ୍କ [ସମ୍ପାଦନା]