ଭାଷାଗତ ଅଧିକାର

ଉଇକିପିଡ଼ିଆ ରୁ
Jump to navigation Jump to search

ଭାଷାଗତ ଅଧିକାର ବ୍ୟକ୍ତିଗତ ତଥା ସାମୂହିକ ଅଧିକାର ସ୍ତରରେ ବ୍ୟକ୍ତିଗତ କିମ୍ବା ସର୍ବସାଧାରଣ ପରିବେଶ ଯୋଗାଯୋଗ ପାଇଁ ଭାଷା ବା ଭାଷାସମୂହ ବାଛିବା ପାଇଁ ମାନବିକ ଏବଂ ନାଗରିକ ଅଧିକାର । ଭାଷାଗତ ଅଧିକାର ବିଶ୍ଳେଷଣ କରିବା ପାଇଁ ଅନ୍ୟାନ୍ୟ ମାନଦଣ୍ଡଗୁଡ଼ିକ ଭିତରେ ଆଞ୍ଚଳିକତାର ପରିମାଣ, ସକାରାତ୍ମକତା ପରିମାଣ, ମିଳାମିଶା କିମ୍ବା ରକ୍ଷଣାବେକ୍ଷଣା, ଏବଂ ଖୋଲାପଣ ଦୃଷ୍ଟିରୁ ଆଭିମୁଖ୍ୟ ଅନ୍ତର୍ଭୁକ୍ତ ।[୧]

ଭାଷାଗତ ଅଧିକାର ଭିତରେ ଆହୁରି ଅନେକ ଅଧିକାର ସମେତ ଆଇନଗତ, ପ୍ରାଶାସନିକ ଏବଂ ନ୍ୟାୟିକ କାର୍ଯ୍ୟ, ଭାଷା ଶିକ୍ଷା ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କଦ୍ୱାରା ବୁଝାହେଉଥିବା ଏବଂ ମୁକ୍ତ ଭାବରେ ବଛା ଭାଷାରେ ଗଣମାଧ୍ୟମର ଅଧିକାର ଅନ୍ତର୍ଭୁକ୍ତ ।[୨]

ଆନ୍ତର୍ଜାତୀୟ ଆଇନରେ ଭାଷାଗତ ଅଧିକାର ସାଧାରଣତଃ ସାଂସ୍କୃତିକ ଏବଂ ଶିକ୍ଷାଗତ ଅଧିକାରର ବ୍ୟାପକ ଢାଞ୍ଚାକୁ ଭିତ୍ତିକରି କାର୍ଯ୍ୟ କରାଯାଏ ।

ଭାଷାଗତ ଅଧିକାର ପାଇଁ ଗୁରୁତ୍ୱପୂର୍ଣ୍ଣ ଦଲିଲଗୁଡ଼ିକରେ ସାର୍ବଜନୀନ ଭାଷାଗତ ଅଧିକାର ଘୋଷଣାନାମା (ୟୁନିଭର୍ସାଲ ଡିକ୍ଲାରେସନ ଅଫ ଲିଙ୍ଗୁଇଷ୍ଟିକ ରାଇଟ୍ସ - ୧୯୯୬), ଆଞ୍ଚଳିକ କିମ୍ବା ସଂଖ୍ୟାଲଘୁ ଭାଷା ପାଇଁ ଇଉରୋପୀୟ ଚାର୍ଟର (ଇଉରୋପିଆନ ଚାର୍ଟର ଫର ରିଜିଓନାଲ ଅର ମାଇନରିଟି ଲାଙ୍ଗୁଏଜ୍ସ - ୧୯୯୨), ଶିଶୁ ଅଧିକାର ଅଧିକାର ସମ୍ମିଳନୀ (କନଭେନସନ ଅନ ଦି ରାଇଟ୍ସ ଅଫ ଦି ଚାଇଲ୍ଡ଼ - ୧୯୮୯) ଏବଂ ଜାତୀୟ ସଂଖ୍ୟାଲଘୁ ସୁରକ୍ଷା ସମ୍ମିଳନୀ (ଫ୍ରେମୱାର୍କ କନଭେନସନ ଫର ଦି ପ୍ରୋଟେକ୍ସନ ଅଫ ନ୍ୟାସନାଲ ମାଇନରିଟିସ - ୧୯୮୮), ଶିକ୍ଷାରେ ଭେଦଭାବ ବିରୁଦ୍ଧରେ ସମ୍ମିଳନୀ (କନଭେନସନ ଏଗେନ୍‌ଷ୍ଟ ଡିସକ୍ରିମିନେସନ ଇନ ଏଜୁକେସନ)[୩], ନାଗରିକ ତଥା ରାଜନୀତିକ ଅଧିକାର ଉପରେ ଆନ୍ତର୍ଜାତୀୟ ଚୁକ୍ତିନାମା (ଇଣ୍ଟରନ୍ୟାସନାଲ କଭନେଣ୍ଟ ଅନ ସିଭିଲ ଆଣ୍ଡ ପଲିଟିକାଲ ରାଇଟ୍ସ)[୪] ଆଦି ଅନ୍ତର୍ଭୁକ୍ତ ।

ଇତିହାସ[ସମ୍ପାଦନା]

ଧୀରେ ଧୀରେ ଜାତୀୟତାର ଏକ ଅଂଶ ଭାବରେ ଅଧିକ ଦେଖାହେବାରୁ ଇତିହାସର ବିବର୍ତ୍ତନ କ୍ରମେ ଭାଷାଗତ ଅଧିକାର ଅଧିକରୁ ଅଧିକ ପ୍ରତିଷ୍ଠିତ ହେଲା । ଇଉରୋପୀୟ ଇତିହାସରେ ଭାଷା ସହିତ ଜଡ଼ିତ ନୀତି ଏବଂ ଆଇନ କାର୍ଯ୍ୟକାରୀ ହୋଇଆସୁଥିଲେ ହେଁ ଏଗୁଡ଼ିକ ପ୍ରାୟତଃ ଅନ୍ୟ ଭାଷା କିମ୍ବା ଉପଭାଷାରେ ଅବହେଳା କରାଯାଉଥିବା ବେଳେ ଲୋକଙ୍କ ଉପରେ ଏକ ଭାଷା ବାଧ୍ୟକରି ଲଦିଦିଆଯାଉଥିବା ଭଳି ଘଟଣାସବୁ ଥିଲା । ଭାଷାଗତ ଅଧିକାର ଉପରେ ଅଧିକାଂଶ ପ୍ରାରମ୍ଭିକ ରଚନା ମୁଖ୍ୟତଃ ଭାଷାଗତ ବିବିଧତା ଭିତ୍ତିରେ ଭାଷାଭିତ୍ତିକ ଏବଂ/କିମ୍ବା ଜାତୀୟ ବିଭାଜନ ସ୍ଥିରତା ବଜାୟ ରଖିବାରେ ଭାଷାଗତ ଅଧିକାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦେଶମାନଙ୍କରୁ ଆସିଥିଲା ।[୫] ତେବେ ୧୯୦୦ ଦଶକ ପର୍ଯ୍ୟନ୍ତ ଭାଷାଗତ ଅଧିକାର ରାଜନୀତିରେ ତଥା ଆନ୍ତର୍ଜାତୀୟ ସ୍ତରରେ ସରକାରୀ ମାନ୍ୟତା ହାସଲ କରିଥିଲା।

ଭାଷାଭିତ୍ତିକ ଅଧିକାର ପ୍ରଥମେ ୧୯୪୮ ମସିହାରେ ସାର୍ବଜନୀନ ଭାଷାଗତ ଅଧିକାର ଘୋଷଣାନାମାରେ ଏକ ଆନ୍ତର୍ଜାତୀୟ ମାନବ ଅଧିକାର ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ଆନୁଷ୍ଠାନିକ ଚୁକ୍ତିଭିତ୍ତିକ ଭାଷା ଅଧିକାରଗୁଡ଼ିକ ମୁଖ୍ୟତଃ ସଂଖ୍ୟାଲଘୁ ଅଧିକାର ସହ ଜଡ଼ିତ । ଏହିପରି ଭାଷା ଅଧିକାରଗୁଡ଼ିକର ଇତିହାସକୁ ପାଞ୍ଚଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ ।[୬][୭]

  1. ୧୫୧୫ ପୂର୍ବରୁ: ଭାଷା ଅଧିକାର ଦ୍ୱିପାକ୍ଷିକ ଚୁକ୍ତିରେ ଅନ୍ତର୍ଭୁକ୍ତ, କିନ୍ତୁ ଆନ୍ତର୍ଜାତୀୟ ଚୁକ୍ତିରେ ନୁହେଁ । ଯଥା: ଟ୍ରିଟି ଅଫ ଲୁଜାନ (୧୯୨୩) ।
  2. ଭିଏନା କଂଗ୍ରେସର ଅନ୍ତିମ ଅଧିନିୟମ (୧୮୧୫)): ନେପୋଲିଅନ ୧ଙ୍କ ସାମ୍ରାଜ୍ୟ ନିର୍ମାଣର ସିଦ୍ଧାନ୍ତରେ ୭ଟି ପ୍ରମୁଖ ଇଉରୋପୀୟ ଶକ୍ତି ଦସ୍ତଖତ କରିଥିଲେ । ଏହା ସରକାରୀ ବ୍ୟବସାୟ ପାଇଁ ଜର୍ମାନ ସହିତ ପୋଜନାନରେ ପୋଲାଣ୍ଡକୁ ପୋଲ୍ସ ବ୍ୟବହାର କରିବାର ଅଧିକାର ପ୍ରଦାନକଲା । ତା' ଛଡ଼ା କେତେକ ଜାତୀୟ ସମ୍ବିଧାନ ଜାତୀୟ ସଂଖ୍ୟାଲଘୁମାନଙ୍କର ଭାଷା ଅଧିକାରକୁ ସୁରକ୍ଷା ଦେଇଥାଏ । ଯଥା ୧୮୬୭ର ଅଷ୍ଟ୍ରିଆର ସାମ୍ବିଧାନିକ ଆଇନ ଅନୁସୂଚିତ ଜାତିମାନଙ୍କୁ ସେମାନଙ୍କର ଜାତୀୟତା ଏବଂ ଭାଷାର ବିକାଶ ପାଇଁ ଅଧିକାର ପ୍ରଦାନ କରେ ।
  3. ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ମଧ୍ୟରେ: ଲିଗ ଅଫ ନେସନ୍ସ ଅଧୀନରେ ଶାନ୍ତି ଚୁକ୍ତିନାମା ଏବଂ ପ୍ରମୁଖ ବହୁପକ୍ଷୀୟ ତଥା ଆନ୍ତର୍ଜାତୀୟ ସମ୍ମିଳନୀରେ ମଧ୍ୟ ଏବଂ ପୂର୍ବ ଇଉରୋପରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁରକ୍ଷା ଦେଉଥିବା ଧାରା ରହିଥିଲା ଯଥା: ଯେକୌଣସି ଭାଷାର ବ୍ୟକ୍ତିଗତ ବ୍ୟବହାର କରିବାର ଅଧିକାର, ଏବଂ ନିଜ ଭାଷା ମାଧ୍ୟମରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ବ୍ୟବସ୍ଥା ।[୮] ଅନେକ ଜାତୀୟ ସମ୍ବିଧାନ ଏହି ଧାରାକୁ ଅନୁସରଣ କଲେ । କିନ୍ତୁ ଯୁକ୍ତରାଜ୍ୟ, ଫ୍ରାନ୍ସ ଏବଂ ଆମେରିକା ଭଳି ସମସ୍ତ ଦସ୍ତଖତକାରୀ ନିଜସ୍ୱ ସୀମା ମଧ୍ୟରେ ପରି ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ଅଧିକାର ପ୍ରଦାନ କରିନାହାଁନ୍ତି । ଚୁକ୍ତିନାମାଗୁଡ଼ିକ ଲିଗ୍ ଅଫ୍ ନେସନ୍ସ ଏବଂ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସରେ ଅଭିଯୋଗ କରିବାର ଅଧିକାର ମଧ୍ୟ ପ୍ରଦାନ କରିଛନ୍ତି ।
  4. ୧୯୪୫-୧୯୭୦ ଦଶକ: ମାନବ ଅଧିକାରର ସୁରକ୍ଷା ପାଇଁ ଓ ମୁଖ୍ୟତଃ ନିଜର ଆତ୍ମନିର୍ଭରଶୀଳତା ପାଇଁ ନିପୀଡ଼ିତ ଗୋଷ୍ଠୀଗୁଡ଼ିକୁ ବ୍ୟକ୍ତିଗତ ଏବଂ ସାମୂହିକ ଅଧିକାର ନିମନ୍ତେ ଆନ୍ତର୍ଜାତୀୟ ନିୟମ ମିଳିତ ଜାତିସଂଘର ଭିତ୍ତିଭୂମି ମଧ୍ୟରେ କରାଯାଇଥିଲା ।
  5. ୧୯୭୦ ଦଶକର ପ୍ରାରମ୍ଭରେ ସଂଖ୍ୟାଲଘୁମାନଙ୍କର ଭାଷା ଅଧିକାରକୁ ନେଇ ସଂଖ୍ୟାଲଘୁମାନଙ୍କର ଅଧିକାରରେ ଏକ ନୂତନ ଆଗ୍ରହ ଦେଖାଗଲା ଯଥା ଜାତୀୟ କିମ୍ବା ଅନୁସୂଚିତ ଜାତି, ଧର୍ମ ଏବଂ ଭାଷା ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଅଧିକାର ଉପରେ ଜାତିସଂଘ ଘୋଷଣାନାମା ।

ଆଧାର[ସମ୍ପାଦନା]

  1. Extra, G., and Yağmur, K. (2004). "Language rights perspectives".
  2. Hult, F.M., & Hornberger, N.H. (2016). Re-visiting orientations to language planning: problem, right, and resource. Bilingual Review/La revista bilingüe, 33(3), 30–49. Available from http://bilingualreview.utsa.edu/index.php/br/article/view/118 Archived 2019-03-08 at the Wayback Machine.
  3. Convention against Discrimination in Education, Article 5
  4. International Covenant on Civil and Political Rights, Article 27
  5. Kymlicka, Will and Patten, Alan. (2003). "Introduction: Language Rights and Political Theory: Context, Issues and Approaches." In Will Kymlicka and Alan Patten (eds.), Language Rights and Political Theory(pp1-51): Oxford University Press.
  6. Skutnabb-Kangas, Tove. (2000). "Linguistic Genocide in Education – or Worldwide Diversity and Human Rights?" Lawrence Erlbaum Associates Inc.
  7. Skutnabb-Kangas, Tove, Phillipson, Robert, and Rannut, Mart. (1994). "Linguistic human rights: overcoming linguistic discrimination." Walter de Gruyter.
  8. Caporti, Francesco. (1979). "Study of the Rights of Persons Belonging to Ethnic, Religious and Linguistic Minorities." New York: United Nations.